ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଟିମ୍ ଇଣ୍ଡିଆ ବର୍ତମାନ ୱେଷ୍ଟ ଇଣ୍ଡିଜ ରେ ପହଞ୍ଚିଛି।କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଯେ ଷ୍ଟାର୍ ବ୍ୟାଟ୍ସମ୍ୟାନ ଏବଂ ହିଟ ମ୍ୟାନ ରୋହିତ ଶର୍ମା ଟିମ୍ ରୁ ଅଲଗା ରହିଛନ୍ତି।
ଏହି ଦୁଇ ଜଣ ଖେଳାଳି କେବେ ପହଞ୍ଚିବେ ତାହା ଜାଣିବା ପାଇଁ କ୍ରିକେଟ ପ୍ରେମୀ ମାନେ ପ୍ରଶ୍ନ କରିଛନ୍ତି।ଜୁଲାଇ ୧୨ ତାରିଖ ରୁ ଆରମ୍ଭ ହେବାକୁ ଥିବା ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଶୁକ୍ରବାର ଦିନ ୱେଷ୍ଟ ଇଣ୍ଡିଜ ରେ ପହଞ୍ଚିଛି।
କୌତୁହଳ ର ବିଷୟ ଏହା ଯେ ବିସିସିଆଇ ଗୋଟିଏ ବିମାନ ରେ ଟିକେଟ ପାଇ ନଥିବାରୁ ଟିମ୍ ଇଣ୍ଡିଆ ଗୁରୁବାର ରାତିରେ ଅଲଗା ଅଲଗା ବିମାନ ରେ ଯାତ୍ରା କରିଥିଲେ।
ଏହି କାରଣରୁ ପ୍ରଥମେ ଆସିଥିବା ଖେଳାଳି ମାନେ ଆମେରିକା,ଲଣ୍ଡନ ଏବଂ ନେଦର ଲ୍ୟାଣ୍ଡ ଦେଇ ୱେଷ୍ଟ ଇଣ୍ଡିଜ ରେ ପହଞ୍ଚିଛନ୍ତି।ଟିମ୍ ଇଣ୍ଡିଆ ର ଅଧିନାୟକ ତଥା ହିଟ ମ୍ୟାନ ରୋହିତ ଶର୍ମା ଏବଂ ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ପ୍ୟାରିସ ଏବଂ ଲଣ୍ଡନ ରୁ ବିମାନ ଉଡାଣ ଭରିବେ।
ଉଭୟ ବରିଷ୍ଠ ଖେଳାଳି କେତେବେଳେ ୱେଷ୍ଟ ଇଣ୍ଡିଜ ରେ ପହଞ୍ଚିବେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ।ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମା ବର୍ତମାନ ନିଜ ପରିବାର ଲୋକ ଙ୍କ ସହିତ ଛୁଟି ଦିନ ବିତାଉଛନ୍ତି।
ରିପୋର୍ଟ ଅନୁସାରେ ଆସନ୍ତା ସପ୍ତାହ ରେ ଉଭୟ ୱେଷ୍ଟ ଇଣ୍ଡିଜ ରେ ପହଞ୍ଚି ପାରନ୍ତି।ଅଭ୍ୟାସ ମ୍ୟାଚ୍ ଖେଳିବେ ଟିମ୍ ଇଣ୍ଡିଆ।ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୀରିଯ ପୂର୍ବରୁ ଭାରତ ୱର୍ମ ଅପ ମ୍ୟାଚ୍ ମଧ୍ୟ ଖେଳିବ।
ରୋହିତ ଶର୍ମା ଏଣ୍ଡ କମ୍ପାନୀ ୱେଷ୍ଟ ଇଣ୍ଡିଜ ବିପକ୍ଷ ରେ ସେମାନଙ୍କର ବିଶ୍ଵ ଟେଷ୍ଟ ଚମ୍ପିୟାନ ସିପ ଚକ୍ର ୨୦୨୩ ରୁ ୨୫ ରେ ଆରମ୍ଭ କରିବେ।ଭାରତର ଶେଷ ଥର ବିଶ୍ଵ ଟେଷ୍ଟ ଚମ୍ପିୟାନ ସିପ ଫାଇନାଲ ରେ ଅଷ୍ଟ୍ରେଲିଆ ବିପକ୍ଷ ରେ ଖେଳିଥିଲେ। ଯେଉଁଠାରେ ତାଙ୍କୁ ଅଷ୍ଟ୍ରେଲିଆ ହାତରେ ପରାଜୟ ର ସାମ୍ନା କରିବାକୁ ପଡ଼ିଥିଲା।ୱେଷ୍ଟ ଇଣ୍ଡିଜ ଶେଷ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ରେ ଏକ ଟେଷ୍ଟ ଶିରିଜ ଖେଳିଥିଲେ।ଭାରତ ଏବଂ ୱେଷ୍ଟ ଇଣ୍ଡିଜ ୯୮ ଥର ମୁହାଁମୁହିଁ ହୋଇଛନ୍ତି।