ଚତୁର୍ଥ ଟେଷ୍ଟ ରେ ଭାରତୀୟ କ୍ରିକେଟର ବିରାଟ କୋହଲି ଇତିହାସ ରଚିଛନ୍ତି।ପ୍ଲେୟାର ଅଫ ଦି ମ୍ୟାଚ୍ ହେବା ମାତ୍ରେ ଏଭଳି ରେକର୍ଡ କରିଛନ୍ତି।ବିଶ୍ଵର ନମ୍ବର ୱାନ ହୋଇଛନ୍ତି।ଭାରତୀୟ ଦଳର ରନ ମେସିନ ବିରାଟ କୋହଲି ଙ୍କ ସ୍ଥିତି ବର୍ତମାନ ବହୁତ ଉଚ୍ଚ ହୋଇ ଯାଇଛି।ତାଙ୍କର ପ୍ରତ୍ୟେକ ସଫଳତା କିଛି ରେକର୍ଡ ସୃଷ୍ଟି କରିଥାଏ।ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ଅହମ୍ମଦାବାଦ ଟେଷ୍ଟ ରେ ସମାନ ଘଟଣା ଦେଖିବାକୁ ମିଳିଥିଲା।
ଏହି ମ୍ୟାଚ୍ ରେ ବିରାଟ କୋହଲି ୧୮୬ ରନ ରେ ଚମତ୍କାର ଇନିଂସ ଖେଳି ଟେଷ୍ଟ କ୍ରିକେଟ ରେ ଏକ ଶତକ ହାସଲ କରିବାର ଅପେକ୍ଷା କୁ ଅନ୍ତ କରିଥିଲେ।ତାଙ୍କର ଚମତ୍କାର ଇନିଂସ ପାଇଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ବିଚାର କରା ଯାଇଥିଲା।ଏହି ପୁରସ୍କାର ପାଇବା ପରେ ବିରାଟ କୋହଲି ଙ୍କ ନାମରେ ଏକ ସ୍ବତନ୍ତ୍ର ବିଶ୍ଵ ରେକର୍ଡ ପଞ୍ଜୀକୃତ ହୋଇଥିଲା।ବିଶେଷ କଥା ହେଉଛି ତାଙ୍କ ପୂର୍ବରୁ ଦୁନିଆର କୌଣସି କ୍ରିକେଟର ମଧ୍ୟ ଏହା କରି ପାରି ନାହାଁନ୍ତି।
ସୂଚନା ଅନୁସାରେ ଟେଷ୍ଟ କ୍ରିକେଟ ରେ ଦଶ ଥର ବିରାଟ କୋହଲି ଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି। ଏହା ବ୍ୟତିତ ସେ ଦିନିକିଆ ରେ ୩୮ ଥର ଏବଂ ଟି -୨୦ ଇଣ୍ଟର ନ୍ୟାସନାଲ ୧୫ ଥର ପୁରସ୍କାର ପାଇଛନ୍ତି।ଏହା ସହିତ ସେ ତାଙ୍କ ନାମରେ ଏକ ବିଶ୍ଵ ରେକର୍ଡ ମଧ୍ୟ କରିଛନ୍ତି।ତାହା ହେଉଛି ତିନି ଫର୍ମାଟ ରେ ପ୍ଲେୟାର ଅଫ ଦି ମ୍ୟାଚ୍।
ଦଶ କିମ୍ବା ଅଧିକ ଥର ଜିତି ବାରେ ବିରାଟ କୋହଲି ଏକ ମାତ୍ର ଖେଳାଳି ହୋଇ ପାରିଛନ୍ତି।ତାଙ୍କ ଆଗରେ କୌଣସି ଖେଳାଳି ଏହା କରି ପାରି ନାହାଁନ୍ତି।ଅର୍ଥାତ୍ ବିରାଟ କୋହଲି ଏପରି କରୁଛନ୍ତି ଯାହାକି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।