ବର୍ତମାନ କ୍ରିକେଟ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜୁଲାଇ ୨୭ ତାରିଖରେ ଭାରତ ଓ ୱେଷ୍ଟଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଭାରତୀୟ ଦଳ ର ସମସ୍ତ ଖେଳାଳୀ ରୋହିତ ଶର୍ମା ଙ୍କ ନେତୃତ୍ୱରେ ୱେଷ୍ଟଣ୍ଡିଜ୍ ଗ୍ରସ୍ତରେ ପହଞ୍ଚି ନିଜର ଅଭ୍ୟାସ ଜାରି ରଖିଥିବା ବେଳେ ଉଭୟଙ୍କ ମଧ୍ୟରେ ଗତ କାଲି ଏକ ୱାର୍ମ ଅପ ମ୍ୟାଚ୍ ଖେଳା ଯାଇଥିଲା।
ଏହି ମ୍ୟାଚ୍ ରେ ଭାରତୀୟ ଦଳ ର ତିନି ଷ୍ଟାର୍ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା,ବିରାଟ କୋହଲି ଓ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ୱେଷ୍ଟଣ୍ଡିଜ୍ ବିପକ୍ଷ ପ୍ରଥମ ୱାର୍ମ୍ ଅପ ମ୍ୟାଚ୍ ରେ ଭାରତୀୟ ଦଳ ପରାସ୍ତ ହୋଇଥିଲା। ଏହି ତିନି ଖେଳାଳିଙ୍କ ବ୍ୟତୀତ ଭାରତୀୟ ଦଳ ର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇ ନ ଥିବା କାରଣରୁ ଭାରତୀୟ ଦଳ ୱେଷ୍ଟଣ୍ଡିଜ୍ ଠୁ ପରାସ୍ତ ହେବା ପରେ ଭାରତୀୟ ଦଳ ର ଅନେକ କ୍ରିକେଟର ଏହାକୁ ନେଇ ସମାଲୋଚନା କରିଥିଲେ।
ଭାରତୀୟ ଦଳ ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା। ଏବଂ ଓପନିଂ କରିବାକୁ ଆସିଥିବା ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ ରେ ୮୭ ରନ୍ ର ଏକ ବିସ୍ଫୋରକିୟ ଇନୀଙ୍ଗସ୍ ଖେଳୁଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ୫୩ ରନ୍ ଏବଂ ଅନ୍ତିମ ସମୟରେ ବିରାଟ କୋହଲି ୭୩ ରନ୍ ସଂଗ୍ରହ କରିଥିଲେ।
ଏହି ମ୍ୟାଚ୍ ରେ ଭାରତୀୟ ଦଳ ପ୍ରଥମ ଇନୀଙ୍ଗସ୍ ରେ ୨୮୧ ରନ୍ ସଂଗ୍ରହ କରିଥିବା ବେଳେ ୱେଷ୍ଟଣ୍ଡିଜ୍ ୨୮୨ ରନ କୁ ପିଛା କରିବାକୁ ଯାଇ ମଇଦାନ କୁ ଓହ୍ଲେଇ ଥିଲା। ଏବଂ ଶିମ୍ରନ୍ ଙ୍କ ୧୭୩ ରନ୍ ର ଏକ ବିସ୍ଫୋରକିୟ ଶତକ ବଳରେ ୱେଷ୍ଟଣ୍ଡିଜ୍ ଏହି ମ୍ୟାଚ୍ କୁ ୪୩ ଓଭର ରେ ଜିତି ନେଇଥିଲା।