ସୋଏବ ଅଖତର୍ ଙ୍କ ବଡ଼ ବୟାନ । କହିଲେ ଯେତେ ଜିତୁଛ ଜିତ କିନ୍ତୁ ସେମି-ଫାଇନାଲରେ ହାରିଯିବ । ଏପରି କଥା କହି ଭାରତକୁ ଚେତାବନୀ ଦେଇଛନ୍ତି ପାକିସ୍ତାନୀ ପୂର୍ବତନ ବୋଲର ସୋଏବ ଅଖତର୍ । ହଁ ଆଜ୍ଞା ନଭେମ୍ବର ୨ ତାରିଖରେ ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମ୍ ରେ ଶ୍ରୀଲଙ୍କାକୁ ୩୦୨ ରନ୍ ର ବଡ଼ ବ୍ୟବଧାନରେ ପରାସ୍ତ କରି ଭାରତ ଚାଲୁଥିବା ଆଇସିସି ବିଶ୍ୱକପ ୨୦୨୩ ରେ କ୍ରମାଗତ ସପ୍ତମ ବିଜୟ ପଞ୍ଜିକରଣ କରି ସେମି ଫାଇନାଲରେ ଯୋଗ୍ୟତା ଅର୍ଜନ କରିଛି ।
ତେବେ ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଶାଳ ବିଜୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର୍ ଭାରତକୁ ଆକ୍ଷେପ କରି ଏକ ବଡ଼ ଧମକ ପୂର୍ଣ୍ଣ ବୟାନ ଦେଇଛନ୍ତି । ତେବେ ସେ କଣ ଏପରି କହିଛନ୍ତି ଆସନ୍ତୁ ସମ୍ପୂର୍ଣ ଖବର ବିସ୍ତାର କରି ଜାଣିବା । ତେବେ ଭାରତ ଜିତି ସାରିବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ବୋଲର ମାନଙ୍କୁ ସେ ପ୍ରସଂସା କରିଛନ୍ତି ।
କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଭାରତକୁ ନେଇ ଏକ ବଡ଼ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି । ଅଖତର ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଆଲୋଚନା କରିବା ସହ ସାମି ଆସିବା ପରେ ଭାରତୀୟ ଦଳ କିପରି ଅଧିକ ଶାକ୍ତିଶାଳୀ ହୋଇଯାଇଛି ତାହା ବର୍ଣ୍ଣନା କରିଥିଲେ । ଆହୁରି ମଧ୍ୟ ସୋଏବ କହିଥିଲେ ଯେ “ଭାରତ ବର୍ତ୍ତମାନ୍ ଜବରଦସ୍ତ ଫର୍ମରେ ଅଛି । ଏବଂ ଭାରତକୁ ଏବେ ଅଟକାଇବା କୌଣସି ଟିମ୍ ପକ୍ଷେ ସମ୍ଭବ ନୁହେଁ ।
କିନ୍ତୁ ତଥାପି ଯଦି ଭାରତର ସେମି-ଫାଇନାଲ ଓ ଫାଇନାଲର ରେକର୍ଡ଼କୁ ଲକ୍ଷ୍ୟ କରିବା ତାହେଲେ ଭାରତ ବହୁତ୍ ଥର ସେମି-ଫାଇନାଲ ଖେଳିଛି କିନ୍ତୁ କେବେ ହେଲେ ଜିତି ପାରିନାହିଁ । ଏଥର ମଧ୍ୟ ମତେ ଲାଗୁଛି ଅଷ୍ଟ୍ରେଲିଆ ଚମ୍ପିୟାନ ହେବ । ଏବଂ ଭାରତ ସେମି-ଫାଇନାଲ ହାରି ବିଶ୍ୱକପ୍ ରୁ ବିଦାୟ ନେବ । ଏଠାରେ କହି ରଖିବୁ ଯେ ଭାରତ ତାର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୫ ତାରିଖ ଦିନ ସାଉଥ୍ ଆଫ୍ରିକା ବିପକ୍ଷରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳିବାକୁ ଯାଉଛି ।
ପୁଣି ଦେଖେ଼ଇ ଦେବ ଭାରତ ପୁଣି ଖେଳ ହୋବେ
ଏଥର India Champion 🏆