ବର୍ତମାନ କ୍ରିକେଟ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ଭାରତ ଓ ୱେଷ୍ଟଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଜୁଲାଇ ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଅନ୍ୟ ପଟରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଛି ୫ ମ୍ୟାଚ୍ ବିଶିଷ୍ଟ ଆସେସ୍ ଟେଷ୍ଟ ସିରିଜ। ଏହି ଟେଷ୍ଟ ସିରିଜ ର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଟି ଇଂଲଣ୍ଡ ର ଲଡସ ଷ୍ଟାଡିୟମ୍ ରେ ଖେଳା ଯାଇଥିବା ବେଳେ କ୍ରିକେଟ୍ ଇତିହାସ ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟ ଦୁର୍ଘଟଣା।
ସୂଚନା ଅନୁଯାୟୀ ଗତକାଲି ଖେଳା ଯାଇଥିବା ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନୀଙ୍ଗସ୍ ରେ ବ୍ୟାଟିଂ କରିଥିବା ବେଳେ ଇନୀଙ୍ଗସ୍ ର ସପ୍ତମ ଓଭର ରେ ଅଷ୍ଟ୍ରେଲିଆ ର ବ୍ୟାଟସ୍ମ୍ୟାନ ଡେଭିଡ ୱାର୍ନର ବ୍ୟାଟିଂ କରୁଥିବା ବେଳେ ଅନ୍ୟ ପଟରେ ଇଂଲଣ୍ଡ ଦଳ ର ଷ୍ଟାର୍ ବୋଲର ସ୍ତୁଏଟ୍ ବୋଲିଂ କରୁଥିଲେ।
ଏବଂ ଓଭର ର ତୃତୀୟ ବଲ ଟି ଷ୍ଟୁଏଟ୍ ଏକ ସଟ୍ ବଲ୍ ପକାଇ ଥିବା ବେଳେ ୱାର୍ନର ଏହି ବଲ୍ ଟିକୁ ଜୋରଦାର ସଟ୍ ମାରିବାକୁ ଚେଷ୍ଟା କରୁଥିବା ବେଳେ ବଲଟି ସିଧା ସଳଖ ଯାଇ ହେଲମେଟ୍ ରେ ବାଜିବା କାରଣରୁ ୱାର୍ଣର ଆହତ ହୋଇ ତଳେ ପଡି ଯାଇଥିଲେ। ଏହାପରେ ଅମ୍ପାୟାର ମ୍ୟାଚ୍ ଟିକୁ କିଛି ସମୟ ଯାଏ ବନ୍ଦ କରିଥିବା ବେଳେ ଡକ୍ଟର ମାନେ ଆସି ୱାର୍ଣର ଙ୍କ ଚିକିତ୍ସା କରିଥିଲେ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନୀଙ୍ଗସ୍ ବ୍ୟାଟିଂ କରିବାକୁ ମଇଦାନ କୁ ଓହ୍ଲେଇ ଥିବା ବେଳେ ଓପନର ବ୍ୟାଟ୍ସମ୍ୟାନ୍ ଉଶ୍ମାନ ଏବଂ ଡେଭିଡ ୱାର୍ନର ମଇଦାନ ର ଚତୁର୍ପାର୍ଶ୍ୱରେ ଛକା ଚଉକା ର ବର୍ଷା କରି ଅଷ୍ଟ୍ରେଲିଆ ର ଦଳୀୟ ସ୍କୋର କୁ ଆଗେଇ ନେଇଥିଲେ। କିନ୍ତୁ ଇନୀଙ୍ଗସ୍ ର ସପ୍ତମ ଓଭର ରେ ଡେଭିଡ ୱାର୍ନର ଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ର ଲଗାତାର ୱିକେଟ୍ ର ପତନ ଘଟିଥିଲା। ଏବଂ ଅଷ୍ଟ୍ରେଲିଆ ଦଳ ୩୦୯ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା।