Picsart 24 01 27 11 48 50 615

ସୌରଭ ଗାଙ୍ଗୁଲିଙ୍କୁ ଟପିଲେ ରୋହିତ ଶର୍ମା । ଇଂଲଣ୍ଡ ବିପକ୍ଷ ମ୍ୟାଚରେ କଲେ ବଡ଼ ରେକର୍ଡ଼ ।

ରୋହିତ ଶର୍ମା ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ରେ କଲେ ବଡ଼ କାରନାମା ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ଟପିଗଲେ । ଆଜ୍ଞା ହଁ ଦର୍ଶକବନ୍ଧୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚ ମାଧ୍ୟମରେ ରୋହିତ ଶର୍ମା ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ରୋହିତ ଶର୍ମା ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସ୍କୋରର କରିଥିବା ଚତୁର୍ଥ ବ୍ୟାଟର ହୋଇ ପାରିଛନ୍ତି ।

images 2024 01 27T114142.199

ସେ ଏହି ପ୍ରସଙ୍ଗରେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଛରେ ଛାଡିଛନ୍ତି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପ୍ରଥମ ଇନିଂସରେ ରୋହିତ ୨୭ଟି ବଲରେ ୩ ଚୌକା ସହାୟତାରେ ୨୪ ରନ୍‌ ସଂଗ୍ରହ କରିଥିଲେ । ଯାହା ସାହାଯ୍ୟରେ ସେ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ସଫଳ ହୋଇଥିଲେ । ଗାଙ୍ଗୁଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୧୮୪୩୩ ରନ୍‌ ସ୍କୋର କରିଥିଲେ । ରୋହିତ ଶର୍ମା, ଯାହାଙ୍କୁ ହିଟମ୍ୟାନ କୁହାଯାଏ, ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୧୮୪୪୪ ରନ୍‌ ପୂରଣ କରିଛନ୍ତି ।

images 2024 01 27T114208.363

ରୋହିତ ୪୯୦ ଇନିଂସରେ ୧୮୪୪୪ ରନ୍‌ ସଂଗ୍ରହ କରିଥିବା ବେଳେ ଗାଙ୍ଗୁଲି ୪୮୫ ଇନିଂସରେ ୧୮୪୩୩ ରନ ସଂଗ୍ରହ କରିଥିଲେ । ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଜାନୁଆରୀ ୨୫ରୁ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ । ତେବେ ସିରିଜ୍ ଆରମ୍ଭରୁ ହିଁ ଭ୍ରମଣକାରୀ ଦଳ ଘରୋଇ ଦଳ ସମ୍ମୁଖରେ ଆତ୍ମସମର୍ପଣ କରିଦେଇଛି ।

images 2024 01 27T114246.269

ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ଭାରତୀୟ ସ୍ପିନ୍ ବାହିନୀଙ୍କ ଆକ୍ରମଣକୁ ପ୍ରତିହତ କରିବାରେ ଇଂଲଣ୍ଡର ସମସ୍ତ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ପ୍ରଥମ ଇନିଂସରେ ଇଂଲଣ୍ଡ ମାତ୍ର ୨୪୬ ରନ କରି ଅଲ ଆଉଟ ହୋଇ ଯାଇଥିଲା । ଏହାପରେ ଭାରତୀୟ ବ୍ୟାଟ୍ସମ୍ୟାନ ମାନେ ବ୍ୟାଟ୍ ସହିତ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଦୁଇ ଦିନରେ ଖେଳ ସମାପ୍ତ ହୋଇଯିବାର ସମ୍ଭାବନା ଅଛି ।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *