ନିଲାମୀରେ ପଞ୍ଜାବ କିଙ୍ଗସ୍ ସହିତ ହେଲା ମୋୟେ ମୋୟେ । ଗୋଟିଏ ଛୋଟିଆ ଭୁଲ୍ ପଡ଼ିଗଲା ଭାରି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଆଗାମୀ ସିଜିନ ପାଇଁ ନିଲାମ ପ୍ରକ୍ରିୟା ସମାପ୍ତ ହୋଇଛି । ନିଲାମ ସମୟରେ ସମସ୍ତ ଦଳ ଉତ୍ସାହର ସହିତ ଅଂଶ ଗ୍ରହଣ କରୁଥିବାର ଦେଖା ଯାଇଥିଲା । ପଞ୍ଜାବ କିଙ୍ଗସ୍ ଦଳ ମଧ୍ୟ ଏଥିରେ ପଛରେ ରହିନାହିଁ । ଫ୍ରାଞ୍ଚାଇଜ୍ କିଛି ବଡ଼ ବ୍ୟାଟ ଲଗାଇଛି । ଏବଂ ନିଜ ସହିତ ଅନେକ ନାମୀ ଦାମୀ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିଛି ।
ତେବେ ଅକ୍ସନ୍ ସମୟରେ ଫ୍ରାଞ୍ଚାଇଜ୍ ଏକ ବଡ଼ ଭୁଲ କରିଥିଲା । ବାସ୍ତବରେ ପଞ୍ଜାବ କିଙ୍ଗସ୍ ଦଳ ଶଶାଙ୍କ ସିଂ ନାମକ ଜଣେ ୧୯ ବର୍ଷୀୟ କ୍ରିକେଟରଙ୍କୁ ଯୋଡ଼ିବାକୁ ଚାହୁଁଥିଲେ କିନ୍ତୁ ଭୁଲ୍ ରେ ସେମାନେ ୩୨ ବର୍ଷୀୟ ଛତିଶଗଡ଼ କ୍ରିକେଟର ଶଶାଙ୍କ ସିଂଙ୍କୁ ସାମିଲ୍ କରିଥିଲେ । ଅବଶ୍ୟ ଫ୍ରାଞ୍ଚାଇଜ୍ ନିଜର ଭୁଲ୍ ବୁଝିଲା ବେଳକୁ ବହୁତ୍ ଡେରି ହୋଇ ଯାଇଥିଲା କାରଣ ଆଇପିଏଲ ୨୦୨୪ ନିଲାମ ଧାରି ମଲ୍ଲିକା ସାଗର ସେତେବେଳକୁ ହେମର ଡାଉନ୍ କରି ସାରିଥିଲେ ।
ନିୟମ ଅନୁସାରେ ଥରେ ହେମର୍ ଡାଉନ୍ କରିଲେ ଆପଣ ଆପଣଙ୍କ ନିଷ୍ପତ୍ତି ବଦଳାଇ ପାରିବେ ନାହିଁ । ଫଳ ସ୍ୱରୂପ ଫ୍ରାଞ୍ଚାଇଜ୍ ଅନ୍ୟ ଖେଳାଳିଙ୍କ ସହିତ ସନ୍ତୁଷ୍ଟ ହେବାକୁ ପଡ଼ିଲା ଯାହାକୁ ସେ ଚାହୁଁ ନଥିଲେ । ପଞ୍ଜାବର ଏହି ବଡ଼ ଭୁଲ୍ କୁ ପ୍ରସଂସକ ମାନେ ମଧ୍ୟ ମଜା ନେଉଛନ୍ତି । ଜଣେ କ୍ରିକେଟ୍ ପ୍ରେମୀ ଲେଖିଛନ୍ତି ମୋୟେ ମୋୟେ ମୁହୂର୍ତ୍ତ ସବୁଠି । କହି ରଖିବୁ ଯେ ପଞ୍ଜାବ କିଙ୍ଗ୍ସ ଦଳର ମହଙ୍ଗା ଖେଳାଳୀ ଭାବେ ହର୍ଷଲ ପଟେଲଙ୍କୁ ୧୧.୭୫ କୋଟି ଟଙ୍କାରେ କିଣିଛି ।
୨୦୨୪ ଆଇପିଏଲ ପାଇଁ ପଞ୍ଜାବ କିଙ୍ଗ୍ସ ନିଜର ସ୍କ୍ୱାଡ୍ ପ୍ରସ୍ତୁତ କରି ସାରିଛି । ଏହି ନିଲାମୀରେ ଦଳ ମୋଟ୍ ୭ ଜଣ ଖେଳାଳୀଙ୍କୁ କିଣିବା ପାଇଁ ୨୪ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସର ୨୫ ସଦସ୍ୟ ବିଶିଷ୍ଟ ଦଳ ପୂରଣ ହୋଇଥିବା ବେଳେ ଦଳ ଶକ୍ତିଶାଳୀ ହୋଇଛି । ଏହି ଦଳରେ ମୋଟ୍ ୮ ଜଣ ବିଦେଶୀ ଖେଳାଳୀ ସାମିଲ ଅଛନ୍ତି ।