Picsart 24 01 30 13 33 36 999

ନିଜକୁ ଅଲରାଉଣ୍ଡର ବୋଲି ପ୍ରମାଣିତ କଲେ ଭାରତୀୟ କ୍ରିକେଟ ଖେଳାଳି ରବିନ୍ଦ୍ର ଜାଡେଜା !

ପୁଣି ନିଜକୁ ଅଲ୍-ରାଉଣ୍ଡର ବୋଲି ପ୍ରମାଣିତ କଲେ ଭାରତୀୟ କ୍ରିକେଟ ଖେଳାଳି ରବୀନ୍ଦ୍ର ଜାଡେଜା । ବର୍ତ୍ତମାନ୍ ତାଙ୍କ ଠାରୁ ଭଲ ଅଲ୍-ରାଉଣ୍ଡର କେହି ନାହାଁନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । ତେବେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଦ୍ଵିତୀୟ ଦିନରେ କଠିନ ପରିସ୍ଥିତିରେ ୮୧ ରନ୍ ର ଅପରାଜିତ ଇନିଂସ୍ ଖେଳି ନିଜକୁ ସେ ପ୍ରମାଣିତ କରି ସାରିଛନ୍ତି । ଦିନେ ଲାଗୁଥିଲା ୫୦ରୁ ୭୦ ରନ୍ ରୁ ଟିମ୍ ଇଣ୍ଡିଆ ଅଧିକ ଅଗ୍ରଣୀ ହାସଲ କରି ପାରିବ ନାହିଁ । କିନ୍ତୁ ଜାଡେଜାଙ୍କ କଠିନ ପରିଶ୍ରମ ଏସବୁକୁ ସମ୍ଭବ କରିପାରିଛି ।

images 2024 01 30T132611.627

ସେ ୧୭୫ ରନ୍ କରି ଅଗ୍ରଣୀ ମଧ୍ଯ ନେଇଥିଲେ । ତେବେ ୫ ବର୍ଷ ମଧ୍ୟରେ ରବୀନ୍ଦ୍ର ଜାଡେଜା ଅନେକ ଥର ଟିମ୍ ଇଣ୍ଡିଆକୁ ଖରାପ୍ ପରିସ୍ଥିତିରୁ ବାହାର କରିଛନ୍ତି । ଏହାରି ମଧ୍ୟରେ କେହି ଯଦି ବ୍ୟାଟିଂରେ ଉନ୍ନତି କରିଛନ୍ତି ତେବେ ସେ ହେଉଛନ୍ତି ରବୀନ୍ଦ୍ର ଜାଡେଜା । ରବୀନ୍ଦ୍ର ଜାଡେଜା ୨୦୧୨ ମସିହାରେ ଭାରତ ପାଇଁ ଟେଷ୍ଟରେ ପଦାର୍ପଣ କରିଥିଲେ । ସେହି ସମୟରେ ମଧ୍ୟ ଜାଡେଜାଙ୍କ ବ୍ୟାଟିଙ୍ଗ ଭଲ ରହିଥିଲା । ତେବେ ରବୀନ୍ଦ୍ର ଜାଡେଜା ୨୦୧୮ ସୁଦ୍ଧା ୫୯ ଇନିଂସ୍ ରେ ୩୧ ହଜାର ୧୪ ଶହ ୪ ରନ୍ କରିଛନ୍ତି ।

images 2024 01 30T132559.213

ଏହି ସମୟ ମଧ୍ୟରେ ଜାଡେଜା ୯ଟି ଅର୍ଦ୍ଧ ଶତକ ଓ ଗୋଟାଏ ଶତକ ହାସଲ କରିଥିଲେ । ଏହାପରେ ଜାଡେଜାଙ୍କ ବ୍ୟାଟିଂରେ ମଧ୍ୟ ବହୁତ୍ ବଡ଼ ପରିବର୍ତ୍ତନ ଆସିଥିଲା । ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷରେ ୨ ୱିକେଟ୍ ନେଇ ରବିନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ କ୍ରିକେଟ୍ ରେ ୫୫୦ ୱିକେଟ୍ ହାସଲ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ୫୫୦ ରୁ ଅଧିକ ୱିକେଟ୍ ନେଇ ସେ ସପ୍ତମ ଭାରତୀୟ ବୋଲର ହୋଇଛନ୍ତି । କହି ରଖିବୁ ରବିନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଇନିଂସ୍ ରେ ୩ଟି ୱିକେଟ୍ ହାସଲ କରିବାରେ ସଫଳ ହୋଇଥିଲେ ।

images 2024 01 30T132603.387

ଜାଡେଜାଙ୍କ ବୋଲିଂ ଚମତ୍କାର ଥିଲା । ସେ ଇଂଲଣ୍ଡର ଇନିଂସ୍ ରେ ୨୪୬ ରନ୍ ରେ ସୀମିତ ରଖିଥିଲେ । ଏହାପରେ ଜାଡେଜାଙ୍କ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଦିନର ଖେଳ ଶେଷ ସୁଦ୍ଧା ଭାରତ ୪୨୧ ରନ୍ ସ୍କୋରରେ ପହଞ୍ଚି ଯାଇଥିଲା । ତେବେ ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜ୍ ର ପ୍ରଥମ ମ୍ୟାଚ୍ ଏବେ ଭାରତ ସପକ୍ଷରେ ଦେଖିବାକୁ ମିଳିଛି ।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *