ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଆଇପିଏଲ୍ ୨୦୨୩ ର ୧୬ ତମ ସଂସ୍କରଣ ଏବେ ଶେଷ ହେବାକୁ ଯାଉଛି।ଗୁଜୁରାଟ୍ ବିପକ୍ଷ ରେ ବଦଳି ଗଲା ସିଏସକେ ର ପ୍ଲେଇଙ୍ଗ୍ ଇଲେଭେନ୍।ଚଳିତ ଆଇପିଏଲ୍ ରେ ଲିଗ ପର୍ଯ୍ୟାୟ ଶେଷ ହୋଇଛି।ମଙ୍ଗଳବାର ଦିନ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ୍ ଟାଇଟନ୍ସ ମଧ୍ୟରେ ପ୍ରଥମ କ୍ଵାଲିଫାୟର୍ ମ୍ୟାଚ ଖେଳା ଯିବ।ଚେନ୍ନାଇ ସୁପର କିଙ୍ଗ୍ସ ଦଳ ୪ ଥର ଫାଇନାଲ କୁ ଯାଇଛି।ବିଜୟ ଦଳ ଫାଇନାଲ କୁ ଯିବା ବେଳେ ପରାଜିତ ଦଳ ର ଆଉ ଏକ ସୁଯୋଗ ରହିଛି।
ସୁପର କିଙ୍ଗ୍ସ୍ ର ଘରୋଇ ଗ୍ରାଉଣ୍ଡ ଚେପକ୍ ରେ ଏହି ମ୍ୟାଚ୍ ଖେଳା ଯିବ।ପୂର୍ବ ରେକର୍ଡ ଅନୁଯାୟି ଗୁଜୁରାଟ୍ ଟାଇଟନ୍ସ ର ପଲ୍ଲା ଭାରି ଜଣା ପଡ଼ୁଥିଲେ ହେଁ ସୁପର୍ କିଙ୍ଗସ୍ ପ୍ରତିଶୋଧ ନେବାକୁ ପ୍ରସ୍ତୁତ।ଦର୍ଶକ ଙ୍କ ସମର୍ଥନ ମଧ୍ୟ ଦଳ ର ମନୋବଳ ବଢାଇବ।ଚେପକ୍ ର ସବୁ ଗ୍ୟାଲେରୀରେ ହଳଦିଆ ରଙ୍ଗ ର ଲହରୀ ଖେଳିବ।ଇତିମଧ୍ୟରେ ଉଭୟ ଦଳ ପରସ୍ପର କୁ ତିନି ଥର ଭେଟିଛନ୍ତି।ଗୁଜୁରାଟ୍ ସମସ୍ତ ମ୍ୟାଚ ଜିତିଛି।ଚଳିତ ସିଜିନ ରେ ଉଭୟ ଦଳ ମଧ୍ୟ ରେ ଉଦଘାଟନି ମ୍ୟାଚ୍ ହୋଇଥିଲା।ମଙ୍ଗଳବାର ଉଭୟ ଦଳ ଶ୍ରେଷ୍ଠ ଏକାଦଶ କୁ ନେଇ ଗ୍ରାଉଣ୍ଡ କୁ ଓହ୍ଲାଇବେ।
ମୋଟ ଉପରେ ଦେଖିବାକୁ ଗଲେ ଉଭୟ ଦଳ ର ସ୍ପିନର୍ ଙ୍କ ମଧ୍ୟ ରେ ଜୋରଦାର ପ୍ରତିଦ୍ଵନ୍ଦିତା ହେବ।ଟାଇଟନ୍ସ ଦଳ ରେ ରଷିଦ୍ ଖାନ ଓ ରହମ୍ମଦ୍ ସ୍ପିନ ବିଭାଗ ସମ୍ଭାଳୁଛନ୍ତି।ରବୀନ୍ଦ୍ର ଜାଡେଜା,ମୋଇନ୍ ଅଲ୍ଲୀ,ମୋଇନ୍ ତିଖ୍ନା ଚେନ୍ନାଇ ଦଳ ର ସ୍ପିନ୍ ବିଭାଗ ସମ୍ଭାଳିବେ।ଉଭୟ ଦଳ ର ବ୍ୟାଟିଂ ବିଭାଗ ଶକ୍ତିଶାଳି ଥିବାରୁ କ୍ଵାଲିଫାୟର୍ ମ୍ୟାଚ ରେ ବିଶାଳ ସ୍କୋର ହେବା ନିଶ୍ଚିଚ।ହର୍ଦିକ୍ ପାଣ୍ଡ୍ୟା ଶେଷ ତିନୋଟି ମ୍ୟାଚ ରେ ବୋଲିଙ୍ଗ୍ କରି ନଥିଲେ।
ସୁପର କିଙ୍ଗ୍ସ୍ ର ବ୍ୟାଟିଂ ବିଭାଗ ରେ ହାର୍ଦିକ ପାଣ୍ଡ୍ୟା ଭଲ ବୋଲିଙ୍ଗ୍ ପ୍ରଦର୍ଶନ କରିବେ ବୋଲି ଆଶା ଅଛି।ଶୁଭମନ୍ ଗିଲ ଙ୍କ ପାଇଁ ସୁପର କିଙ୍ଗ୍ସ ସ୍ଵତନ୍ତ୍ର ରଣନିତି ପ୍ରସ୍ତୁତ କରିବ।ଚମତ୍କାର୍ ଫର୍ମ୍ ରେ ରହିଥିବା ଗିଲ ଦୁଇଟି ଶତକିୟ ଇନିଙ୍ଗ୍ସ୍ ସହ ମୋଟ ୬୮୦ ରନ୍ ସଂଗ୍ରହ କରି ସାରିଛନ୍ତି।କ୍ଵାଲିଫାୟର୍ ମ୍ୟାଚ ରେ ମଧ୍ୟ ତାଙ୍କ ବ୍ୟାଟ ରୁ ମଧ୍ୟ ଏକ ବଡ଼ ଇନିଙ୍ଗ୍ସ୍ ଆଶା କରାଯାଉଛି।ଚେନ୍ନାଇ ସୁପର କିଙ୍ଗ୍ସ ର ଚୁଡାନ୍ତ ଏକାଦଶ ରେ ଶୁଭ୍ରାଶୁ ସେନାପତି ଙ୍କୁ ଆଜିର ମ୍ୟାଚ ରେ ସୁଯୋଗ ମିଳି ପାରିବ ନାହିଁ।
Faltu news