Picsart 24 01 21 13 34 11 777

ଇଂଲଣ୍ଡ ବିପକ୍ଷରେ ସିରିଜ ପୂର୍ବରୁ କୋହଲିଙ୍କୁ ଖୋଲା ଧମକ ଦେଲେ ଇଂଲଣ୍ଡ ବୋଲର । କହିଲେ ତୁମ ଇଗୋ ସହ ଖେଳିବି ।

ଦର୍ଶକବନ୍ଧୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ କୋହଲିଙ୍କୁ ମିଳିଲା ଧମକ । ଇଂଲଣ୍ଡର ଦ୍ରୁତ ବୋଲର ଦେଲେ ଏହି ଚେତାବନୀ । ତେବେ ଆସନ୍ତା ଜାନୁଆରୀ ୨୫ ରୁ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଚେତାବନୀ ଦିଆଯାଇଛି । ଆଉ ଏହି ଧମକ ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବୀନ୍ସ ଦେଇଛନ୍ତି । ଏହି ସିରିଜରେ ବିରାଟ କୋହଲିଙ୍କ ବିରୁଦ୍ଧରେ ଯୋଜନା ଅଛି ବୋଲି ରବିନ୍ସ ଦାବି କରିଛନ୍ତି । ପ୍ରତ୍ୟକ ମ୍ୟାଚରେ ସେ ବିରାଟ କୋହଲିଙ୍କ ୱିକେଟ ନେବେ ବୋଲି ରବିନ୍ସ କହିଛନ୍ତି ।

images 2024 01 21T132825.619

ତେବେ ରବିନ୍ସ ବିରାଟ କୋହଲିଙ୍କୁ ଶ୍ରେଷ୍ଠ କ୍ରିକେଟର ବୋଲି କହିଛନ୍ତି । ଇଂଲଣ୍ଡର ଦ୍ରୁତ ବୋଲର ରବିନ୍ସ କହିଛନ୍ତି ଯେ, “ଆପଣ ସର୍ବଦା ଶ୍ରେଷ୍ଠ କ୍ରିକେଟରଙ୍କ ବିପକ୍ଷରେ ଖେଳିବା ପାଇଁ ଭଲ ପାଆନ୍ତି । ମୁଁ ବି ଏହା ଚାହୁଁଛି । ମୋର ଆଶା ହେଉଛି ଏହି ଶ୍ରେଷ୍ଠ ଖେଳାଳିଙ୍କ ଉଇକେଟ ନେବା । ସେହି ଖେଳାଳି ମାନଙ୍କ ମଧ୍ୟରୁ ବିରାଟ କୋହଲି ଅନ୍ୟତମ । ରବିନ୍ସ ବିରାଟ କୋହଲିଙ୍କ ଇଗୋ ସହିତ ଖେଳିବା ବିଷୟରେ କହିଥିଲେ । ଦ୍ରୁତ ବୋଲର ଦାବି କରିଛନ୍ତି ଯେ ବିରାଟ କୋହଲିଙ୍କ ଏକ ବଡ଼ ଇଗୋ ଅଛି । ମୁଁ ବିରାଟ କୋହଲିଙ୍କ ଇଗୋ ଖେଳିବା ପାଇଁ ଯୋଜନା କରିଛି ।

images 2024 01 21T132840.094

ଭାରତରେ ବିରାଟ କୋହଲିଙ୍କ ସହିତ ଖେଳିବା ଅଧିକ ଆକର୍ଷଣୀୟ ମ୍ୟାଚ ହେବାକୁ ଯାଉଛି । ବିରାଟ କୋହଲି ଭାରତରେ ଖେଳୁଛନ୍ତି । ଏବଂ ଏଠାରେ ସେ ରନ ସ୍କୋର କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରିବେ ପୂର୍ବରୁ ମଧ୍ୟ ଏହି ପ୍ରକାର ଫାଇଟ ହୋଇ ସାରିଛି । ଏଥି ପାଇଁ ମୁଁ ପ୍ରସ୍ତୁତ । ଏବେ ମୁଁ ଦୃଢ଼ ବିଶ୍ୱାସ କରେ ଯେ କୋହଲିଙ୍କୁ ମୋର ସାମ୍ନା କରିବା ଏତେ ସହଜ ହେବନାହିଁ ବୋଲି କହିଛନ୍ତି ଇଂଲଣ୍ଡର ଦ୍ରୁତ ବୋଲର ରବିନ୍ସ ।

images 2024 01 21T132817.506

ତେବେ ସୂଚନାଯୋଗ୍ୟ ଜାନୁୟାରୀ ୨୫ ତାରିଖରୁ ମାର୍ଚ୍ଚ ମଧ୍ୟରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ ହାଇଦ୍ରାବାଦରେ ଜାନୁୟାରୀ ୨୫ ତାରିଖରୁ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ଫେବୃଆରୀ ୨ ତାରିଖରେ ବିଶାଖାପଟ୍ଟନମ୍ ରେ ଖେଳାଯିବ । ସେହିପରି ତୃତୀୟ ମ୍ୟାଚ ଫେବୃଆରୀ ୧୫ ତାରିଖରେ ରାଜକୋଟରେ କେଳାଯିବାର ସୂଚୀ ରହିଛି । ଚତୁର୍ଥ ମ୍ୟାଚ ୨୩ ଫେବୃଆରୀରେ ରାଞ୍ଚିରେ ଏବଂ ମାର୍ଚ୍ଚ ୭ତାରିଖରେ ସିରିଜର ଶେଷ ତଥା ପଞ୍ଚମ ଟେଷ୍ଟ ମ୍ୟାଚ ଧର୍ମଶାଳାରେ ଖେଳା ଯିବାର ସୂଚୀ ରହିଛି ।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *