Picsart 23 05 24 19 36 48 367

ଚେନ୍ନାଇ ହାରିଲେ ବି ସେମିଫାଇନାଲ ଖେଳିବ

ନମସ୍କାର ବନ୍ଧୁଗଣ।ଆପଣ ମାନେ ଜାଣି ଥିବେ ଯେ ଚେନ୍ନାଇ ହାରିଲେ ବି ସେମି ଫାଇନାଲ ରେ ଖେଳିବ।କ୍ଵାଲିଫାୟର୍ ରେ ମୁହାଁ ମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ୍ ଟାଇଟନ୍ସ।ଏହି ମ୍ୟାଚ୍ ଗୁଡିକ ଅଧିକ ରୋମାଂଚକ ର ହେବ।ଇଣ୍ଡିଆନ ପ୍ରିମିଅର ଲିଗ ପର୍ଯ୍ୟାୟ ମୁକାବିଲା ଶେଷ ହୋଇଛି।ଡ଼ିଫେଣ୍ଡିଙ୍ଗ୍ ଚାମ୍ପିୟାନ ଗୁଜୁରାଟ୍ ଟାଇଟନ୍ସ ପ୍ଲେ ଅଫ ରେ ପ୍ରବେଶ କରିବା ସହିତ ଟେବୁଲ ଶିର୍ଷ ରେ ରହି ଲିଗ ପର୍ଯ୍ୟାୟ ଶେଷ କରିଥିଲା।

images 77 1

ସେହିପରି ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୋ ସୁପର ଜିଆଣ୍ଟସ ଓ ଶେଷ ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ରେ ପ୍ରବେଶ କରିଛି।ମଙ୍ଗଳବାର ଦିନ ଗୁଜୁରାଟ୍ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ପ୍ରଥମ କ୍ଵାଲିଫାୟର୍ ମ୍ୟାଚ ଖେଳା ଯିବ।ସେହିଭଳି ମେ ୨୪ ତାରିଖ ବୁଧୁବାର ଦିନ ଲକ୍ଷ୍ନୋ ସୁପର ଜିଆଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମେଣ୍ଟ ମ୍ୟାଚ ଖେଳା ଯିବ।ହାର୍ଦିକ ପାଣ୍ଡ୍ୟା ଙ୍କ ନେତ୍ରୁତ୍ଵାଧିନ ଗୁଜୁରାଟ୍ ଟାଇଟନ୍ସ ଲିଗ ପର୍ଯ୍ୟାୟ ରେ ୧୪ ଟି ମ୍ୟାଚ୍ ଖେଳି ୧୦ ଟି ବିଜୟ ସହିତ ୨୦ ପଏଣ୍ଟ ପାଇ ଟେବୁଲ ଶିର୍ଷ ରେ ରହିଛି।

images 13 5

ସେହିପରି ମହେନ୍ଦ୍ର ସିଂ ଧୋନି ଙ୍କ ନେତ୍ରୁତ୍ଵାଧିନ ଚେନ୍ନାଇ ସୁପର କିଙ୍ଗ୍ସ ଓ କୁନାଲ୍ ପାଣ୍ଡ୍ୟା ଙ୍କ ଅଧିନାୟକତ୍ଵ ରେ ଥିବା ଲକ୍ଷ୍ନୋ ସୁପର ଜିଆଣ୍ଟସ ଦଳ ୧୭ ପଏଣ୍ଟ ରେ ରେ ରହିଛି।ଏହି ଦୁଇ ଟି ଦଳ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ।ସିଏସକେ ର ରନ ରେଟ ଲକ୍ଷ୍ନୋ ଠାରୁ ଭଲ ରହିଛି। ଆଇପିଏଲ୍ ଇତିହାସ ରେ ଚେନ୍ନାଇ ୧୨ ଥର ପାଇଁ ପ୍ଲେ ଅଫ ରେ ପ୍ରବେଶ କରିଛି।ସେହିପରି ଦୁଇଟି ସିଜିନ ଖେଳି ଥିବା ଗୁଜୁରାଟ୍ ଓ ଲକ୍ଷ୍ନୋ ସୁପର ଜିଆଣ୍ଟସ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ଲେ ଅଫ ରେ ପ୍ରବେଶ କରିଛି।

images 76

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ଦଶମ ଥର ପାଇଁ ପ୍ଲେ ଅଫ ରେ ପ୍ରବେଶ କରିଛି।ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜୁରାଟ୍ ଟାଇଟନ୍ସ ମଧ୍ୟରେ କ୍ଵାଲିଫାୟର୍ ମୁକାବିଲା ମଙ୍ଗଳବାର ଚେନ୍ନାଇ ର ଚେପକ୍ ଷ୍ଟାଡିଅମ ରେ ଖେଳା ଯିବ।ଲକ୍ଷ୍ନୋ ସୁପର ଜିଆଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟର ମୁକାବିଲା ମଧ୍ୟ ଚେନ୍ନାଇ ର ଚେପକ୍ ଷ୍ଟାଡିଅମ ରେ ଖେଳା ଯିବ।ଚେନ୍ନାଇ ସୁପର କିଙ୍ଗ୍ସ ଯଦି କ୍ଵାଲିଫାୟର୍ ମୁକାବିଲା ରେ ପରାଜିତ ହୁଏ ତେବେ ସେ ବିଜୟ ଦଳ ସହ ପୁଣି ଥରେ ଖେଳିବାର ସୁଯୋଗ ପାଇବ

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *