ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଶେଷ ରେ ଉପାୟ ପାଇଲେ ନାହିଁ ସାନିଆ ମିର୍ଜା। ମହେନ୍ଦ୍ର ସିଂହ ଧୋନି ଙ୍କୁ କଲ କରି ସାହାର୍ଯ୍ୟ ମାଗିଥିଲେ। ଶୋଏବ ଙ୍କୁ ବୁଝାଇବା ପାଇଁ ଅନୁରୋଧ କରିଥିଲେ।ଆପଣମାନେ ଜାଣିଥିବେ ଅଲଗା ହେଉଛନ୍ତି ଶୋଏବ ଏବଂ ସାନିଆ ମିର୍ଜା। ସରି ଯାଇଛି ସେମାନଙ୍କ ପ୍ରେମ।ଭାଙ୍ଗି ଯାଇଛି ଭାରତ ଏବଂ ପାକିସ୍ତାନ ର ପ୍ରେମ କାହାଣୀ।
ଫଳରେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ସାନିଆ ମିର୍ଜା।ସେପଟେ ହସଖୁଶି ରେ ନୂଆ ସଂସାର ଆରମ୍ଭ କରିଛନ୍ତି ଶୋଏବ।ସାନିଆ ମିର୍ଜା ମଧ୍ୟ ଜୀବନରେ ଆଗକୁ ଯିବା ଲାଗି ଭାବି ସାରିଥିଲେ।କିନ୍ତୁ ଅତୀତ କୁ ଭୁଲି ପାରି ନାହାଁନ୍ତି ସାନିଆ ମିର୍ଜା।ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବଡ଼ ଖବର।ଶୋଏବ ଙ୍କୁ ଫେରି ପାଇବା ପାଇଁ ମହେନ୍ଦ୍ର ସିଂହ ଧୋନି ଙ୍କୁ ସେ ସାହାର୍ଯ୍ୟ ମାଗିଛନ୍ତି।ଏମିତି କି କଲ ମଧ୍ୟ କରିଛନ୍ତି।
ଭାରତୀୟ ଝିଅ ସାନିଆ ମିର୍ଜା ଙ୍କୁ ବିବାହ କରି ଶୋଏବ ବହୁତ ଖୁସି ଥିଲେ।ଅଧିକାଂଶ ଜାଣି ନଥିଲେ ଯେ ସାନିଆ ତାଙ୍କର ଦ୍ୱିତୀୟ ପତ୍ନୀ।ପ୍ରଥମ ପତ୍ନି ଆଇସା ଙ୍କୁ ୨୦୦୨ ମସିହା ରେ ବିବାହ କରିଥିଲେ ଶୋଏବ।ହେଲେ ବେଶୀ ଦିନ ଏହି ସମ୍ପର୍କ ରହି ନଥିଲା।ଶେଷରେ ଆଇସା ଙ୍କ ଠାରୁ ଅଲଗା ହୋଇଥିଲେ ଶୋଏବ।ଏହାପରେ ସାନିଆ ମିର୍ଜା ଙ୍କୁ ବିବାହ କରିଥିଲେ।ଶେଷରେ ସାନିଆ ମିର୍ଜା ଙ୍କୁ ବିବାହ କରି ଶୋଏବ ଙ୍କ ଭାଗ୍ୟ ବଦଳି ଯାଇଥିଲା।ପାକିସ୍ତାନ ଟିମ୍ ର ଅଧିନାୟକ ପଦ ମଧ୍ୟ ତାଙ୍କୁ ମିଳିଥିଲା।
ଏବେ କିନ୍ତୁ ସାନିଆ ମିର୍ଜା ଙ୍କୁ ମଧ୍ୟ ଜୀବନ ରୁ ତଡ଼ି ଦେଇଛନ୍ତି ଶୋଏବ।ଆଉ ଜଣେ ପାକିସ୍ତାନୀ ଅଭିନେତ୍ରୀ ଙ୍କୁ ଶୋଏବ ତୃତୀୟ ବିବାହ କରିଛନ୍ତି।ଏହାରି ଭିତରେ ସାମ୍ନାକୁ ଆସୁଛି ବଡ଼ କଥା।ଉଭୟଙ୍କୁ ନେଇ ନୂଆ ନୂଆ କଥା ଚର୍ଚ୍ଚାର ବିଷୟ ପାଲଟିଛି।ପ୍ରଥମେ ସାମ୍ନାକୁ ଆସିଥିଲା ଯେ ମହମ୍ମଦ ସାମି ଙ୍କୁ ବିବାହ କରିବେ ସାନିଆ ମିର୍ଜା।କିନ୍ତୁ ଏହି ଚର୍ଚ୍ଚା କୁ ଖଣ୍ଡନ କରିଥିଲେ ତାଙ୍କର କିଛି ନିକଟ ସମ୍ପର୍କୀୟ।ବର୍ତମାନ ଚର୍ଚ୍ଚା ହେଉଛି ଯେ ସାନିଆ ମିର୍ଜା ମହେନ୍ଦ୍ର ସିଂହ ଧୋନି ଙ୍କୁ କଲ କରି ଶୋଏବ ଙ୍କୁ ବୁଝାଇବା ପାଇଁ ଅନୁରୋଧ କରିଛନ୍ତି।