Picsart 23 12 18 18 47 38 707

ପୁଣି ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟେଇଲା ଭାରତ,ଶେଷରେ କାନ୍ଦି କାନ୍ଦି କହିଲେ ଆମେ ତୁମ ସହ ପାରିବୁନି

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପ୍ରଥମ ଦିନିକିଆ ରେ ଆଠ ୱିକେଟ ରେ ଜିତିଲା ଟିମ୍ ଇଣ୍ଡିଆ। ହିଟ୍ ମ୍ୟାନ ରୋହିତ ଶର୍ମା ଏବଂ ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଙ୍କ ଅନୁପସ୍ଥିତି ରେ ବିଦେଶ ରେ ଦମ୍ ଦେଖାଇଲା ଟିମ୍ ଇଣ୍ଡିଆ। ଟି -୨୦ ସିରିଜ୍ କୁ ୧-୧ ରେ ବରାବର ରଖିବା ପରେ ଟିମ୍ ଇଣ୍ଡିଆ ତାର ଦିନିକିଆ ସିରିଜ ଅଭିଯାନ ବିଜୟ ରୁ ଆରମ୍ଭ କରିଛି।

ind vs sa 1 1

ରୋହିତ ଶର୍ମା ଏବଂ ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଙ୍କ ପରି ସିନିୟର୍ ଖେଳାଳି ଦଳ ରେ ନଥିଲେ ବି ବିଦେଶ ମାଟିରେ ଭାରତୀୟ ଯୁବ ବାହିନୀ କମାଲ କରିଛନ୍ତି।ପ୍ରଥମ ଦିନିକିଆ ରେ ଘରୋଇ ଦଳ କୁ ଆଠ ୱିକେଟ ରେ ପରାସ୍ତ କରିଛି ଭାରତ।ଉଭୟ ବୋଲିଂ ଏବଂ ବ୍ୟାଟିଂ ରେ ଭାରତ ଦକ୍ଷିଣ ଆଫ୍ରିକା ଅପେକ୍ଷା ଉଚ୍ଚ କୋଟି ର ପ୍ରଦର୍ଶନ କରିଥିଲା।

images 2023 12 18T183922.214

ପ୍ରଥମ ମ୍ୟାଚ୍ ରେ ବଡ଼ ସ୍କୋର କରିବା ଲକ୍ଷ୍ୟ ରେ ପଡିଆକୁ ଓହ୍ଲାଇ ଥିବା ଦକ୍ଷିଣ ଆଫ୍ରିକା ମାତ୍ର ୩ ରନ ରେ ପ୍ରଥମ ୱିକେଟ ହରାଇ ଥିଲା।ଦକ୍ଷିଣ ଆଫ୍ରିକା ର ଓପନର Reeza Hendricks ଖାତା ଖୋଲିବା ପୂର୍ବରୁ ଅର୍ଶ ଦୀପ ସିଂହ ଙ୍କ ପ୍ରଥମ ଶିକାର ହୋଇଥିଲେ।ଏହାପରେ ଅର୍ଶ ଦୀପ ଅନ୍ୟ ବ୍ୟାଟ୍ସମ୍ୟାନ Tony de Zorzi ଏବଂ Rassie van der Dussen ଙ୍କୁ ଆଉଟ୍ କରାଇ ଭାରତ କୁ ତୃତୀୟ ସଫଳତା ଦେଇଥିଲେ।ଏହାପରେ କୌଣସି ଘରୋଇ ବ୍ୟାଟ୍ସମ୍ୟାନ କ୍ରିଜ ରେ ଅଧିକ ସମୟ ରହି ପାରି ନଥିଲେ।

images 2023 12 18T183856.281

ଦକ୍ଷିଣ ଆଫ୍ରିକା ପକ୍ଷରୁ Andile Phehlukwayo, ସର୍ବାଧିକ ୩୩ ରନ କରିଥିବା ବେଳେ ସେ ମଧ୍ୟ ଅର୍ଶ ଦୀପ ଙ୍କ ଶିକାର ହୋଇଥିଲେ।ଅର୍ଶ ଦୀପ ସିଂହ ଚାରୋଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକା ର ରନ ଗତି ରେ ରୋକ ଲଗାଇ ବାରେ ସକ୍ଷମ ହୋଇଥିଲେ।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *