Picsart 24 01 29 18 47 40 909

ଖତରନାକ୍ ବୋଲିଂ କରି ଟିମ୍ ଇଣ୍ଡିଆକୁ କନ୍ଦାଇ ଦେଲେ ଏହି ବୋଲର

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଟିମ୍ ଇଣ୍ଡିଆ କୁ କନ୍ଦାଇ କନ୍ଦାଇ ହରାଇଲା Tom Hartley ଙ୍କ ଘାତକ ବୋଲିଙ୍ଗ। ସ୍ପିନ ଜାଲ ରେ ଫସିଲା ଟିମ୍ ଇଣ୍ଡିଆ।ଭାରତ ୧୯୦ ରନ ର ଅଗ୍ରଣୀ ହାସଲ କରି ମଧ୍ୟ ପ୍ରଥମ ଟେଷ୍ଟ ରେ ଲଜ୍ୟା ଜନକ ଭାବରେ ପରାଜୟ ହୋଇଛି।Tom Hartley ଙ୍କ ଘାତକ ବୋଲିଙ୍ଗ ବଳରେ ସ୍ମରଣୀୟ ବିଜୟ ହାସଲ କରିଛି ଇଂଲଣ୍ଡ ଦଳ।

images 2024 01 29T183714.487

ହାଇଦ୍ରାବାଦ ର ରାଜୀବ ଗାନ୍ଧୀ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମ ରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚ୍ ର ଇଂଲଣ୍ଡ ଦଳ ଭାରତ କୁ ୨୮ ରନ ରେ ପରାସ୍ତ କରିଛି।ଏଥି ସହିତ ଇଂଲଣ୍ଡ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ରେ ୧-୦ ରେ ଅଗ୍ରଣୀ ହାସଲ କରିଛି।ଇଂଲଣ୍ଡ ଦ୍ଵାରା ଧାର୍ଯ୍ୟ ୨୩୧ ରନ ର ବିଜୟ ଲକ୍ଷ୍ୟ କୁ ପିଛା କରି ଟିମ୍ ଇଣ୍ଡିଆ ୨୦୨ ରନ କରି ଅଲ୍ ଆଉଟ୍ ହୋଇଛି।

images 2024 01 29T152327.358 1

ଭାରତ ପକ୍ଷରୁ ଜଣେ ହେଲେ ବି ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଇନିଂସ ରେ ଅର୍ଦ୍ଧ ଶତକ ମଧ୍ୟ ହାସଲ କରି ପାରି ନାହାଁନ୍ତି।ଅଧିନାୟକ ତଥା ହିଟ ମ୍ୟାନ ରୋହିତ ଶର୍ମା ସର୍ବାଧିକ ୩୯ ରନ ସଂଗ୍ରହ କରିଛନ୍ତି।ନିଜର ଟେଷ୍ଟ ଇତିହାସ ରେ ଭାରତ ଆଉ ଏକ ଶୋଚନୀୟ ପରାଜୟ ହୋଇଛି।ମ୍ୟାଚ୍ ର ପ୍ରଥମ ତିନି ଦିନ ଭାରତ କବଜା ରେ ଥିଲେ ମଧ୍ୟ ଇଂଲଣ୍ଡ ଦଳ ଦମଦାର ପ୍ରତ୍ୟାବର୍ତନ କରି ଭାରତ କୁ ଧରାଶାୟୀ କରିଛି।Tom Hartley ସାତୋଟି ୱିକେଟ ନେଇ ଇଂଲଣ୍ଡ ଦଳ କୁ ଐତିହାଶିକ ବିଜୟ ଦେଇଛନ୍ତି।

1706351413 1363

ସୂଚନା ଅନୁସାରେ ଇଂଲଣ୍ଡ ଦଳ ପ୍ରଥମ ମ୍ୟାଚ୍ ରେ ୨୪୬ ରନ କରିଥିଲେ।ଭାରତ ୪୩୬ ରନ କରି ୧୯୦ ରନ ରେ ଆଗୁଆ ରହିଥିଲା।ଦ୍ୱିତୀୟ ମ୍ୟାଚ୍ ରେ ଇଂଲଣ୍ଡ ଦଳ ର ଷ୍ଟାର୍ ବ୍ୟାଟ୍ସମ୍ୟାନ Ollie Pope ଙ୍କ ୧୯୬ ରନ ବଳରେ ୪୨୦ ରନ କରିଥିଲେ।ଭାରତ ସାମ୍ନା ରେ ୨୩୧ ରନ ର ବିଜୟ ଲକ୍ଷ୍ୟ ଦେଇଥିଲେ।କିନ୍ତୁ ଭାରତ ୨୦୨ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *