ବନ୍ଧୁଗଣ ହାଇଦ୍ରାବାଦର ଗ୍ରାଉଣ୍ଡରେ ଖେଳା ଯାଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ । ଯେଉଁଠାରେ ଭାରତୀୟ ବୋଲରମାନେ ସେମାନଙ୍କ ମାରାତ୍ମକ ବୋଲିଂରେ ହଇଚଇ ସୃଷ୍ଟି କରୁଛନ୍ତି, ସେଠାରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଓଲି ପୋପ୍ ସେଠାରେ ଏକ ଚତ୍ମକାର ଶତକ ମାରି ନିଜ ଦଳ ପାଇଁ ସଙ୍କଟ ମୋଚକ ସାଜିଛନ୍ତି । କଠିନ ପରିସ୍ଥିତିରେ, ପୋପ୍ ଧୌର୍ଯ୍ୟର ସହିତ ବ୍ୟାଟିଂ କରି ନିଜ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ଲଗାଇଥିଲେ । ପୋପଙ୍କ ଶତକ ଯୋଗୁଁ ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଇଂଲଣ୍ଡର ଲଢ଼େଇ ଜାରି ରଖିଛି ।
ପ୍ରଥମ ଇନିଂସରେ ଭାରତ ୧୯୦ ରନର ଅଗ୍ରଣୀ ହାସଲ କରିଥିଲା ଏବଂ ଏହାର ଜବାବରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ହରାଇ ସ୍କୋର ୧୬୩ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ତା’ପରେ ଓଲି ପୋପ୍ ଗୋଟିଏ ପଟେ ରନ୍ ଆଗକୁ ବଢ଼ାଇଥିଲେ ଏବଂ ତୃତୀୟ ଦିନର ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଏହି କାରଣରୁ ଇଂଲଣ୍ଡ ଭାରତ ବିପକ୍ଷ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ପାଇଁ ୩୧୬ ରନ୍ ସଂଗ୍ରହ କରିଥିଲା ଏବଂ ବର୍ତ୍ତମାନ ଇଂଲଣ୍ଡ ଟିମ୍ ଇଣ୍ଡିଆ ଉପରେ ୧୨୬ ରନର ଅଗ୍ରଣୀ ହାସଲ କରିଛି ।
ପ୍ରଥମ ଇନିଂସ ଆଧାରରେ ୧୯୦ ରନ୍ ପଛରେ ରହିବା ପରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ଇଂଲଣ୍ଡ ଭଲ ଆରମ୍ଭ କରିନଥିଲା । ଯାହାର ଫଳାଫଳ ଥିଲା ଯେ ଇଂଲଣ୍ଡର ସ୍କୋର ୧୬୩ ରନ୍ ଭିତରେ ପାଞ୍ଚଟି ୱିକେଟ୍ ଖସି ଯାଇଥିଲା । ଯେତେବେଳେ କି ନମ୍ବର-୩ ରେ ବ୍ୟାଟିଂ କରିବାକୁ ଆସିଥିବା ଓଲି ପୋପ୍ ଗୋଟିଏ ପଟେ ଦାୟିତ୍ୱ ନେଇଥିଲେ ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ବେନ୍ ଫକ୍ସଙ୍କ ସହ ଇନିଂସକୁ ଆଗକୁ ନେଇଥିଲେ । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମାନେ ଫ୍ଲପ୍ ହୋଇଥିଲେ ।
ଭାରତୀୟ ବୋଲରମାନଙ୍କୁ ଫକ୍ସ ଏବଂ ପୋପ୍ ଜୋରାଦାର ପିଟିଥିଲେ । ପୋପ୍ ୧୫୪ ବଲରେ ୧୦ଟି ଚୌକା ସହ ଟେଷ୍ଟ କ୍ରିକେଟ୍ କ୍ୟାରିୟରର ପଞ୍ଚମ ଶତକ ଲଗାଇଥିଲେ । ଅବଶ୍ୟ, ଶତକ ପରେ ପୋପ୍ ଅଟକି ନଥିଲେ । ଫକ୍ସ ଆଉଟ୍ ହେବା ପରେ ରେହାନ ଅହମ୍ମଦ ମଧ୍ୟ ପୋପଙ୍କୁ ସମର୍ଥନ କରିଥିଲେ ଏବଂ ଉଭୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଏହି କାରଣରୁ, ତୃତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ୭୭ ଓଭରରେ ୬ ୱିକେଟ୍ ପାଇଁ ୩୧୬ ରନ୍ ସଂଗ୍ରହ କରିଥିଲା । ଓଲି ପୋପ୍ ୨୦୮ ବଲରେ ୧୭ଟି ଚୌକା ସହ ୧୪୮ ରନ୍ ସଂଗ୍ରହ କରି ଅପରାଜିତ ଥିଲେ ।