Picsart 23 12 22 09 16 05 599

ଦିଲ୍ଲୀ ଟିମ୍ କୁ ଆସିଲେ ଜୁନିୟର ଧୋନୀ, ଗାଙ୍ଗୁଲି କହିଲେ ଧୋନୀ ୟା ଆଗରେ କିଛି କାମକୁ ନୁହେଁ

ଆଇପିଏଲ ଅକ୍ସନରେ ମହଙ୍ଗା ଦାମରେ ବିକ୍ରି ହୋଇଛନନ୍ତି ଅଷ୍ଟେଲିଆର ଷ୍ଟାର କ୍ରିକେଟର । ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳ ଭାରେ ୨୪.୭୫ କୋଟି ଟଙ୍କାରେ କୋଲକାତାକୁ ବିକ୍ରି ହୋଇଥିବା ବେଳେ ଦଳର ଅଧିନାୟକ ପ୍ୟାଟ କମିନ୍ସ ୨୦.୫୦ କୋଟି ଟଙ୍କାରେ ବିକ୍ରି ହୋଇଛି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ ହୋଇଛନ୍ତି ‘ଧୋନୀ’ । ଦଳରେ ଧୋନୀ ସାମିଲ ହେବା ପରେ ବିସିସିଆଇର ପୁରୁଣା ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ତେବେ କିଏ ଏହି ଖେଳାଳି ଆସନ୍ତୁ ଜାଣିବା ।

images 2023 12 22T090233.397

ବନ୍ଧୁଗଣ ଆସନ୍ତା ଆଇପିଏଲ ପାଇଁ ଏମ.ଏସ ଧୋନୀ ଚେନ୍ନାଇ ପକ୍ଷରୁ ଖେଳିବେ । କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଥିବା ଖେଳାଳି ହେଉଛନ୍ତି କୁମାର କୁସାଗ୍ରା । ଧୋନୀ ଝାଡ଼ଖଣ୍ଡର, ଏହି ଖେଳାଳି ମଧ୍ୟ ଝାଡ଼ଖଣ୍ଡର । ଧୋନୀଙ୍କ ଭଳି ସେ ମଧ୍ୟ ୱିକେଟ କିପର କମ ବ୍ୟାଟର । ଧୋନୀଙ୍କ ଭଳି କୁସାଗ୍ରା ମଧ୍ୟ ବଡ଼ ବଡ଼ ଛକା ଲଗାଇବାରେ ମାହିର । ତେଣୁ କୁମାର କୁସାଗ୍ରାଙ୍କୁ ଦ୍ୱିତୀୟ ଧୋନୀ ବୋଲି କୁହାଯାଉଛି

images 2023 12 22T090242.766

।ତେବେ ଆଇପିଏଲ-୨୦୨୪ ଅକ୍ସନରେ ଦ୍ୱିତୀୟ ଧୋନୀ ବା କୁମାର କୁସାଗ୍ରାଙ୍କୁ ଦଳରେ ସାମିଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । କୁମାର କୁସାଗ୍ରାଙ୍କ ବିଷୟରେ କହିବାକୁ ଗଲେ ସେ ଶେଷ ୧୦ ମାସରେ ହ୍ୱାଇଟ ବଲ କ୍ରିକେଟରେ କମାଲ କରୁଛନ୍ତି । ୨୦୨୨-୨୩ ବିଜୟ ହଜାରେ ଟ୍ରଫି ଏବଂ ଦେଓଧର ଟ୍ରଫିରେ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରିଥିଲେ କୁସାଗ୍ରା । ସେହିଭଳି ୨୦୨୧-୨୨ ରଣଜି ଟ୍ରଫିରେ ମଧ୍ୟ ୪୩୯ରନର ସେ ଏକ ଦମଦାର ପାରି ଖେଳିଥିଲେ ।

images 2023 12 22T090306.264

ନାଗାଲାଣ୍ଡ ସହ ପ୍ରି-କ୍ୱାଟର ଫାଇନାଲରେ ୩୬ଟି ଚଉକା ଏବଂ ୨ଟି ଛକା ସହ ୨୬୬ ରନ୍ କରିଥିଲେ କୁସାଗ୍ରା । ବ୍ୟାଟିଂ ସହିତ ୱିକେଟ କିପିଙ୍ଗରେ ମଧ୍ୟ ସେ ନିଜର ଦମଦାର ପ୍ରଦର୍ଶନ କରିଛନ୍ତି । ତେଣୁ କୁମାର କୁସାଗ୍ରା ଖେଳରେ କ୍ୟାପଟେନ୍ କୁଲ ମାହିଙ୍କ ଝଲକ ଥିବାରୁ ଗାଙ୍ଗୁଲି ତାଙ୍କୁ ଦଳରେ ସାମିଲ କରିଛନ୍ତି । ଅକ୍ସନରେ ଗୁଜୁରାଟ ଟାଇଟନ୍ସ ସହ ବିଡିଂରେ ଲଢ଼େଇ କରି ୭.୨୦ କୋଟିରେ କୁସାଗ୍ରାଙ୍କୁ ଦଳରେ ସାମିଲ କରିଛନ୍ତି ସୌରଭ ଗାଙ୍ଗୁଲି ।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *