ତେବେ ବନ୍ଧୁଗଣ ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୫୪ତମ ମ୍ୟାଚରେ ମଙ୍ଗବାର ଦିନ ସୁର୍ଯ୍ୟକୁମାର ଯାଦବ ଓ ନେହଲ ୱାଡେରାଙ୍କ ତୂଫାନୀ ଇନିଂସ ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ନେହଲ ୱାଡେରାଙ୍କ ଛକାରେ ଭାଙ୍ଗିଲା କାର । ଏଥିପାଇଁ ୫ ଲକ୍ଷ ଟଙ୍କା ଦାନ କଲା ଟାଟା କମ୍ପାନୀ ।
ସୂଚନାଯୋଗ୍ୟ ବାଙ୍ଗାଲୋର, ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଉତ୍କୃଷ୍ଟ ଇନିଂସ ଆଧାରରେ ୨୦ ଓଭରରେ ୬ ୱିକେଟ ହରାଇ ୧୯୯ ୧୯୯ ରନ୍ ସ୍କୋର କରିଥିଲା । ସୂର୍ଯ୍ୟକୁମାର ଓ ନେହଲ ୱାଡେରା ମଧ୍ୟରେ ଶତକୀୟ ଭାଗିଦାରୀ ଆଧାରରେ ମୁମ୍ବାଇ ୧୬.୩ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ତେବେ ଏହି ବିଜୟ ସହ ମୁମ୍ବାଇକୁ ୨ ପଏଣ୍ଟ ମିଳିଥିବା ବେଳେ ୧୨ ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର ଟପ ୪କୁ ପ୍ରବେଶ କରିଛି । ପ୍ରକାଶ ଥାଉ କି, ପ୍ରଥମ ପାଳିରେ ମୁମ୍ବାଇ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ଆଉ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଦିଆଯାଇଥିବା ୨୦୦ ରନ୍ର ଟାର୍ଗେଟକୁ ପିଛା କରି ମୁମ୍ବାଇ ଭଲ ଆରମ୍ଭ କରିଥିଲା । ମୁମ୍ୱାଇର ଇନିଂସ୍ ସମୟରେ ନେହଲ ୱାଡେରାଙ୍କ ଏକ ସଟ୍ ପଡ଼ିଆରେ ପାର୍କ ହୋଇଥିବା ଗୋଟେ କାରକୁ ବାଜି ଭାଙ୍ଗି ଦେଇଥିଲା । ମୁମ୍ୱାଇର ଇନିଂସର ଏକାଦଶ ଓଭରରେ ନେହଲ ୱାଡେରା ହସରଙ୍ଗାଙ୍କ ଏକ ବଲ୍ କୁ ସ୍ଲୋପ ସ୍ଵିପ ଖେଳି ଦେଇଥିଲେ । ଆଉ ବଲଟି ସିଧା ସୀମା ବାହାରେ ପାର୍କ ହୋଇଥିବା କାରରେ ଯାଇ ବାଜିଲା । ଏଵଂ କାର୍ ର କ୍ଷତି କରିଥିଲା । ତେବେ ଏହି ସଟ୍ ଦ୍ଵାରା କାହାରି କ୍ଷତି ହୋଇନଥିଲା ।
କିନ୍ତୁ ଉପକୃତ ହୋଇଥିଲା । ନେହଲ ୱାଡେରାଙ୍କ ସଟ୍ କାରରେ ବାଜିବା ପରେ ଟାଟା ବର୍ତ୍ତମାନ୍ ୫ ଲକ୍ଷ ଟଙ୍କା ଦାନ କରିବ । ଏହି ସିଜିନ ଆରମ୍ଭ ହେବା ପୂର୍ବରୁ ମୁଖ୍ୟ ପ୍ରଯୋଜକ ଟାଟା ଘୋଷଣା କରିଥିଲା ଯେ, ଯଦି ବଲ୍ କାରକୁ ବାଜେ ତେବେ ୫ ଲକ୍ଷ ଟଙ୍କା ଦାନ କରିବେ । ଆଉ ବର୍ତମାନ ଏହି ଅର୍ଥ କର୍ଣ୍ଣାଟକରେ କଫି ବୃକ୍ଷରେ ଜୈବ ବିବିଧତା ବୃଦ୍ଧିରେ ସାହଯ୍ୟ କରିବ ।