ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଟିମ୍ ଇଣ୍ଡିଆ ପାଇଁ ଚିନ୍ତା ବଢ଼ିଯାଇଛି।ଦ୍ୱିତୀୟ ଟେଷ୍ଟ ରୁ ବାଦ୍ ପଡି ପାରନ୍ତି ଜଣେ ଷ୍ଟାର୍ ଖେଳାଳି।ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜ ରେ ହାଇଦ୍ରାବାଦ ରେ ଟେଷ୍ଟ ର ପରାଜୟ ର ସାମ୍ନା କରିଛି ଟିମ୍ ଇଣ୍ଡିଆ।ପ୍ରଥମ ଇନିଂସ ରେ ଅଧିକ ରନ କରିଥିଲେ ମଧ୍ୟ ହାରି ଯାଇଛି ରୋହିତ ବାହିନୀ।ଯାହାକି ଟିମ୍ ଇଣ୍ଡିଆ ପାଇଁ ସାଜିଛି ଟେନସନ୍।ଆଉ ବର୍ତମାନ ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ କୁ ଲାଗିଛି ବଡ଼ ଝଟକା।
ଭାରତୀୟ ଦଳ ର ଷ୍ଟାର୍ ଅଲ୍ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ ହୋଇଛନ୍ତି।ହାଇଦ୍ରାବାଦ ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ସରିଛି।ଏଥିରେ ଇଂଲଣ୍ଡ ଦଳ ୨୮ ରେ ଭାରତୀୟ ଦଳ କୁ ପରାସ୍ତ କରିଛି।ପ୍ରଥମ ପାରି ରେ ବ୍ୟାଟିଂ କରି ଭାରତୀୟ ଦଳ ୧୯୦ ରନ ଆଗୁଆ ରହିଥିଲା।ତାପରେ ମଧ୍ୟ ପ୍ରଥମ ମ୍ୟାଚ୍ ରେ ପରାଜୟ ର ସାମ୍ନା କରିଛି ଟିମ୍ ଇଣ୍ଡିଆ।
ଏହାପରେ ଫେବୃଆରୀ ୨ ତାରିଖ ଦିନ ବିଶାଖାପାଟଣା ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ।ଏହି ମ୍ୟାଚ୍ ଜରିଆରେ କମ୍ ବ୍ୟାକ କରିବାକୁ ଟାର୍ଗେଟ ରଖିଛି ଟିମ୍ ଇଣ୍ଡିଆ।ହେଲେ ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ କୁ ଲାଗିଛି ବଡ଼ ଝଟକା।ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ଆହତ ହୋଇଛନ୍ତି ଷ୍ଟାର୍ ଅଲ୍ ରାଉଣ୍ଡର ରବୀନ୍ଦ୍ର ଜାଡେଜା।ମ୍ୟାଚ୍ ରେ ରନ ନେବା ସମୟରେ ତାଙ୍କ ଜଙ୍ଘ ରେ ଆଘାତ ଲାଗିଥିଲା।
ଯାହାଫଳରେ ବର୍ତମାନ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳିବା ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି।ଯଦି ଷ୍ଟାର୍ ଅଲ୍ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ରୁ ବାଦ୍ ପଡିବେ ତାଙ୍କ ସ୍ଥାନରେ କିଏ ଖେଳିବେ ସେନେଇ ଚର୍ଚ୍ଚା ହେବାରେ ଲାଗିଛି।ଏପରି ସ୍ଥିତି ରେ ଷ୍ଟାର୍ ଅଲ୍ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଙ୍କ ସ୍ଥାନରେ କୁଲଦୀପ ଯାଦବ ଙ୍କୁ ସାମିଲ କରା ଯିବାର ସମ୍ଭାବନା ରହିଛି।