Picsart 23 03 25 11 56 25 914

ଦୁଇ ଦେଶ ମଧ୍ୟରେ ଖେଳାଯିବ ଏସିଆ କପ୍ ୨୦୨୩ ମ୍ୟାଚ୍

ଆଧୁନିକ ଯୁଗରେ ଖେଳର ର ମହତ୍ତ୍ଵ ଅଧିକ।ସବୁବେଳେ ସମସ୍ତେ ଖେଳିବାକୁ ଭଲ ପାଆନ୍ତି। ବିଭିନ୍ନ ପ୍ରକାର ଖେଳ ମଧ୍ୟରୁ କ୍ରିକେଟ ବହୁତ ଲୋକ ପ୍ରିୟ ହଇଛି।କ୍ରିକେଟ ହେଉଛି ଇଂଲଣ୍ଡ ର ଜାତୀୟ ଖେଳ।ମାତ୍ର ଏବେ କ୍ରିକେଟ ସବୁ ଦେଶରେ ଲୋକପ୍ରିୟ ହୋଇଛି।ଆମ ଦେଶ ଭାରତରେ କ୍ରିକେଟ ବହୁମାତ୍ରାରେ ଲୋକପ୍ରିୟ ହେଇଛି।ଏସିଆ କପ୍ କୁ ନେଇ ଟଣା ଓଟରା ହେଲା ଶେଷ।ଦୁଇଟି ଦେଶରେ ଖେଳାଯିବ ଏସିଆ କପ୍ ୨୦୨୩। ଇତିହାସ ରେ ପ୍ରଥମ ଥର ହେବ ଏହି ନିୟମ।

images 47 2 1

ଏସିଆ କପ୍ ୨୦୨୩ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି।ତେବେ ଏହାକୁ ନେଇ ଲଗାତାର ଦ୍ଵନ୍ଦ ଲାଗିରହିଛି।ଏସିଆ କପ୍ ପାଇଁ ପାକିସ୍ତାନ ଯିବାପାଇଁ BCCI ମନା କରିଦେଇଥିଲା ଯାହା ଫଳରେ ଦ୍ଵନ୍ଦ ଲାଗିରହିଥିଲା। କିନ୍ତୁ ବର୍ତ୍ତମାନ ଏହି ସମ୍ପର୍କିତ ଏକ ଖବର ସାମ୍ନାକୁ ଆସିଛି।ଚଳିତ ବର୍ଷ ଦିନିକିଆ ମ୍ୟାଚ୍ ଖେଳାଯିବାର ଥିବାବେଳେ ଟୁର୍ଣ୍ଣାମେଣ୍ଟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।ତେବେ ନିୟମ ଲଗୁହେବା ଦ୍ଵାରା ଏହା ଇତିହାସରେ ଏକ ନୂଆ ପୃଷ୍ଠା ହେବ।

images 41 22

ଭାରତ ଏବଂ ପାକିସ୍ତାନ ଦ୍ଵନ୍ଦକୁ ନେଇ ଏସିଆକପ୍ ଆୟୋଜନରେ ପରିବର୍ତ୍ତନ କରାଯାଇଛି।ଚଳିତ ବର୍ଷ ଦୁଇଟି ଦେଶରେ ଏସିଆକପ୍ ଆୟୋଜନ ହେବ।ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହେଇଥିବା ବାକି ୫ଟି ଦଳର ମ୍ୟାଚ୍ ପାକିସ୍ତାନରେ ହେବାକୁ ଥିବାବେଳେ କେବଳ ଭାରତର ମ୍ୟାଚ୍ ଗୁଡ଼ିକ ଅନ୍ୟ ଦେଶରେ ଆୟୋଜିତ ହେବ।ତେବେ ରିପୋର୍ଟ ଅନୁସାରେ ଭାରତର ମ୍ୟାଚ୍ ଗୁଡ଼ିକ ୟୁଏଇ,ଶ୍ରୀଲଙ୍କା,ଏବଂଇଂଲଣ୍ଡ ରେ ଆୟୋଜନ କରାଯାଇପାରେ।

images 7 1

ତେବେ ଯଦି ଭାରତ ଫାଇନାଲରେ ପହଞ୍ଚେ ତେବେ ସେହି ମ୍ୟାଚ୍ ମଧ୍ୟ ପାକିସ୍ତାନରେ ଖେଳାଯିବ ନାହିଁ । ଟୁର୍ଣ୍ଣାମେଣ୍ଟର ସୂଚୀ ପ୍ରକାଶ ପାଇନଥିବା ବେଳେ ଏହି ନିୟମକୁ ନେଇ ଚର୍ଚ୍ଚା ଜୋର ଧରିଛି।୧୯୮୪ ମସିହାରେ ଏସିଆକପ୍ ଆରମ୍ଭ ହେଇଥିଲା ଯାହା ଏବେ ମଧ୍ୟ ଚାଲୁ ରହିଛି।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *