ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଏସିଆ କ୍ରୀଡା କ୍ରିକେଟ ସେମି ରେ ବାଂଲାଦେଶ କୁ ବାଦ୍ ଦେଇ ଫାଇନାଲ ରେ ଭାରତ।ଏସିଆ କ୍ରୀଡା କ୍ରିକେଟ ଫାଇନାଲ ରେ ବର୍ତମାନ ଭାରତ।ସ୍ଵର୍ଣ୍ଣ ପଦକ ମୁହାଁ ହୋଇଛି ଭାରତୀୟ ପୁରୁଷ କ୍ରିକେଟ ଦଳ।ସେମି ଫାଇନାଲ ରେ ବାଂଲାଦେଶ କୁ ୯ ଟି ୱିକେଟ ରେ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିବା ସହିତ ସ୍ଵର୍ଣ୍ଣ ପଦକ ପକା କରିଛି ଟିମ୍ ଇଣ୍ଡିଆ।
![ବାଂଲାଦେଶକୁ ହରାଇ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ,କହିଲେ ଆମେ ଯୁଆଡେ ଯିବୁ ସେଠି ରାଜ୍ କରିବୁ 1 images 2023 10 07T211650.449](https://cricketsambad.in/wp-content/uploads/2023/10/images-2023-10-07T211650.449.jpeg)
ଏସିଆନ ଗେମ୍ସରେ ଶୁକ୍ରବାର ଦିନ ଭାରତ ଏବଂ ବାଂଲାଦେଶ ପୁରୁଷ କ୍ରିକେଟ ଦଳ ମଧ୍ୟରେ ସେମି ଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା।ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ କୋଡ଼ିଏ ଓଭର ରେ ୯ ଟି ୱିକେଟ ହରାଇ ମାତ୍ର ୯୬ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା।ଦଳ ପକ୍ଷ ରେ ୱିକେଟ କିପର ଯାକର ଅଲ୍ଲୀ ସର୍ବାଧିକ ୨୪ ରନ ସଂଗ୍ରହ କରିଥିଲେ।
![ବାଂଲାଦେଶକୁ ହରାଇ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ,କହିଲେ ଆମେ ଯୁଆଡେ ଯିବୁ ସେଠି ରାଜ୍ କରିବୁ 2 images 2023 10 07T211736.319](https://cricketsambad.in/wp-content/uploads/2023/10/images-2023-10-07T211736.319.jpeg)
ସେହିପରି ପରଭେଜ ହୋଶୈନ୍, ରକିବୁଲ ହାସାନ ଙ୍କୁ ଛାଡି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ମନେବ ଦୁଇ ଅଙ୍କ ସଂଖ୍ୟା ଛୁଇଁ ପାରି ନଥିଲେ।ସେପଟେ ଟିମ୍ ଇଣ୍ଡିଆ ପକ୍ଷରୁ ଶାଇ କିଶୋର ସର୍ବାଧିକ ତିନୋଟି ୱିକେଟ ନେଇଥିଲେ। ୱାଶିଂ ଟନ୍ ସୁନ୍ଦର ଦୁଇଟି ୱିକେଟ ନେଇଛନ୍ତି।ତିଲକ ବର୍ମା ରବି ବିସ୍ନୋଇ,ଅର୍ଶ ଦୀପ ସିଂହ ଏବଂ ସହବାଜ୍ ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି।
![ବାଂଲାଦେଶକୁ ହରାଇ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ,କହିଲେ ଆମେ ଯୁଆଡେ ଯିବୁ ସେଠି ରାଜ୍ କରିବୁ 3 images 2023 10 07T211639.758](https://cricketsambad.in/wp-content/uploads/2023/10/images-2023-10-07T211639.758.jpeg)
ତେବେ ୯୭ ରନ ଲକ୍ଷ୍ୟ କୁ ପିଛା କରି ପଡିଆକୁ ଓହ୍ଲାଇ ଥିଲେ ଋତୁରାଜ ବାହିନୀ।ସେମି ଫାଇନାଲ ରେ ଯଶଶ୍ୱୀ ଜେଶ୍ୱାଲ୍ କୌଣସି ରନ ନ କରି ଆଉଟ୍ ହୋଇଥିଲେ।ପରେ ତିଲକ ବର୍ମା ଙ୍କ ସହିତ ଅଧିନାୟକ ଋତୁରାଜ ମାତ୍ର ୯.୨ ଓଭର ରେ ମ୍ୟାଚ୍ କୁ ଜିତି ଯାଇଥିଲେ।ଅଧିନାୟକ ଋତୁରାଜ ୨୬ ବଲ ରେ ୪୦ ରନ ଏବଂ ତିଲକ ବର୍ମା ୨୬ ବଲ ରୁ ଦମଦାର ୫୫ ରନ ର ଦର୍ଶନୀୟ ଅର୍ଦ୍ଧ ଶତକ ପାଳି ଖେଳିଥିଲେ।୯୭ ରନ କୁ ଦଳ ଅତି ସହଜ ରେ ଜିତି ନେଇଛି।