ଆଗକୁ ଆସୁଛି ବହୁ ପ୍ରତିକ୍ଷିତ ଆଇପିଏଲ ୨୦୨୪ । ଆଜି ଆସନ୍ତୁ ଦେଖିବା ଏହି ଖେଳାଳିମାନେ କେତେ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି ଏବଂ କିଏ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ପ୍ରମାଣିତ ହୋଇଛି । ୧. ଦୀପକ ଚହର :- ବନ୍ଧୁଗଣ ଚେନ୍ନାଇ ସୁପର୍ କିଙ୍ଗସ୍ ଦୀପକ୍ ଚହରଙ୍କୁ ରିଟେନ କରିଛି । ତେବେ ଆଇପିଏଲ ୨୦୨୪ରେ ଦୀପକ୍ ଚହରଙ୍କ ଦରମା ରହିଛି ୧୪ କୋଟି । ଆଉ ସିଏସକେ ୧୪ କୋଟି ଟଙ୍କା ଦେଇ ଦୀପକ୍ ଚହରଙ୍କୁ ରିଟେନ୍ କରିଛି । ୨. ମହମ୍ମଦ ସାମି :- ବନ୍ଧୁଗଣ ଏହାପରେ ମହମ୍ମଦ ସାମି ଅଛନ୍ତି ଯିଏକି ଗତ ସିଜିନରେ ସର୍ବାଧିକ ୱିକେଟ୍ ନେଇଥିଲେ ଏବଂ ପର୍ପଲ୍ କ୍ୟାପ୍ ମଧ୍ୟ ପାଇଥିଲେ ।
ତେବେ ମହମ୍ମଦ ସାମି ଗୁଜରାଟ ଟାଇଟାନ୍ସ ଦ୍ଵାରା ୬ କୋଟି ୨୫ ଲକ୍ଷ ଟଙ୍କା ମୂଲ୍ୟରେ କିଣା ହୋଇଥିଲେ । ମହମ୍ମଦ ସାମି ପୁଣିଥରେ ଗୁଜରାଟ ଟାଇଟାନ୍ସ ଦଳରେ ୬କୋଟି ୨୫ଲକ୍ଷରେ ରିଟେନ ହୋଇ ରହିଛନ୍ତି ।୩. ଯଶପ୍ରିତ୍ ବୁମରା :- ଦର୍ଶକବନ୍ଧୁ ଯଶପ୍ରିତ୍ ବୁମରାଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସ ପୁଣିଥରେ ରିଟେନ୍ କରିଛି ୧୨ କୋଟି ଟଙ୍କାରେ । ଏହି ଦମଦାର ବୋଲରଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସ ୧୨ କୋଟି ଟଙ୍କାରେ ଖେଳାଇବାକୁ ଯାଉଛି ଏବଂ ୨୦୨୪ ଆଇପିଏଲ ସିଜିନରେ ଯଶପ୍ରିତ୍ ବୁମରାଙ୍କ ଦରମା ହେଉଛି ୧୨ କୋଟି ଟଙ୍କା ।୪. ସଞ୍ଜୁ ସାମସନ୍ :- ବନ୍ଧୁଗଣ ଏହାପରେ ସଞ୍ଜୁ ସାମସନଙ୍କୁ ୧୪ କୋଟି ଟଙ୍କାରେ ରଖାଯାଇଛି । ରାଜସ୍ଥାନ ରୟାଲ୍ସ୍ ଦଳ ସଞ୍ଜୁ ସାମସନଙ୍କୁ ୧୪ କୋଟି ଟଙ୍କା ମୂଲ୍ୟରେ ରିଟେନ୍ କରିଛି ।
ପୁଣିଥରେ ଯିଏକି ରାଜସ୍ଥାନ ରୟାଲ୍ସ୍ ର ଅଧିନାୟକ ମଧ୍ୟ ରହୁଛନ୍ତି । ଏହାର ଅର୍ଥ ଆଇପିଏଲ ୨୦୨୪ ପାଇଁ ସଞ୍ଜୁ ସାମସନଙ୍କ ଦରମା ୧୪ କୋଟି ହେବ ।୫. କ୍ଵିଣ୍ଟନ ଡି କକ୍ :- ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଦଳ ଦ୍ବାରା କ୍ଵିଣ୍ଟନ ଡି କକ୍ ୬ କୋଟି ୭୫ ଲକ୍ଷ ପାଇଁ ରଖାଯାଇଛି । ଦର୍ଶକବନ୍ଧୁ ଆଇପିଏଲ ୨୦୨୪ ପାଇଁ ତାଙ୍କ ଦରମା ରହିବ ୬ କୋଟି ୨୫ ଲକ୍ଷ ଟଙ୍କା ।୬. ରସିଦ ଖାନ :- ବନ୍ଧୁଗଣ ଷ୍ଟାର୍ ବୋଲର ରସିଦ ଖାନଙ୍କୁ ୧୫ କୋଟି ଟଙ୍କା ମୂଲ୍ୟରେ ରିଟେନ୍ କରାଯାଇଛି । ଆଜ୍ଞା ହଁ ଗୁଜୁରାଟ ଟାଇଟାନ୍ସ୍ ଦଳ ତାଙ୍କୁ ୧୫କୋଟିରେ ରିଟେନ୍ କରିଛି ।
ରସିଦ ଖାନ୍ ମଧ୍ୟ ପୂର୍ବ ସିଜିନ୍ ରେ ବହୁତ୍ ମହଙ୍ଗା ପ୍ରମାଣିତ ହୋଇଥିଲେ ।୭. ନିକୋଲସ୍ ପୁରନ :- ଦର୍ଶକବନ୍ଧୁ ଏହାପରେ ନିକୋଲସ୍ ପୁରନଙ୍କୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଦଳ ଦ୍ବାରା ରଖାଯାଇଛି । କାରଣ ସେ ମଧ୍ୟ ବହୁତ୍ ଭଲ ପ୍ରଦର୍ଶନ କରୁଛନ୍ତି । ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ପୁଣିଥରେ ନିକୋଲସ୍ ପୁରନଙ୍କୁ ୧୬ କୋଟି ଟଙ୍କା ପାଇଁ ରଖିଛି । ଏହାର ଅର୍ଥ ହେଉଛି ଆଇପିଏଲ ୨୦୨୪ ପାଇଁ ନିକୋଲସ୍ ପୁରନଙ୍କ ଦରମା ୧୬ କୋଟି ରହିଛି ।