ରୋହିତ ଶର୍ମାଙ୍କୁ ମୁମ୍ୱାଇରୁ ବାହାର କରିବା ପାଇଁ ଚକ୍ରାନ୍ତ କରିଛନ୍ତି ସଚିନ୍ । ନୀତା ଅମ୍ବାନୀ ନୁହେଁ ସଚିନଙ୍କ ପାଇଁ କ୍ୟାପଟେନ ପଦରୁ ବିଦା ହେଲେ ରୋହିତ । ସଚିନଙ୍କ ଜିଦ୍ ପାଇଁ ବାଧ୍ୟ ହୋଇ ରୋହିତଙ୍କୁ କାଢ଼ିଦେଲା ମୁମ୍ୱାଇ ଟିମ୍ । ଏବେ ରୋହିତଙ୍କୁ କୋଳେଇ ନେବାକୁ ଚାହିଁ ବସିଛନ୍ତି ମହେନ୍ଦ୍ର ସିଂ ଧୋନୀ । ୨୦୨୪ ଆଇପିଏଲ ସିଜିନ ଆରମ୍ଭ ହେବା ଆଗରୁ ଏବେ ମାଲିକ ଓ କୋଚ୍ ମାନଙ୍କ ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇ ଯାଇଛି ।
ଆଜ୍ଞା ହଁ ବନ୍ଧୁଗଣ ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଏକ ବଡ଼ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବିଶ୍ବର ସବୁଠାରୁ ବଡ଼ କ୍ରିକେଟ୍ ଲିଗ୍ କୁହା ଯାଉଥିବା ଆଇପିଏଲ୍ର ଜଣେ ସଫଳତମ ଅଧିନାୟକ ଭାବେ ମୁମ୍ବାଇକୁ ଦ୍ଵିତୀୟ ସଫଳତମ ଟିମ୍ ଭାବେ ଛିଡ଼ା କରାଇଥିବା ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି ଫ୍ରାଞ୍ଚାଇଜ୍ ଏହା ସେବେ ଠାରୁ ଚର୍ଚ୍ଚାର ବିଷୟ ହୋଇ ରହିଛି । ହାର୍ଦ୍ଦିକଙ୍କୁ ଗୁଜରାଟରୁ ଆଣିବା ଓ ରୋହିତଙ୍କ ଠାରୁ ନେତୃତ୍ୱ ଛଡ଼ାଇ ହାର୍ଦ୍ଦିକଙ୍କୁ ଦେବା ପରେ ପ୍ରଶଂସକ ରାଗରେ ନିଆଁବାଣ ହୋଇଛନ୍ତି ।
ଅନେକ ମଧ୍ୟ ଫ୍ରାଞ୍ଚାଇଜ୍କୁ ଏଥିପାଇଁ ସମାଲୋଚନା କରୁଛନ୍ତି ।ଏଥି ସହିତ ପ୍ରଶଂସକ ମୁମ୍ୱାଇ ଇଣ୍ଡିଆନ୍ସର ମାଲିକ ନୀତା ଅମ୍ବାନୀଙ୍କୁ ମଧ୍ୟ ସମାଲୋଚନା କରୁଛନ୍ତି । କିନ୍ତୁ ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ନୀତା ଅମ୍ବାନୀ ନୁହେଁ ବରଂ ସଚିନ୍ ତେନ୍ଦୁଲକରଙ୍କ ପାଇଁ ରୋହିତ ଶର୍ମା କ୍ୟାପଟେନ୍ ପଦରୁ ବିଦା ହେଲେ ବୋଲି ଜଣା ପଡ଼ିଛି । ଖାଲି ସେତିକି ନୁହେଁ ଆଗରୁ ରୋହିତ ଶର୍ମାଙ୍କୁ ମୁମ୍ୱାଇରୁ ବାହାର କରିବା ପାଇଁ ସଚିନ୍ ଚକ୍ରାନ୍ତ କରିଛନ୍ତି ବୋଲି ସୋସିଆଲ ମିଡ଼ିଆରେ ଆଲୋଚନା ଚାଲିଛି ।
ତେବେ ରୋହିତ ଶର୍ମା ଅଧିକ ସମୟ ମୁମ୍ୱାଇ ଟିମ୍ ରେ ରୁହନ୍ତୁ ବୋଲି ଚାହୁଁ ନାହାଁନ୍ତି ସଚିନ୍ ତେନ୍ଦୁଲକର । ତେଣୁ ତାଙ୍କୁ ପ୍ରଥମେ ଦଳର ଅଧିନାୟକ ପଦରୁ ବିଦା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ସଚିନ୍ । ଆଉ ଏବେ ରୋହିତଙ୍କୁ ନିଜ ଚେନ୍ନାଇ ସୁପର୍ କିଙ୍ଗସ୍ ଦଳକୁ ନେଇ ଯିବା ପାଇଁ ମହେନ୍ଦ୍ର ସିଂ ଧୋନୀ ଚାହିଁ ବସିଛନ୍ତି ବୋଲି ଆଲୋଚନା ହେଉଛି । ପ୍ରକୃତ କାରଣ କଣ ଜଣା ପଡ଼ିନଥିଲେ ମଧ୍ୟ ସଚିନ୍ ତେନ୍ଦୁଲକର କୁଆଡ଼େ ଆଗକୁ ନିଜ ପୁଅ ଅର୍ଜୁନଙ୍କୁ ମୁମ୍ୱାଇ ଟିମ୍ ର ଅଧିନାୟକ କରିବାକୁ ଚାହୁଁଛନ୍ତି ବୋଲି ଚର୍ଚ୍ଚା ହେଉଛି ।