ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଟି -୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ ର ଅଧିନାୟକ ରୋହିତ ଶର୍ମା ଦ୍ବନ୍ଦ ରେ ରହିଛନ୍ତି।ଟି -୨୦ ବିଶ୍ଵ କପ୍ ୨୦୨୪ ପାଇଁ ଟିମ୍ ସିଲେକ୍ସନ ପାଇଁ ଏକ ବଡ଼ କଥା ସାମ୍ନା ଆସିଛି।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ବିଶ୍ଵ କପ୍ ଖେଳାଳି ଚୟନ କାହାକୁ ଖେଳିବା ପାଇଁ ମିଳିବ,ଆଉ କାହାକୁ ଖେଳିବାକୁ ମିଳିବ ନାହିଁ ତାହା କହିବା ମୁସ୍କିଲ।
ଏନେଇ ଅଧିନାୟକ ରୋହିତ ଶର୍ମା ଙ୍କୁ ଯେତେବେଳେ ପଚରା ଯାଇଥିଲା ସେତେବେଳେ ସେ କହିଛନ୍ତି ଯେ ସେ ସମସ୍ତଙ୍କୁ ଖୁସି କରି ପାରିବେ ନାହିଁ।ଏନେଇ ରୋହିତ ଶର୍ମା କହିଛନ୍ତି ଯେ ଟି -୨୦ ବିଶ୍ଵ କପ୍ ପାଇଁ ଏ ପର୍ଯ୍ୟନ୍ତ ୧୫ ଜଣିଆ ଟିମ୍ ଚୟନ କରାଯାଇ ନାହିଁ।କିନ୍ତୁ ୮ ରୁ ୧୦ ଜଣ ଖେଳାଳି ଉପରେ ସେ ନଜର ରଖିଛନ୍ତି।ପରିସ୍ଥିତି ଅନୁସାରେ ପ୍ଲେଇଁ ଏକାଦଶ ଚୟନ କରିବେ ବୋଲି ରୋହିତ ଶର୍ମା କହିଛନ୍ତି।
ରୋହିତ ଶର୍ମା ଆହୁରି କହିଛନ୍ତି ଯେ ୱେଷ୍ଟ ଇଣ୍ଡିଜ୍ ପିଚ୍ ସ୍ଲୋ ରହିଛି। ଏହି ଅନୁସାରେ ସେ ପ୍ଲେଇଁ ଏକାଦଶ ଚୟନ କରିବେ, ଏନେଇ କୋଚ୍ ରାହୁଲ ଦ୍ରାବିଡ ଙ୍କ ସହିତ କଥା ହୋଇଥିଲେ।ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ରେ କିଛି ଖେଳାଳି ଖେଳୁ ନଥିଲେ ହେଲେ ସେମାନଙ୍କୁ ଟିମ୍ ରେ ସାମିଲ କରାଯାଇ ପାରେ।ତେବେ ସମସ୍ତଙ୍କୁ ଖୁସି କରାଯାଇ ପାରିବ ନାହିଁ ବୋଲି ରୋହିତ ଶର୍ମା କହିଛନ୍ତି।
ଆହୁରି କହିଛନ୍ତି ଯେ ସେ ତାଙ୍କ କ୍ୟାରିଅର ରେ ଗୋଟିଏ କଥା ଶିଖିଛନ୍ତି ସମସ୍ତଙ୍କୁ ଖୁସି ରଖିବା ସହଜ ନୁହେଁ।ଖେଳାଳି ଙ୍କୁ ଚୟନ କରିବା ବେଳେ ୧୧ ଖେଳାଳି ଖେଳିଥାନ୍ତି ଏବଂ ୪ ଜଣ ବେଞ୍ଚ ରେ ବସିଥାନ୍ତି।ତେଣୁ ଏହା ଅସମ୍ଭବ ବୋଲି ରୋହିତ ଶର୍ମା କହିଛନ୍ତି।ଆଫଗାନିସ୍ତାନ ବିପକ୍ଷ ଶିରିଜ ଜିତିବା ପରେ ଟି -୨୦ ବିଶ୍ଵ କପ୍ ପାଇଁ ସମ୍ଭାବ୍ୟ ଟିମ୍ କୁ ନେଇ ପ୍ରଶ୍ନ କରାଯାଉ ଏପରି କହିଛନ୍ତି ରୋହିତ ଶର୍ମା।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।