ରିଙ୍କୁ ସିଂଙ୍କୁ ପ୍ରଂଶସା କଲେ କ୍ୟାପଟେନ୍ ରୋହିତ ଶର୍ମା । କହିଲେ ଏପରି କିଛି ଯାହାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ତେବେ ବନ୍ଧୁଗଣ ସରିଛି ଭାରତ- ଆଫଗାନିସ୍ତାନ ଟି-୨୦ ସିରିଜ୍ । ଏହି ସିରିଜ୍କୁ ଭାରତ ୩-୦ରେ ବିଜୟୀ ହୋଇଛି । ମ୍ୟାଚ୍ରେ ହିରୋ ଥିଲେ ରୋହିତ ଶର୍ମା ଏବଂ ରିଙ୍କୁ ସିଂହ ।ତେବେ ମ୍ୟାଚ୍ ଶେଷ ପରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ରିଙ୍କୁ ସିଂହଙ୍କୁ ନେଇ ବଡ଼ କଥା କହିଛନ୍ତି କ୍ୟାପଟେନ୍ ରୋହିତ । ସେ କହିଛନ୍ତି ଯେ, “ରିଙ୍କୁ ଜଣେ ଜବରଦସ୍ତ ବ୍ୟାଟର । କଠିନ୍ ସ୍ଥିତିରେ ଟିମ୍ ପାଇଁ ଛିଡା ହୋଇଛନ୍ତି । ଆଇପିଏଲ୍ରୁ ମୁଁ ତାଙ୍କ ଖେଳ ଦେଖିଛି ।
କିପରି ଏକାକୀ ଭାବେ ସେ ଟିମ୍କୁ ଜିତାଇଛନ୍ତି । ତାହା ଅନ୍ୟ ପାଇଁ ଉଦାହରଣ । ସେହିପରି ଗତି କିଛି ମ୍ୟାଚ୍ ହେଲା ସେ ଟିମ୍ ସହିତ ଜଡିତ ଅଛନ୍ତି । ଲଗାତର ଭାବେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ରିଙ୍କୁ ଜଣେ ବିସ୍ଫୋରକ ବ୍ୟାଟର । କେଉଁ ପରିସ୍ଥିତିରେ କିପରି ଖେଳାଯିବ ତାହା ତାଙ୍କୁ ବେଶ୍ ଭଲ ଭାବେ ଜଣା ରହିଛି ।ସେହିପରି ଅନେକ ସମୟରେ ରିଙ୍କୁ ସିଂଙ୍କ ଛୋଟ ଛୋଟ ଭାଗିଦାରୀ ଟିମ୍ ପାଇଁ ବେଶ୍ ସହାୟକ ହୋଇଥାଏ” ।
ଶେଷରେ ରୋହିତ ଶର୍ମା କହିଛନ୍ତି ରିଙ୍କୁ ସିଂ ଜଣେ ଛୋଟ ହାଇଟ୍ ର ମଣିଷ ହେଲେ ମଧ୍ୟ ସେ ଜଣେ ବଡ଼ ଫିନିସର । ସେ ଧୋନୀଙ୍କ ପରି ବଡ଼ ବଡ଼ ଛକା ମାରି ପାରନ୍ତି । ସୂଚନାଯୋଗ୍ୟ ଯେ, ବୁଧବାର ଦିନ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତୀୟ ଟିମ୍ । ପ୍ରାରମ୍ଭିକ ଝଟ୍କା ପରେ ବି ଭାରତୀୟ ଟିମ୍ ୨୧୨ ରନ୍ କରିବାରେ ସକ୍ଷମ ହୋଇଥିଲା ।
ରୋହିତ ଶର୍ମାଙ୍କ ଶତକୀୟ ପାରି ଏବଂ ରିଙ୍କ ସିଂହଙ୍କ ଅର୍ଦ୍ଧଶତକୀୟ ପାରିରେ ଏହି ବିଶାଳ ସ୍କୋର କରିବାରେ ସହାୟତା ହୋଇଥିଲା । ମ୍ୟାଚର ଶେଷ ଓଭରରେ ଆବଶ୍ୟକ ଥିଲା ୧୯ ରନ୍, ହେଲେ ଆଫଗାନିସ୍ତାନ ଟିମ୍ ୧୮ କରିବାରେ ସକ୍ଷମ ହୋଇଥିଲା । ମ୍ୟାଚ୍ଟି ଟାଇ ହୋଇଥିଲା । ଶେଷରେ ସୁପର ଓଭରରେ ଖେଳାଯିବାକୁ ନିଷ୍ପତ୍ତି ହୋଇଥିଲା ଏବଂ ୧୦ ରନ୍ରେ ବିଜୟୀ ହୋଇଥିଲା ଘରୋଇ ଟିମ୍ ।