Picsart 24 01 21 12 24 23 468

ଟି-୨୦ ବିଶ୍ୱକପ୍ ରେ ଅଧିନାୟକ ହେବେ ରୋହିତ ଶର୍ମା । ତାଙ୍କ ଟିମ୍ କେମିତି ରହିବ ରୋହିତ କରିଛନ୍ତି ଚୟନ ।

ବନ୍ଧୁଗଣ ଆସନ୍ତା ଜୁନ୍ ମାସରେ ଅନୁଷ୍ଠିତ ହେବ ଟି-୨୦ ବିଶ୍ୱକପ ୨୦୨୪ । ଏଥିପାଇଁ ପ୍ରତ୍ୟେକ ଦଳ ନିଜର ପ୍ରସ୍ତୁତ ଜାରି ରଖିଥିବା ବେଳେ ଭାରତ ପାଇଁ ଏହା ପୂର୍ବରୁ କୌଣସି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ନାହିଁ । ତେଣୁ ବର୍ତ୍ତମାନର ଫଳାଫଳ ସହିତ ହିଁ ଭାରତକୁ ନିଜର ଟିମ ଚୟନ କରିବାକୁ ପଡ଼ିବ । ତେବେ ରୋହିତ ଶର୍ମା ଟି-୨୦ ଫର୍ମାଟକୁ କମବ୍ୟାକ କରି ସାରିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଜିତି ଭାରତୀୟ ଦଳକୁ ଦମଦାର କମବ୍ୟାକ କରିଛନ୍ତି ଅଧିନାୟକ ରୋହିତ ।

images 2024 01 21T091514.636 1

ଏହା ସହିତ ବିଶ୍ୱକପ-୨୦୨୪ ପାଇଁ ସେ ବାଛି ନେଇଛନ୍ତି ନିଜର ସ୍ପେଶାଲ ଟିମ୍ । ଦୀର୍ଘ ୧୪ ମାସ ପରେ ପୁଣିଥରେ ଟି-୨୦ ଫର୍ମାଟକୁ କମବ୍ୟାକ କରି ରୋହିତ ବିଶ୍ୱକପରେ ନିଜର ଉପଲବ୍ଧତା ବିଷୟରେ ସ୍ପଷ୍ଟ କରି ଦେଇଛନ୍ତି । ଦଳରେ ସେ ରହିବାର ଅର୍ଥ ନେତୃତ୍ୱ ପଦ ମଧ୍ୟ ତାଙ୍କ କାନ୍ଧରେ ହିଁ ରହିବ । ରୋହିତ ଅଧିନାୟକ ଭାବରେ ଏକ ଆଇସିସି ଇଭେଣ୍ଟ ଜିତିବା ପାଇଁ ନିଶ୍ଚୟ ଆଶା ରଖିବେ । ତେବେ ଆସନ୍ତା ବିଶ୍ୱକପ ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିବା ଜଣାହେଉଛି ।

images 2024 01 21T091523.420 1

ତେବେ ରୋହିତ ଏହି ମେଗା ଇଭେଣ୍ଟ ପାଇଁ ନିଜର ଏକ ଦଳ ମଧ୍ୟ ପ୍ରସ୍ତୁତ କରିଥିବା ଜାଣିବାକୁ ମିଳିଛି । ଏହାସହିତ ଦଳରେ ଅଧିକାଂଶ ଖେଳାଳିଙ୍କ ବିକଳ୍ପ ମଧ୍ୟ ରହିଛନ୍ତି । ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଶିବମ ଦୁବେ, ରିଙ୍କୁ ସିଂ, ଅର୍ଶଦୀପ ସିଂହଙ୍କ ସମେତ ରବି ବିଷ୍ଣୋଇଙ୍କ ପ୍ରଦର୍ଶନ ସେମାନଙ୍କୁ ବିଶ୍ୱକପ ପାଇଁ ସ୍ୱତନ୍ତ୍ର ସ୍ଥାନ ଦେଇପାରେ । ଟି-୨୦ ବିଶ୍ୱକପକୁ ନେଇ ରୋହିତ କହିଛନ୍ତି ଯେ, ଆସନ୍ତା ବିଶ୍ୱକପରେ କିଛି ଷ୍ଟାର ଖେଳାଳି ଦଳରୁ ବାଦ୍ ପଡ଼ିବେ । ଦିନିକିଆ ବିଶ୍ୱକପରେ ଅନେକ ଯୁବ ଖେଳାଳିଙ୍କୁ ପରୀକ୍ଷା କରିଥିଲୁ ।

images 2024 01 21T091519.104 1

ସେଥିମଧ୍ୟରୁ ଅନେକ ଖେଳାଳି ଦମଦାର ପ୍ରଦର୍ଶନ ମଧ୍ୟ କରିଥିଲେ । କିନ୍ତୁ ଚୟନ କର୍ତ୍ତା ଦଳ ଚୟନ କରିବା ସମୟରେ କିଛି ଖେଳାଳିଙ୍କୁ ସାମିଲ କରିବା ସମ୍ଭବ ହୋଇ ନଥାଏ । ତେବେ ଏହି ଇଭେଣ୍ଟ ପାଇଁ ଭାରତୀୟ ଦଳରେ ୨୫-୩୦ ଖେଳାଳିଙ୍କ ନାମ ସାମିଲ ହୋଇଛି । କିନ୍ତୁ ବିଶ୍ୱକପ ଖେଳିବା ପାଇଁ ୮-୧୦ ଜଣ ଖେଳାଳି ବର୍ତ୍ତମାନ ତାଙ୍କ ତାଲିକାରେ ସ୍ଥାନ ପାଇ ସାରିଛନ୍ତି ବୋଲି ରୋହିତ ସ୍ପଷ୍ଟ କରିଛନ୍ତି । ତେଣୁ ବିଶ୍ୱକପରେ ସ୍ଥାନ ପାଇବା ପାଇଁ ସମସ୍ତ ଖେଳାଳିଙ୍କୁ ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ଆବଶ୍ୟକ ।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *