ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଭାରତୀୟ ଟିମ୍ ର ଅନେକ ଖେଳାଳି ମାନେ ବର୍ତ୍ତମାନ ଆହତ ହୋଇଛନ୍ତି।ସାମ୍ନା କୁ ଆସିଲା ଟିନି ଖେଳାଳି ଙ୍କ ଅପଡେଟ।ବିଶ୍ଵ କପ୍ ପୂର୍ବରୁ ଫେରି ପାରନ୍ତି।ଭାରତୀୟ କ୍ରିକେଟ ଦଳ ର ଅନେକ ଖେଳାଳି ବର୍ତ୍ତମାନ ଆଘାତ ଜନିତ ସମସ୍ୟା ରେ ପୀଡ଼ିତ ଅଛନ୍ତି।ଦଳ ର ତିନି ଜଣ ବଡ଼ ଷ୍ଟାର୍ ଖେଳାଳି ସୂର୍ଯ୍ୟ କୁମାର ଯାଦବ,ହାର୍ଦ୍ଧିକ ପାଣ୍ଡିଆ ଏବଂ ମହମ୍ମଦ ସାମୀ ବର୍ତମାନ ଦଳ ରୁ ବାହାର ଅଛନ୍ତି।
ଏମାନଙ୍କ ବ୍ୟତୀତ ସାର୍ଦୂଲ ଠାକୁର ଏବଂ ପ୍ରୁଥ୍ୟୁ ସହ ଆହତ ହୋଇଛନ୍ତି।ବର୍ତମାନ ଏହି ଖେଳାଳି ଙ୍କ ଆଘାତ ଉପରେ ଅପଡେଟ ଆସିଛି।ଆଇପିଏଲ ରେ ଅନେକ ଖେଳାଳି ଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।ମହମ୍ମଦ ସାମୀ ଏବଂ ସାର୍ଦୂଲ ଠାକୁର ଫିଟ୍ ହୋଇ ନାହାଁନ୍ତି।ସୂଚନା ଅନୁସାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଶିକାର ହୋଇଥିବା ରିସଭ ପନ୍ଥ ଙ୍କ ରିକୋଭରି ପାଇଁ ଲଣ୍ଡନ ପଠା ଯିବା ଖବର ଆସିଥିଲା।
ଏହି ସମୟରେ ରିସଭ ପନ୍ଥ ଙ୍କ ବ୍ୟତୀତ ମହମ୍ମଦ ସାମୀ ଙ୍କୁ ଲଣ୍ଡନ ରେ ଡାକ୍ତର ଙ୍କୁ ଭେଟିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ବୋଲି ସୂଚନା ମିଳିଛି।କେବଳ ଏତିକି ନୁହେଁ ମହମ୍ମଦ ସାମୀ ଡାକ୍ତର ଙ୍କ ସହିତ ଲଣ୍ଡନ ଯାଇ ପାରନ୍ତି।ଏଥି ସହିତ ଆଣ୍ଠୁ ଜନିତ ସମସ୍ୟା ହେତୁ ସାର୍ଦୂଲ ଠାକୁର ଙ୍କୁ ରଣଜୀ ଖେଳିବାକୁ ଦିଆଯାଇ ନାହିଁ।
ଏହି ସମୟରେ ଗତବର୍ଷ ଅଗଷ୍ଟ ରେ ଆଣ୍ଠୁ ଗଣ୍ଠି ଆଘାତ ହେତୁ ପ୍ରୁଥ୍ୟୁ ସହ କ୍ରିକେଟ ଠାରୁ ବାହାରେ ଥିଲେ।ଖବର ଅନୁସାରେ ତାଙ୍କ ଫେରିବା ପାଇଁ ଆଉ ଏକ ମାସ ସମୟ ଲାଗିପାରେ।ଏହାର ଅର୍ଥ ସେ ବୋଧ ହୁଏ ବର୍ତମାନ ର ରଣଜୀ ଟ୍ରଫି ରେ ଦୂରେଇ ରହିବେ।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଆଲୋଚନା କରିବାରେ ଲାଗିଛନ୍ତି।