ଭାରତ ପାଇଁ ଅଧିନାୟକ ଭାବରେ ରୋହିତ ଶର୍ମା ରଚିଲେ ଇତିହାସ । ବିରାଟ କୋହଲି ଏବଂ ଧୋନୀ ପଡ଼ିଲେ ପଛରେ । ଆଜ୍ଞା ହଁ ବନ୍ଧୁଗଣ ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୪ ମାସ ପରେ ଟି-୨୦ ପର୍ମାଟର ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ପ୍ରଥମ ଦୁଇଟି ଟି-୨୦ ମ୍ୟାଚରେ ତାଙ୍କ ଆକାଉଣ୍ଟ ଖୋଲି ନଥିଲା । ବର୍ତ୍ତମାନ ତୃତୀୟ ଟି-୨୦ ଇଣ୍ଟର-ନ୍ୟାସନାଲରେ ହିଟମ୍ୟାନ୍ ଆଫଗାନିସ୍ତାନ ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ନିଜର ପଞ୍ଚମ ଟି-୨୦ ଆନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି ।
କ୍ରମାଗତ ଦ୍ୱଇଟି ମ୍ୟାଚରେ ଶୂନରେ ଆଉଟ୍ ହେବା ପରେ ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୨୧ ରନର ଏକ ବିସ୍ଫୋରକ ଅପରାଜିତ ଇନିଂସ ଖେଳିଥିଲେ । ରୋହିତ ୬୯ଟି ବଲରୁ ଏହି ବିଶାଳ ସ୍କୋର କରିଥିବା ବେଳେ ସେଥିରେ ୧୧ଟି ଚୌକା ଓ ୮ଟି ଛକା ରହିଥିଲା । ସେ ବର୍ତ୍ତମାନ ପୁଣିଥରେ ଏହି ପ୍ରସଙ୍ଗରେ ବିଶ୍ୱ ନମ୍ବର-୧ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ନିକଟରେ ସୂର୍ଯ୍ୟକୁମାର ଯାଦବ ଓ ଗ୍ଲେନ୍ ମ୍ୟାକ୍ସୱେଲ ତାଙ୍କ ସମକକ୍ଷ ହୋଇଥିଲେ । କିନ୍ତୁ ବର୍ତ୍ତମାନ ପୁଣି ଥରେ ହିଟମ୍ୟାନ୍ ଟି-୨୦ ଇଣ୍ଟର-ନ୍ୟାସନାଲରେ ଶତକର ରାଜା ହୋଇଛନ୍ତି ।
ବନ୍ଧୁଗଣ ରୋହିତ ଶର୍ମା ଦୀର୍ଘ ସମୟ ଧରି ଟି-୨୦ ଫର୍ମାଟରୁ ଦୂରରେ ରହିଥିଲେ । କିନ୍ତୁ, ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍ ଟି-୨୦ ସିରିଜ୍ ପାଇଁ ସେ ପ୍ରାୟ ୧୪ ମାସ ପରେ ଫେରି ଆସିଥିଲେ । ପ୍ରଥମ ମ୍ୟାଚରେ ଆୟୋଜକ ଦଳ ଟିମ୍ ଇଣ୍ଡିଆ ଠାରୁ ପରାଜୟ ବରଣ କରିଥିଲା । ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ଇନ୍ଦୋରରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ପଡ଼ିଆରେ ପ୍ରବେଶ କରିବା ମାତ୍ରେ ରୋହିତ ଶର୍ମା ଇତିହାସ ସୃଷ୍ଟି କରିଥିଲେ ।
ସେ ଏହି ପ୍ରସଙ୍ଗରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନିଙ୍କୁ ସେ ପରାସ୍ତ କରିଛନ୍ତି । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବିଶ୍ୱର ବ୍ୟାଟ୍ସମ୍ୟାନ୍ ମଧ୍ୟରେ ଗଣିତ ହୋଇଛନ୍ତି । ସେ ତାଙ୍କ ଘାତକ ବ୍ୟାଟିଂ ସହିତ ବୋଲରମାନଙ୍କ ହୃଦୟରେ ଭୟ ସୃଷ୍ଟି କରିଛନ୍ତି । ୧୪ ମାସ ପରେ ଟି-୨୦ କ୍ରିକେଟରେ ଆଫଗାନିସ୍ତାନ ବିପକ୍ଷରେ ହିଟମ୍ୟାନ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୫୦ ଟି ମ୍ୟାଚ୍ ଖେଳିଥିବା ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।