ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶିରିଜ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି।ଟି -୨୦ ଏବଂ ଓ ଡି ଆଇ ସିରିଜ ଶେଷ ହେବା ପରେ ଏବେ ପ୍ରଶଂସକ ଙ୍କ ଆଖି ଟେଷ୍ଟ ଶିରିଜ ଉପରେ ରହିଛି।ଏହି ଶିରିଜ ର ପ୍ରଥମ ମ୍ୟାଚ୍ ୨୬ ତାରିଖ ରୁ ୩୦ ଡିସେମ୍ବର ମଧ୍ୟରେ centurion re ଖେଳାଯିବ।
ଏହି ଶିରିଜ କୁ ନେଇ ପ୍ରଶଂସକ ମାନେ ମଧ୍ୟ ବେଶ ଉତ୍ସାହିତ ମଧ୍ୟ ଅଛନ୍ତି।କାରଣ ଭାରତର କିମ୍ବଦନ୍ତୀ ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ହିଟ ମ୍ୟାନ ରୋହିତ ଶର୍ମା ଏହି ଶିରିଜ ରେ ଖେଳୁଥିବା ଦେଖିବାକୁ ମିଳିବ।ବିଶ୍ଵ କପ୍ ପରେ ଏହା ପ୍ରଥମ ଥର ହେବ ଯେତେବେଳେ ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ରୋହିତ ଶର୍ମା ନଜର ଦେଖାଯିବ।ବିଶ୍ଵ ଟେଷ୍ଟ ଚମ୍ପିୟାନ ସିପ ରପଏଣ୍ଟ ଟେବୁଲ୍ ରେ ଭାରତ ବର୍ତମାନ ପ୍ରଥମ ସ୍ଥାନ ରେ ରହିଛି।
ଭାରତ ଦ୍ୱିତୀୟ ସ୍ଥାନ ରେ ଥିଲା କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ରେ ପାକିସ୍ତାନ ର ପରାଜୟ ଯୋଗୁ ପାକିସ୍ତାନ ପଏଣ୍ଟ ଟେବୁଲ୍ ରେ ହାରି ଯାଇଥିଲା।ଆଉ ଏହା ପ୍ରଥମ ସ୍ଥାନ ରୁ ଦ୍ୱିତୀୟ ସ୍ଥାନ କୁ ଖସି ଆସିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନ ରୁ ପ୍ରଥମ ସ୍ଥାନ କୁ ଉତ୍ତୀର୍ଣ୍ଣ ହୋଇଛି।ତେବେ ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛି।
ପ୍ରଥମତଃ ଆଘାତ କାରଣରୁ ଋତୁରାଜ ଗାଇ କ୍ୱାଡ ବାଦ୍ ପଡିଛନ୍ତି।ଏହାପରେ ଇସାନ କିସାନ ମଧ୍ୟ ଶିରିଜ ରୁ ତାଙ୍କ ନାମ ପ୍ରତ୍ୟାହାର କରିଛନ୍ତି।ଇସାନ କିସାନ କହିଛନ୍ତି ଯେ ସେ ଦୀର୍ଘ ଦିନ ଧରି ଦଳ ସହ ମ୍ୟାଚ୍ ଖେଳୁଛନ୍ତି। ତେଣୁ ତାଙ୍କୁ କିଛି ବିଶ୍ରାମ ଦରକାର।ଏହା ବ୍ୟତୀତ ଦ୍ରୁତତମ ବୋଲର ମହମ୍ମଦ ଶାମୀ ମଧ୍ୟ ଆହତ ହୋଇ ଶିରିଜ ରୁ ବାହାର ଅଛନ୍ତି।