Picsart 24 01 21 09 48 48 417

ଗୋଟାଏ ଓଭରରେ ୩୬ ରନ୍ ଛେଚିଲେ ରୋହିତ ଓ ରିଙ୍କୁ।କହିଲେ ଏମିତିକା ମାଡ଼ ମାରିବି ଖେଳିବା ଭୁଲିଯିବ

ରୋମାଞ୍ଚରେ ଭରପୁର ରହିଥିଲା ଭାରତ ଓ ଆଫଗାନିସ୍ତାନ ତୃତୀୟ ତଥା ଶେଷ ଟି୨୦ ମ୍ୟାଚ୍‌ । ଅନ୍ତର୍ଜାତୀୟ ଟି୨୦ ଇତିହାସରେ ପ୍ରଥମ ଥର ଗୋଟିଏ ମ୍ୟାଚ୍‌ରେ ଦୁଇଥର ସୁପର ଓଭର ଖେଳାଯାଇଥିଲା । ଯେଉଁଥିରେ ଭାରତ ଚମତ୍କାର ବିଜୟ ହାସଲ କରିଛି । ତେବେ ପ୍ରଥମେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ଆଫଗାନିସ୍ତାନ ପ୍ରଥମରୁ ଘାତକ ବୋଲିଂ କରିଥିଲା । ୩୨ ରନ୍‌ ମଧ୍ୟରେ ଭାରତର ଟପ୍‌ ଅର୍ଡରକୁ ଧ୍ୱସ୍ତ କରି ଦେଇଥିଲେ ଆଫଗାନ ବୋଲର । କିନ୍ତୁ ରୋହିତ ଶର୍ମା ଓ ରିଙ୍କୁ ସିଂହଙ୍କ ଧୂଆଁଧାର ପାଳି ବଳରେ ଭାରତ ବିପକ୍ଷ ଦଳ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ ।

images 2024 01 21T091514.636

ଅଧିନାୟକ ଶତକୀୟ ପାଳି ଖେଳିଥିବା ବେଳେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ରିଙ୍କୁ ସିଂହ । ଯାହାଫଳରେ ଭାରତ ନିର୍ଦ୍ଧାରିତ ଓଭରରେ ୨୧୨ ରନ୍‌ କରିଥିଲା । କିନ୍ତୁ ଆଫଗାନିସ୍ତାନ ଟିମ୍‌ ହାର୍‌ ମାନିନଥିଲା । ଚମତ୍କାର ବ୍ୟାଟିଂ କରି ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିବାକୁ ବସିଥିଲା । ହେଲେ ଶେଷରେ ରୋହିତ ଶର୍ମାଙ୍କ ମାଷ୍ଟର ପ୍ଲାନ ଯୋଗୁଁ ମ୍ୟାଚ୍‌ ଭାରତ ପକ୍ଷକୁ ଚାଲି ଆସିଥିଲା । ଫଳରେ ଏହି ସିରିଜ୍‌କୁ କ୍ଲିନ୍‌ ସ୍ବିପ୍‌ କରିବାରେ ସମର୍ଥ ହୋଇଛି ।ଆଜ୍ଞା ହଁ ବନ୍ଧୁଗଣ ଫର୍ମକୁ ଫେରିଲେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ।

images 2024 01 21T091523.420

ପୁଣି ବର୍ଷା କଲେ ଛକା-ଚୌକା । ପ୍ରଥମ ଦୁଇଟି ମ୍ୟାଚ୍‌ରେ ଫେଲ୍‌ ମାରିଥିବା ରୋହିତ ଶର୍ମା ୩ୟ ତଥା ଅନ୍ତିମ ଟ୍ବେଣ୍ଟି ଟ୍ବେଣ୍ଟି ମୁକାବିଲାରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ବିସ୍ଫୋରକ ବ୍ୟାଟିଂ କରି ଛକା ଚୌକା ବର୍ଷା ସହ ରେକର୍ଡ ବି ବର୍ଷା କରିଛନ୍ତି ରୋହିତ ଶର୍ମା । କେବଳ ରୋହିତ ଶର୍ମା ନୁହେଁ ରିଙ୍କୁ ସିଂହ ବି ଶେଷ ଓଭରରେ ବିଶାଳ ବିଶାଳ ଛକା ମାରି ଆଫଗାନିସ୍ତାନ ବୋଲରଙ୍କୁ କନ୍ଦାଇଛନ୍ତି । ରେକର୍ଡର ଲମ୍ବା ତାଲିକା ତିଆରି ହୋଇଛି ।

images 2024 01 21T091519.104

୫ମ ଓ୍ବିକେଟ୍‌ ପାର୍ଟନରସିପ୍‌ରେ ସର୍ବାଧିକ ହୋଇଛି । ୫ମ ଓ୍ବିକେଟ୍‌ ପାଇଁ ଉଭୟଙ୍କ ମଧ୍ୟରେ ମାତ୍ର ୧୦୮ ବଲରୁ ୧୯୦ ରନ୍‌ର ପାର୍ଟନରସିପ୍ ହୋଇଥିଲା । କେବଳ ସେତିକି ନୁହେଁ ଶେଷ ଓଭରରେ ୩୬ ରନ୍ ସଂଗ୍ରହ କରିଛି ଟିମ୍ ଇଣ୍ଡିଆ । ଯାହାକି ଟି-୨୦ ଫର୍ମାଟରେ ପ୍ରଥମ । ପୂର୍ବରୁ କେବେ ବି ୬ ବଲରେ ୩୬ ରନ୍ ହୋଇନାହିଁ । ଏଥି ସହିତ ଶେଷ ଓଭରରେ ବ୍ୟୟବହୁଳ ବୋଲିଂରେ ଆଫଗାନିସ୍ତାନ ବୋଲର କରିମ୍ ଜନତଙ୍କ ନାଁ ଲିଷ୍ଟରେ ଯୋଡି ହୋଇଛି । 

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *