ପୃଥ୍ବୀ ଶୋ ଙ୍କ ପୁଣି ଥରେ ଭାଙ୍ଗିଲା ହୃଦୟ । ଦ୍ଵିତୀୟ ଗାର୍ଲଫ୍ରେଣ୍ଡଙ୍କ ସହ ପଡ଼ିଲା ସମ୍ପର୍କରେ ଫାଟ । ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଏମିତି । କ୍ରିକେଟର ପୃଥ୍ବୀ ଶୋ ଙ୍କ ପୁଣି ଥରେ ଭାଙ୍ଗିଲା ହୃଦୟ । ଦ୍ଵିତୀୟ ଗାର୍ଲଫ୍ରେଣ୍ଡ ସହ ମଧ୍ୟ ହେଲା ବ୍ରେକଅପ୍ । ତାଙ୍କ ଗାର୍ଲଫ୍ରେଣ୍ଡ ଇନଷ୍ଟାଗ୍ରାମରେ ସେୟାର୍ କଲେ ଏମିତି କିଛି । ପୃଥ୍ବୀ ଶୋ ଙ୍କ କଥା କଥିତ ଗାର୍ଲଫ୍ରେଣ୍ଡ ନିଧି ତାପଡ଼ିଆ ଇନଷ୍ଟାଗ୍ରାମରେ ବଏକ ଷ୍ଟୋରି ସେୟାର କରିଛନ୍ତି ଯାହା ଉଭୟଙ୍କ ମଧ୍ୟରେ ଥିବା ମତଭେଦକୁ ଦର୍ଶାଉଛି । ପୃଥ୍ବୀ ଶୋ ବର୍ତମାନ ନ୍ୟୁଜଲାଣ୍ଡ ବିପକ୍ଷରେ ଟି ୨୦ ମ୍ୟାଚ୍ ସିରିଜ୍ ଖେଳୁଥିବା ଭାରତୀୟର ଟି-୨୦ ଦଳ ସହିତ ଅଛନ୍ତି । ଗଣମାଧ୍ୟମରେ ଖବର ଆସିଥିଲା ଯେ ଭାରତୀୟ କ୍ରିକେଟର ପୃଥ୍ବୀ ଶୋ ଏବଂ ନିଧି ତାପଡ଼ିଆ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ।
ଯଦିଓ ସମୟ ସେପରି ନଥିଲା କିଛି ସମୟ ମଧ୍ୟରେ ପୃଥ୍ବୀ ଶୋ ନିଧି ତାପଡିଆଙ୍କ ସହ ଫଟୋ ଆଦି ସେୟାର କରୁଥିଲେ । ଦାଣ୍ଡିଆ ପ୍ରୋଗ୍ରାମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହାପରେ ଉଭୟ ନୂଆବର୍ଷ ଏକାଠି ପାଳନ କରିଥିଲେ । ପୃଥ୍ବୀ ଶୋ ଯେତେବେଲେ ରଣଜୀରେ ୩୦୦ ରନ୍ ସ୍କୋର କରିଥିଲେ ନିଧି ନିଜର ଇନଷ୍ଟାଗ୍ରାମ ଷ୍ଟୋରିରେ ପୃଥ୍ବୀଙ୍କ ଭିଡ଼ିଓ ସେୟାର କରିଥିଲେ । ଏହାପରେ ଅନ୍ୟ ଏକ ପୋଷ୍ଟରେ ସେ ଲେଖିଥିଲେ ଯେ, “କୋଶିସ କରନେ ୱାଲୋ କି କଭି ହାର୍ ନେହିଁ ହୋତି” ।
କିନ୍ତୁ ବର୍ତମାନ ବୋଧହୁଏ ଦୁହିଁଙ୍କ ପ୍ରେମ ସମ୍ପର୍କରେ ସବୁକିଛି ପୂର୍ବଭଳି ଠିକ୍ ନାହିଁ । ନିଧି ଶନିବାର ଇନ୍ଷ୍ଟାଗ୍ରାମ୍ ରେ ଏକ ଷ୍ଟୋରୀ ସେୟାର କରିଛନ୍ତି ଯେଉଁଥିରେ କି କେବଳ ତାଙ୍କର ଫଟୋ ଥିଲା । କିନ୍ତୁ ବ୍ୟାକ୍ ଗ୍ରାଉଣ୍ଡରେ ସେ ଏକ ପଞ୍ଜାବୀ ଗୀତ ବ୍ୟବହାର କରିଥିଲେ ଯାହା ଏକ ବ୍ରେକଅପ୍ ଗୀତ ଥିଲା । ଏଠାରେ କହି ରଖିବୁ ଯେ ପୁର୍ବରୁ ଏକ ଫୋଟ ଥିଲା ଯେଉଁଥିରେ ପୃଥ୍ବୀ ଶୋ ମନ୍ତବ୍ୟ ଦେଇଥିଲେ ଆଉ ସେହି ମନ୍ତବ୍ୟ ମିଡ଼ିଆ ହେଡଲାଇନ୍ ସୃଷ୍ଟି କରିଛି । ବାସ୍ତବରେ ନିଧି ଏକ ପୋଷ୍ଟରେ କ୍ୟାପସନ୍ ଲେଖିଥିଲେ, ‘ଲୋକମାନେ ମୋତେ ସ୍ନେହରେ ଲୈଲା ବୋଲି ଡାକନ୍ତି’ ।
ପୃଥ୍ବୀ ଶୋ ଏହା ଉପରେ ମନ୍ତବ୍ୟ ଦେଇଥିଲେ କିଏ ସେହି ଲୋକମାନେ । ପୃଥ୍ବୀ ସେହି ପୋଷ୍ଟକୁ ଲାଇକ କରିଥିଲେ କିନ୍ତୁ ବର୍ତମାନ ସେହି ଲାଇକ ନାହିଁ । ଏହା ପୂର୍ବରୁ ପୃଥ୍ବୀ ଶୋ ଏଵଂ ନିଧି ପରସ୍ପରକୁ ଅନଫଲୋ କରି ଦେଇଥିଲେ । ପୃଥ୍ବୀ ଶୋ ନିଧିଙ୍କ ପୋଷ୍ଟକୁ ପୁର୍ବରୁ ଲାଇକ କରୁଥିଲେ କିନ୍ତୁ ବର୍ତମାନ ଦୁହେଁ ଦୁହିଁଙ୍କୁ ଅନଫଲୋ କରିଛନ୍ତି । ତେବେ ଏଥିରୁ ସମ୍ପର୍କରେ ଫାଟ ପଡ଼ିଥିବା ନେଇ ସ୍ପଷ୍ଟ ବାରି ହୋଇପଡ଼ୁଛି ।