Picsart 24 01 28 17 27 01 609

ଦିନେ ଶେଷ ହେବାକୁ ବସିଥିଲା ତାଙ୍କର କ୍ୟାରିୟର । ହଉ ଥିଲେ ବଡ଼ ସମାଲୋଚନା । କିନ୍ତୁ ଏବେ କରୁଛନ୍ତି ତାଣ୍ଡବ ।

ବନ୍ଧୁଗଣ ଶେଷ ହେବାକୁ ବସିଥିଲା ଏହି ଖେଳାଳିଙ୍କ କ୍ୟାରିୟର । କିନ୍ତୁ ଦମଦାର ପ୍ରତ୍ୟାବର୍ତ୍ତନ କରି କଲେ ସମସ୍ତଙ୍କ ମୁହଁ ବନ୍ଦ । ଇଂଲଣ୍ଡ ବିପକ୍ଷରେ ହାଇଦ୍ରାବାଦ୍ ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍ ରେ କେ.ଏଲ ରାହୁଲ୍ ୮୬ ରନ୍ ର ଚମତ୍କାର ଇନିଂସ୍ ଖେଳିଛନ୍ତି । କିନ୍ତୁ ସେ ଶତକରୁ ବଞ୍ଚିତ ହୋଇଛନ୍ତି । ଆଜ୍ଞା ହଁ ଦର୍ଶକବନ୍ଧୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ଦଳ ପ୍ରାଧାନ୍ୟ ବିସ୍ତାର କରିଛି ।

images 2024 01 28T172147.085

ତେବେ ହାଇଦ୍ରାବାଦରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ୫ ୱିକେଟ୍ ହରାଇ ୩୦୩ ରନ୍ କରିଛନ୍ତି । ଭାରତ ପକ୍ଷରୁ କେଏଲ୍ ରାହୁଲ ଭଲ ବ୍ୟାଟିଂ କରିଥିଲେ ହେଁ ସେ ୮୬ ରନ୍ କରି ଆଉଟ୍ ହୋଇ ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ । ଏହା ପୂର୍ବରୁ ରାହୁଲ୍ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ମଧ୍ୟ କମାଲ କରିଥିଲେ । କିନ୍ତୁ ଆପଣ ଜାଣନ୍ତି କି ବର୍ତ୍ତମାନ୍ ସମୟରେ ଧମାଲ୍ କରୁଥିବା ରାହୁଲଙ୍କୁ ନେଇ କିଛି ଦିନ ପୂର୍ବରୁ ଆଲୋଚନା ହେଉଥିଲା ଯେ କୁଆଡ଼େ ତାଙ୍କ କ୍ୟାରିୟର ସମାପ୍ତ ହୋଇ ଯାଇଛି ।

images 2024 01 28T172210.973

ବାସ୍ତବରେ ଆଇପିଏଲ ୨୦୨୩ ସମୟରେ କେ.ଏଲ ରାହୁଲ୍ ଆହତ ହୋଇଥିଲେ । ଏହାପରେ ସେ ଆଇପିଏଲ ସମେତ ସମଗ୍ର କ୍ରିକେଟ୍ ଠାରୁ ଦୂରରେ ରହିଥିଲେ । ଆହତ ହେବା ପୂର୍ବରୁ ରାହୁଲ୍ ଅଧିକ ଫର୍ମରେ ନଥିଲେ । ଏହାପରେ ତାଙ୍କ କ୍ୟାରିୟର ଶେଷ ହେବା ଭାରତୀୟ ଦଳରୁ ବାହାରିଯିବା ବିଷୟରେ ଆଲୋଚନା ହେବାରେ ଲାଗିଥିଲା ।

images 2024 01 28T172154.228

କିନ୍ତୁ ଏସିଆ କପ ୨୦୨୩ ମାଧ୍ୟମରେ ଆନ୍ତର୍ଜାତୀୟ କ୍ରିକେଟ୍ କୁ ଫେରିଥିଲେ ଏବଂ ସେଥିରେ ନିଜର ଚମତ୍କାର ପ୍ରଦର୍ଶନ ସହିତ ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଥିଲେ । ଏସିଆ କପ୍ ପରେ ରାହୁଲ୍ ୨.୦ ସାମ୍ନାକୁ ଆସିଛନ୍ତି । ସର୍ବ ପ୍ରଥମେ ସେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ରିଟର୍ଣ୍ଣ ମ୍ୟାଚ୍ ରେ ଏକ ଶତକ ହାସଲ କରିଥିଲେ । ଆଉ ଏହାପରେ ତାଙ୍କ ବ୍ୟାଟ ଏବେ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ ।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *