ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।୨୦୨୩ ର ଶ୍ରେଷ୍ଠ ଆଇସିସି ଏକ ଦିବସୀୟ ଖେଳାଳି ହେଲେ ଭାରତୀୟ ଦଳ ର ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି।୨୦୨୩ ରେ ଏକ ହଜାର ରୁ ଅଧିକ ଓ ଡି ଆଇ ରନ ସ୍କୋର କରିବା ସହିତ ଭାରତୀୟ ଦଳ ର ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ୨୦୨୩ ବର୍ଷ ପାଇଁ ଓ ଡି ଆଇ କ୍ରିକେଟର ଅଫ ଦି ଇଅର୍ ମନୋନୀତ ହୋଇଛନ୍ତି।
ଗତବର୍ଷ ହାରାହାରି ୭୨ ରୁ ଅଧିକ ରେ ଖେଳି ୧୩୭୭ ରନ ସ୍କୋର କରିଛନ୍ତି ବିରାଟ କୋହଲି।ଗତବର୍ଷ ଓ ଡି ଆଇ ରେ ନିଜ ୫୦ ତମ ଶତକ ହାସଲ କରିବା ସହିତ ବିରାଟ କୋହଲି ବିଶ୍ଵ କପ୍ ରେ ସର୍ବାଧିକ ରନ ସ୍କୋର କରିବାର ରେକର୍ଡ ମଧ୍ୟ ଭାଙ୍ଗି ଥିଲେ।ଆଇସିସି ପୁରୁଷ କ୍ରିକେଟ ବିଶ୍ଵ କପ୍ ୨୦୨୩ ରେ ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ ହୋଇଥିବା ବିରାଟ କୋହଲି ଙ୍କ ପାଇଁ ଏହା ଏକ ଭଲ ବର୍ଷ ବୋଲି ସାବ୍ୟସ୍ତ ହୋଇଛି।
ଭାରତ କୁ ଏକ ଦିବସୀୟ ବିଶ୍ଵ କପ୍ ଫାଇନାଲ କୁ ନେବାରେ ବିରାଟ କୋହଲି ଙ୍କ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୨୦୨୩ ରେ ମୋଟ ୨୭ ଟି ଏକ ଦିବସୀୟ ମ୍ୟାଚ ଖେଳି ସେ ୧୩୭୭ ରନ ହାସଲ କରିବା ସହ ଗୋଟିଏ ୱିକେଟ ଏବଂ ୧୨ ଟି କ୍ୟାଚ ଧରିବାରେ ସକ୍ଷମ ହୋଇଥିଲେ।
ଅଷ୍ଟ୍ରେଲିଆ ଦଳ ର ଷ୍ଟାର୍ ଖେଳାଳି Usman Khawaja ଆଇସିସି ଟେଷ୍ଟ କ୍ରିକେଟର ଅଫ ଦି ଇଅର୍ ହୋଇଥିବା ବେଳେ pat Cummins ସାର ଗାରଫିଲ୍ଡ ସୋବର୍ଶ ଟ୍ରଫି ହାସଲ କରିଛନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ବେଶ ଖୁସି ହୋଇଛନ୍ତି।