ଶୁଭମନ ଗିଲ୍ ଟେଷ୍ଟ କ୍ରିକେଟରେ କ୍ରମାଗତ ଭାବେ ଫ୍ଲପ୍ ହେଉଥିବା ଜଣାପଡିଛି । ଗିଲ୍ ଙ୍କୁ ଲଗାତାର ସୁଯୋଗ ଦିଆଯାଉଛି, ଯାହାର ଫାଇଦା ଉଠାଇବାରେ ସେ ସକ୍ଷମ ନୁହଁନ୍ତି । ଯଦି ଆପଣ ଗିଲଙ୍କ ଶେଷ ୧୦ ଟି ଟେଷ୍ଟ ଇନିଂସକୁ ଦେଖନ୍ତି ତେବେ ଆପଣଙ୍କ ମନରେ ଏକ ସରଳ ପ୍ରଶ୍ନ ଉଠୁଛି, ତାଙ୍କୁ ଲଗାତାର ସୁଯୋଗ କାହିଁକି ଦିଆଯାଉଛି ? ଗତ ୧୦ ଟି ଟେଷ୍ଟ ଇନିଂସରେ ଗିଲଙ୍କ ବ୍ୟାଟ୍ ରୁ କୌଣସି ଅର୍ଦ୍ଧଶତକ ବାହାରି ନାହିଁ ।
ଆଜିକାଲି ଇଂଲଣ୍ଡ ବିପକ୍ଷରେ ଖେଳା ଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ର ପ୍ରଥମ ଇନିଂସରେ ମଧ୍ୟ ଗିଲ୍ ଫ୍ଲପ୍ ହୋଇଥିଲେ । କିନ୍ତୁ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଗିଲ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଗତ ୧୦ ଟି ଇନିଂସରେ ଗିଲ ମାତ୍ର ଥରେ ୩୦ ରନ୍ ଅତିକ୍ରମ କରିଛନ୍ତି ।
ଏବେ ପ୍ରଶ୍ନ ଉଠୁଛି ‘ଫ୍ଲପ୍ ଗିଲ୍’କୁ ଆଉ କେତେଦିନ ପର୍ଯ୍ୟନ୍ତ ଏଭଳି ସୁଯୋଗ ମିଳିବ?ବିଦେଶୀଙ୍କ ସହ ଗିଲ ଘରୋଇ ମାଟିରେ ମଧ୍ୟ ଫ୍ଲପ୍ ହେଉଥିବା ଜଣାପଡିଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଦୁଇଟି ଟେଷ୍ଟ୍ ଖେଳିଥିଲା । ଆଫ୍ରିକା ବିପକ୍ଷ ଦୁଇଟି ମ୍ୟାଚ୍ ର ୪ଟି ଇନିଂସରେ ଗିଲ୍ ଯଥାକ୍ରମେ ୨, ୨୬, ୩୬ ଓ ୧୦ ରନ୍ କରିଥିଲେ । ଏହାପରେ ଇଂଲଣ୍ଡ ବିପକ୍ଷରେ ଖେଳା ଯାଉଥିବା ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଗିଲ ମାତ୍ର ୨୩ ରନ୍ କରିଥିଲେ ।
ଏଠାରେ କହି ରଖିବୁ ଯେ ନିକଟରେ ବିସିସିଆଇ ଶୁଭମାନ ଗିଲଙ୍କୁ କ୍ରିକେଟର ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରିଛି । ବାସ୍ତବରେ, ଟିମ୍ ଇଣ୍ଡିଆର ଓପନର୍ ଶୁବମାନ ଗିଲଙ୍କୁ ଗତ ୧୨ମାସରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଜାନୁଆରୀ ୨୩ ରେ ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍ରେ ଦ୍ରୁତତମ ଦୁଇ ହଜାର ରନ୍ ସ୍କୋର କରିବାରେ ଗିଲ୍ ପ୍ରଥମ ଖେଳାଳି ହୋଇଥିଲେ । ସେ ପୁରା ବର୍ଷରେ ୫ ଶତକ ହାସଲ କରିଥିଲେ ।