ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ମ୍ୟାଚ୍ ଖେଳୁ ନଥିଲେ ଭାରତୀୟ ଦଳ ର ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି।ତଥାପି ଭାଙ୍ଗିଲେ କ୍ରିକେଟ ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଙ୍କ ରେକର୍ଡ।ବନିଗଲେ ବିଶ୍ଵର ଶ୍ରେଷ୍ଠ କ୍ରିକେଟର।ଟିମ୍ ଇଣ୍ଡିଆ ର ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଙ୍କ ଦେଶ ତଥା ବିଦେଶ ରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ।ସେ ତାଙ୍କ ବ୍ୟାଟିଂ ପାଇଁ ସଦାବେଳେ ଚର୍ଚ୍ଚା ରେ ରହିଥାନ୍ତି।ଏବେ କିନ୍ତୁ ବଡ଼ ଚମତ୍କାର ପ୍ରଦର୍ଶନ କରିଛନ୍ତି ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି।ମ୍ୟାଚ୍ ନ ଖେଳି ମଧ୍ୟ ସେ କରିଛନ୍ତି ବଡ଼ କାରନାମା।
ଏହା ସହ ବଡ଼ ବଡ଼ ଖେଳାଳି ଙ୍କୁ ପଛରେ ପକାଇ ଦେଇଛନ୍ତି।ଆପଣମାନେ ଜାଣିଥିବେ ବିରାଟ କୋହଲି ହେଉଛନ୍ତି ରେକର୍ଡ କିଙ୍ଗ।ଏବେ ବି ସେ କରୁଛନ୍ତି ଦମଦାର ବ୍ୟାଟିଂ।ଗତ ବିଶ୍ଵ କପ୍ ରେ ସେ ସର୍ବାଧିକ ରନ ହାସଲ କରିଥିଲେ।ଖାଲି ଏତିକି ନୁହେଁ ଏବେ ତାଙ୍କୁ ମିଳିଛି ବଡ଼ ସମ୍ମାନ।କାରଣ ୨୦୨୩ ପାଇଁ ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାର ଜିତିଛନ୍ତି ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି।
ଚତୁର୍ଥ ଥର ପାଇଁ ସେ ହାତେଇ ଛନ୍ତି ଏହି ପୁରସ୍କାର।୨୦୧୨,୨୦୧୭ ଏବଂ ୨୦୧୮ ରେ ମଧ୍ୟ ବିରାଟ କୋହଲି ଙ୍କୁ ଏହି ସମ୍ମାନ ମିଳିଥିଲା।ତେବେ ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାର କୁ ଚାରି ଥର ପାଇଛନ୍ତି ବିରାଟ କୋହଲି।ଏହି କାରନାମା କରିବାରେ ସେ ହେଲେ ପ୍ରଥମ ପ୍ଲେୟାର।ତାଙ୍କ ପରେ ରହିଛନ୍ତି AB de Villiers। ତାଙ୍କୁ ତିନି ଥର ଏହି ପୁରସ୍କାର ଦେଇଛି ଆଇସିସି।
କାରଣ ଆପଣମାନେ ଜାଣିଥିବେ ଯେ ଖୁବ୍ ଦମଦାର ଥିଲା ବର୍ଷ ୨୦୨୩।ଏହି ବର୍ଷ ସେ ଦିନିକିଆ ରେ ୧୩୭୭ ରନ ହାସଲ କରିଥିଲେ।୨୦୨୩ ରେ ସେ ସଚିନ ତେନ୍ଦୁଲକର ଙ୍କ ଦିନିକିଆ ଶତକ ରେକର୍ଡ କୁ ଭାଙ୍ଗି ଥିଲେ।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।