Picsart 24 01 21 18 32 49 378

ଗାଳି କରି ଦଳରୁ ବିଦା ହେଲେ କିଙ୍ଗ କୋହଲି, ରୋହିତ କହିଲେ କୋହଲି ଏତେ ଅଭଦ୍ର ମୁଁ କେବେ ଭାବି ନଥିଲି

ଆସନ୍ତା ଜାନୁୟାରୀ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ଉଭୟ ଦଳ ମଧ୍ୟରେ ୫ଟି ଟେଷ୍ଟ ଖେଳାଯିବ । ତେବେ ଏହି ସିରିଜ ପୂର୍ବରୁ ଏହି ସିରିଜର ପ୍ରସାରଣକୁ ନେଇ ଏକ ବଡ଼ ଖବର ଆସିଛି । ଆଜ୍ଞା ହଁ ବନ୍ଧୁଗଣ ଚଳିତ ବର୍ଷ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ କାର୍ଯ୍ୟସୂଚୀ ଅତ୍ୟନ୍ତ କଡ଼ାକଡ଼ି ହୋଇଛି । ନୂଆ ବର୍ଷରେ ଦକ୍ଷିଣ ଆଫ୍ରିକାକୁ ଦ୍ଵିତୀୟ ଟେଷ୍ଟରେ ହରାଇବା ପରେ ଟିମ୍ ଇଣ୍ଡିଆ ଆଫଗାନିସ୍ତାନକୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଧୂଳି ଚଟାଇଥିଲା । ବର୍ତ୍ତମାନ ଟିମ୍ ଇଣ୍ଡିଆ ଇଂଲଣ୍ଡ ଟିମ୍‌କୁ ସାମ୍ନା କରିବ ।

images 2024 01 21T132825.619 1

ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଏହି ସିରିଜ୍ ସହିତ ଜଡିତ ସମସ୍ତ ବିବରଣୀ ବିଷୟରେ ଆସନ୍ତୁ ଜାଣିବା । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ହାଇଦ୍ରାବାଦରେ ୨୫ ରୁ ୨୯ ଜାନୁଆରୀ ମଧ୍ୟରେ ଖେଳାଯିବ । ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରତ୍ୟେକ ମ୍ୟାଚ ଭାରତୀୟ ସମୟାନୁସାରେ ସକାଳ ୯.୩୦ରେ ଆରମ୍ଭ ହେବ । ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ସିରିଜର ସିଧାପ୍ରସାରଣ ସ୍ପୋର୍ଟସ ୧୮ ଏବଂ ଇଣ୍ଟରନେଟରେ ଜିଓ ସିନେମା ଆପ୍ ମାଧ୍ୟମରେ ଏହି ସିରିଜର ମଜା ନେଇପାରିବେ କ୍ରିକେଟପ୍ରେମୀ ।

images 2024 01 21T132817.506 1

ସୂଚନାଯୋଗ୍ୟ ୧ମ ଟେଷ୍ଟ ଜାନୁଆରୀ ୨୫-୨୯, ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମ୍ ରେ । ୨ୟ ଟେଷ୍ଟ ୨-୬ ଫେବୃଆରୀ, ବିଶାଖାପାଟନମ୍ ର ଡ. ଓ୍ୱାଇଏସ୍ ରାଜାସେଖର କ୍ରିକେଟ୍ ଷ୍ଟାଡିୟମ୍ ରେ । ୩ୟ ଟେଷ୍ଟ ୧୫-୧୯ ଫେବୃଆରୀ, ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ ରେ ୪ର୍ଥ ଟେଷ୍ଟ ୨୩-୨୭ ଫେବୃଆରୀ, ରାଞ୍ଚିର ଜେଏସ୍‌ସିଏ ଆନ୍ତର୍ଜାତୀୟ ଷ୍ଟାଡିୟମ୍ ରେ ଏବଂ ୫ମ ଟେଷ୍ଟ ମାର୍ଚ୍ଚ ୭-୧୧, ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ ରେ ଖେଳା ଯିବାର ସୂଚୀ ରହିଛି ।

images 2024 01 21T091519.104 2

ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ହେଉଛି ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ଯଶସ୍ୱୀ ଜଏସ୍ୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, କେ.ଏସ ଭରତ, ଧ୍ରୁଭ ଜୁଏଲ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜଶପ୍ରୀତ ବୁମରାହ(ଉପ-ଅଧିନାୟକ), ଆଭେଶ ଖାନ୍ ।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *