Picsart 24 01 27 21 20 17 289

ଭାରତକୁ ଜିତାଇଥିଲେ ବିଶ୍ୱକପ୍ । ଏବେ ଭାରତକୁ ମାତ୍ ଦେବାକୁ ପ୍ରସ୍ତୁତ ଉନ୍ମୁକ୍ତ।

ଦିନେ ଭାରତକୁ ଜିତାଇଥିଲେ ବିଶ୍ୱକପ । ଆଜି ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ଉନ୍ମୁକ୍ତ ଚାନ୍ଦ । ଆଜ୍ଞା ହଁ ବନ୍ଧୁଗଣ ଉନ୍ମୁକ୍ତ ଚାନ୍ଦ । କେବେ ନା କେବେ ଏହି କ୍ରିକେଟକଙ୍କ ନାଁ ଆପଣ ନିଶ୍ଚୟ ଶୁଣିଥିବେ । ଦିନେ ଭାରତୀୟ କ୍ରିକେଟରେ ନିଜ କ୍ୟାରିୟର ଆରମ୍ଭ କରୁ କରୁ ଶେଷ ହୋଇ ଯାଇଥିଲା । ଆଉ ଏବେ ଏହି କ୍ରିକେଟର ସମସ୍ତଙ୍କ ପାଇଁ ଅପରିଚିତ ହୋଇଯାଇଛନ୍ତି । ହେଲେ ଦିନେ ଉନ୍ମୁକ୍ତ ଚାନ୍ଦ ଟିମ ଇଣ୍ଡିଆକୁ ବିଶ୍ୱକପ ଜିତାଇଥିଲେ । ୨୦୧୨ ମସିହାରେ ଉନ୍ମୁକ୍ତ ୧୯ ବର୍ଷରୁ କମ ଭାରତୀୟ ଟିମର ଅଧିନାୟକ ରହିଥିଲେ ।

images 2024 01 25T171056.647 1

ଆଉ ସେହି ବର୍ଷ ଭାରତ ତାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ ବି ହୋଇଥିଲା । କିନ୍ତୁ ଏବେ ଏହି କ୍ରିକେଟର ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ବେଶ ଆଗ୍ରହୀ ଅଛନ୍ତି । କାରଣ ଏବେ ଦେଖିବାକୁ ମିଳୁଛି ଉନ୍ମୁକ୍ତ ଚାନ୍ଦ ଆମେରିକା ପାଇଁ କ୍ରିକେଟ ଖେଳୁଛନ୍ତି । ଆଉ ଆଗାମୀ ଟି-୨୦ ବିଶ୍ୱକପ ପାଇଁ ବି ସେ ପ୍ରସ୍ତୁତି ଚଳାଇଛନ୍ତି । ଆମେରିକା ଓ ୱେଷ୍ଟଇଣ୍ଡିଜ ମିଳିତ ଭାବେ ୨୦୨୪ ବିଶ୍ୱକପର ଆୟୋଜନ କରିବେ । ସେଥିପାଇଁ ୱେଷ୍ଟଇଣ୍ଡିଜ ସହ ଆମେରିକା ବି ଏହି ଟୁର୍ଣ୍ଣାମେଣ୍ଟରେ କ୍ୱାଲିଫାଇ କରିସାରିଛି। ଆଉ ଜୁନ ୧୨ରେ ଆମେରିକା ଭାରତକୁ ଭେଟିବ ।

images 2024 01 26T214229.166

ଏହି ମ୍ୟାଚରେ ଆମେରିକା ପକ୍ଷରୁ ଉନ୍ମୁକ୍ତ ଚାନ୍ଦ ଖେଳିପାରନ୍ତି ବୋଲି କୁହାଯାଉଛି । ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଉନ୍ମୁକ୍ତ ଚାନ୍ଦ ଖେଳିବା ନେଇ ନିଜ ବୟାନ ରଖି କହିଛନ୍ତି, “ବାସ୍ତବରେ ଏହି ଘଟଣା ବେଶ ଆଶ୍ଚର୍ଯ୍ୟଜନକ ହେବ । ହେଲେ ମୁଁ ଯେବେଠୁ ଭାରତରୁ ସନ୍ୟାସ ନେଇଛି ମୋର ଗୋଟିଏ ଲକ୍ଷ୍ୟ ଭାରତ ବିପକ୍ଷରେ ଖେଳିବା ଥିଲା । ଏହା କୌଣସି ଖରାପ ଉଦ୍ଦେଶ୍ୟରେ ନୁହେଁ ବରଂ ମୁଁ ଗୋଟିଏ ଭଲ ଟିମ ବିପକ୍ଷରେ ଖେଳି ମୋ ନିଜକୁ ପରଖି ପାରିବି” । ସେ ଆହୁରି କହିଛନ୍ତି କି ଭାରତ ବର୍ତ୍ତମାନ କ୍ରିକେଟରେ ସବୁଠାରୁ ଭଲ ଟିମ ।

images 2024 01 25T171056.647 2

ତେଣୁ ସେ ଭାରତ ବିପକ୍ଷରେ ନିଜ ଦକ୍ଷତା ଦେଖିବାକୁ ଚାହିଁବେ । ଏଠାରେ କହି ରଖିବୁ ଯେ, ଉନ୍ମୁକ୍ତ ଚାନ୍ଦ ୨୦୧୨ରେ ୧୯ ବର୍ଷରୁ କମ ବିଶ୍ୱକପରେ ଭାରତକୁ ଚାମ୍ପିୟନ କରାଇଥିଲେ । ଏହାପରେ ସେ ଆଇପିଏଲରେ ସୁଯୋଗ ପାଇଥିଲେ ବି ଲମ୍ବା ସମୟ ଯାଏଁ ରହିପାରିନଥିଲେ । ଏମିତି କି ଟିମ ଇଣ୍ଡିଆରେ ନିଜ ଜାଗା ସୃଷ୍ଟି କରିପାରିନଥିଲେ । ଏହାପରେ ସେ କ୍ରିକେଟରୁ ସନ୍ୟାସ ନେଇଯାଇଥିଲେ । ଆଉ ଏବେ ସେ ଭାରତ ଛାଡି ଆମେରିକା ପାଇଁ କ୍ରିକେଟ ଖେଳୁଛନ୍ତି।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *