ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅକ୍ସର ପଟେଲ ଙ୍କ ଏହି ଭୁଲ ପାଇଁ ଭୋଗୁଛି ଟିମ୍ ଇଣ୍ଡିଆ।ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟ ହାରିପାରେ ବୋଲି ଚର୍ଚ୍ଚା ହେବାରେ ଲାଗିଛି।ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ର ତୃତୀୟ ଦିନ ରେ କମ୍ ବ୍ୟାକ କରିଛି ଟିମ୍ ଇଂଲଣ୍ଡ।Ollie Pope ଙ୍କ ବିସ୍ପୋରକ ଶତକ ସହ ମ୍ୟାଚ୍ ର ଦ୍ୱିତୀୟ ଇନିଂସ ରେ ଇଂଲଣ୍ଡ ଭାରତ ଉପରେ ଭାରି ପଡ଼ିଛି।
ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଠାରୁ ୧୨୬ ରନ ପଡ଼ି ଯାଇଛି ଟିମ୍ ଇଣ୍ଡିଆ।ତେବେ ଏହି ଇନିଂସ ରେ ଦଳ ର ଷ୍ଟାର୍ ଅଲ୍ ରାଉଣ୍ଡ ର ଅକ୍ସର୍ ପଟେଲ ଙ୍କ ଏକ ଭୁଲ ବର୍ତମାନ ଭାରତ ପାଇଁ ବଡ଼ ସମସ୍ୟା ହୋଇଛି।ଏଥି ପାଇଁ ବିଜୟ ଅଭିମୁଖେ ଯାଉଥିବା ଟିମ୍ ଇଣ୍ଡିଆ ଏବେ ପରାଜୟ ର ସାମ୍ନା କରିପାରେ ବୋଲି ଆଶଙ୍କା କରାଯାଉଛି।ପ୍ରଥମ ଟେଷ୍ଟ ର ତୃତୀୟ ଦିନ ରେ ଭାରତ ୪୩୬ ରନ କରି ଅଲ୍ ଆଉଟ୍ ହୋଇଛି।
ତେବେ ଦ୍ୱିତୀୟ ଦିନ ରେ ଦମଦାର କମ୍ ଵ୍ୟାକ କରିଛି ଅତିଥି ଦଳ।ଷ୍ଟାର୍ ବ୍ୟାଟ୍ସମ୍ୟାନ Ollie Pope ଏହି ଇନିଂସ ରେ ବିସ୍ପୋରକ ଶତକ ହାସଲ କରି ଦଳ କୁ ମଜବୁତ୍ କରାଇଛନ୍ତି।କିନ୍ତୁ ଟିମ୍ ଇଣ୍ଡିଆ ର ଅଲ୍ ରାଉଣ୍ଡର ଅକ୍ସର୍ ପଟେଲ ଙ୍କ ଭୁଲ ଯୋଗୁ Ollie Pope ଏହି ମ୍ୟାଚ୍ ରେ ଏକ ବିରାଟ ଇନିଂସ ଖେଳିଛନ୍ତି।ଏହାପରେ ମଧ୍ୟ ରବୀନ୍ଦ୍ର ଜାଡେଜା ତାଙ୍କୁ ଆଉଟ୍ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲେ।
କିନ୍ତୁ ସାଥି ଖେଳାଳି ଅକ୍ସର୍ ପଟେଲ ଏହାକୁ ଫେଲ କରି ଦେଇଛନ୍ତି।୧୧୦ ରନ କରି ବ୍ୟାଟିଂ କରୁଥିବା ସମୟରେ ରବୀନ୍ଦ୍ର ଜାଡେଜା ଙ୍କ ଏକ ବଲ ରେ reverse sweep ଖେଳିବା ପାଇଁ ଚେଷ୍ଟା କରିଥିଲେ Ollie Pope। ଏହା ତାଙ୍କ ବ୍ୟାଟ ରେ ଲାଗି ଷ୍ଟାର୍ ଅଲ୍ ରାଉଣ୍ଡର ଅକ୍ସର୍ ପଟେଲ ଙ୍କ ପାଖକୁ କ୍ୟାଚ ଚାଲି ଯାଇଥିଲା।କିନ୍ତୁ ଅଲ୍ ରାଉଣ୍ଡର ଅକ୍ସର୍ ପଟେଲ ଏହାକୁ ଧରିବାରେ ବିଫଳ ହୋଇଛନ୍ତି।ତାଙ୍କ ଭୁଲ ପାଇଁ ବର୍ତମାନ Ollie Pope ୧୪୮ ରନ କରି ଅପରାଜିତ ରହିଛନ୍ତି।ଏହା ବ୍ୟତୀତ ଇଂଲଣ୍ଡ ବିପକ୍ଷ ଭାରତ ର ସମସ୍ତ ବୋଲର ନିରାଶ ହୋଇଥିବା ଦେଖିବାକୁ ମିଳିଛି।