Picsart 23 03 16 06 22 22 145

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚ, ଏହି ସମୟରେ ହେବ ମ୍ୟାଚ।

ଦିନିକିଆ ରେ ମଧ୍ୟ ଟିମ୍ ଇଣ୍ଡିଆ ଧୂଳି ଚଟାଇବା ପାଇଁ ପ୍ରସ୍ତୁତ ହୋଇଛି।ଏହି ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି।ଟେଷ୍ଟ ସିରିଜ ଶେଷ ହେବାପରେ ଭାରତ ଅଷ୍ଟ୍ରେଲିଆ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ହେଉଛି।ଏହି ସିରିଜ ରେ ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୭ ରେ ମୁମ୍ବାଇ ରେ ଖେଳାଯିବ ବୋଲି ଜଣାପଡିଛି।ଟିମ୍ ଇଣ୍ଡିଆ ର ସମସ୍ତ ଖେଳାଳି ମାର୍ଚ୍ଚ ୧୫ ରେ ମୁମ୍ବାଇ ରେ ପହଞ୍ଚି ଯିବେ।ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଏକ ବଡ଼ ଧରଣର ଅସୁବିଧା ରେ ସମ୍ମୁଖୀନ ହୋଇଛି।

images 7 1

କଙ୍ଗାରୁ ଦଳର ନିୟମିତ ଅଧିନାୟକ ଏଥିରୁ ବାଦ୍ ଦିଆଯାଇଛି।ଅଧିନାୟକ ଙ୍କ ସ୍ଥାନରେ ସ୍ପିଥ ଙ୍କୁ କମାଣ୍ଡ ଦିଆ ଯାଇଛି। କେତେବେଳେ,କେଉଁଠାରେ ଆଉ କେଉଁ ସ୍ଥାନରେ ଦିନିକିଆ ସିରିଜ ଖେଳା ଯିବ ତାହା ଜଣାପଡିଛି।ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ଦିନିକିଆ ରେ ଭାରତୀୟ କ୍ରିକେଟର ରୋହିତ ଶର୍ମା ଖେଳିବେ ନାହିଁ।ପାରିବାରିକ କାରଣରୁ ଟିମ୍ ଇଣ୍ଡିଆ ର ଅଧିନାୟକ ରୋହିତ ଶର୍ମା ପ୍ରଥମ ମ୍ୟାଚ୍ ଖେଳୁ ନାହାଁନ୍ତି।ଏବଂ ତାଙ୍କ ଉପସ୍ଥିତି ରେ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡିଆ ଅଧିନାୟକ ହେବେ।

images 7 11 4

ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ହାର୍ଦ୍ଧିକ ପାଣ୍ଡିଆ ଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା।ଅଲରାଉଣ୍ଡର ସାର୍ଦୂଲ୍ ଠାକୁର, ଚହଲ ମଧ୍ୟ ଏକ ଦିବସିଅ ଟେଷ୍ଟ ସିରିଜରେ ଫେରୁଛନ୍ତି।ଭାରତ ଅଷ୍ଟ୍ରେଲିଆ ଦିନିକିଆ କାର୍ଯ୍ୟସୂଚୀ ଗୁଡ଼ିକ ଜଣାପଡିଛି।ପ୍ରଥମ ଦିନିକିଆ ମ୍ୟାଚ୍ ମାର୍ଚ୍ଚ ୧୭ ଶୁକ୍ରବାର ଦିନ ମୁମ୍ବାଇ ର ୱାଙ୍ଖଦେ ଷ୍ଟାଡିୟମ ରେ ଖେଳା ଯିବ।ଦ୍ୱିତୀୟ ଦିନିକିଆ ମ୍ୟାଚ୍ ମାର୍ଚ୍ଚ ୧୯ ରବିବାର ଦିନ ଖେଳା ଯିବ।ତୃତୀୟ ଦିନିକିଆ ମ୍ୟାଚ ମାର୍ଚ୍ଚ ୨୨ ବୁଧବାର ଦିନ ଚେନ୍ନାଇ ରେ ଖେଳାଯିବ।

images 22 27 2

ସମସ୍ତ ଦିନିକିଆ ମ୍ୟାଚ୍ ଭାରତ ସମୟ ଅପରାହ୍ନ ୧ ଟା ୩୦ ମିନିଟ ରେ ଆରମ୍ଭ ହେବ।ଅପରାହ୍ନ ୧ ଟା ରେ ବା ମ୍ୟାଚ୍ ଆରମ୍ଭ ହେବା ଅଧ ଘଣ୍ଟା ପୂର୍ବରୁ ଟସ୍ ହେବ।ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ରେ ରୋହିତ ଶର୍ମା, ବିରାଟ କୋହଲି, ସୁଭମାନ ଗିଲ,ଶ୍ରେୟଶ ଅୟର,ସୂର୍ଯ୍ୟ କୁମାର ଯାଦବ,କେ ଏଲ ରାହୁଲ, ଈସାନ୍ କୀସାନ,ହାର୍ଦ୍ଧିକ ପାଣ୍ଡିଆ, ଯାଡେଜା, ଚହଲ,ମହମ୍ମଦ ସାମି, ସାର୍ଦୁଲ ଠାକୁର ଖେଳିବେ।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *