ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଉଥିବା ଟେଷ୍ଟ ଶିରିଜ ର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୩ ତାରିଖ,୨୦୨୪ ରେ ଅର୍ଥାତ୍ ଆଜି ଖେଳାଯିବ।ଟିମ୍ ଇଣ୍ଡିଆ ପ୍ରଥମ ଟେଷ୍ଟ ମ୍ୟାଚ୍ ହାରି ସାରିଛି।ବର୍ତମାନ ଦ୍ୱିତୀୟ ଟେଷ୍ଟ ଜିତିବା ପାଇଁ ରୋହିତ ଶର୍ମା ତାଙ୍କ ପ୍ଲେଇଁ ଏକାଦଶ ରେ ଜଣେ ଟାଇଗର ଖେଳାଳି ଅର୍ଥାତ୍ ମହାବଳ ବାଘ ଙ୍କୁ ସାମିଲ କରିଛନ୍ତି।
ଭାରତୀୟ ଦଳ ଏହି ଟେଷ୍ଟ ସିରିଜ କୁ ଯେମିତି ବି ହେଉ ଜିତିବା ପାଇଁ ଚେଷ୍ଟା କରିବେ।ଯାହାଫଳରେ ଏହି ଟେଷ୍ଟ ଶିରିଜ ୧-୧ ରେ ବରାବର ହୋଇପାରିବ।କିନ୍ତୁ ଦ୍ୱିତୀୟ ଟେଷ୍ଟ ଶିରିଜ ରେ ଡ୍ର ରୁହେ ତାହେଲେ ଟିମ୍ ଇଣ୍ଡିଆ ଏହି ଟେଷ୍ଟ ସିରିଜ ହାରିବେ।କାରଣ ପ୍ରଥମ ରୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ରେ ଦକ୍ଷିଣ ଆଫ୍ରିକା ୧-୦ ରେ ଆଗୁଆ ରହିଛି। ଯଶ ପ୍ରୀତ ବୁମ୍ରା, ମହମ୍ମଦ ସିରାଜ,ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦୁଲ ଠାକୁର ଏବଂ ସ୍ପିନର ଭାବରେ ରବି ଚନ୍ଦ୍ର ଅଶ୍ଵିନୀ ଭାରତୀୟ ଦଳ ରେ ସ୍ଥାନ ପାଇଥିଲେ।
ପ୍ରସିଦ୍ଧ କ୍ରିଷ୍ଣା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମାଧ୍ୟମ ରେ ନିଜ କ୍ୟାରିଅର ର ଟେଷ୍ଟ ପଦାର୍ପଣ କରିଥିଲେ।କିନ୍ତୁ ଆଶା ମୁତାବକ ପ୍ରଦର୍ଶନ ଦେଇ ପାରି ନଥିଲେ।ଯେଉଁଥି ପାଇଁ କୁହାଯାଉଛି କି ପ୍ରସିଦ୍ଧ କ୍ରିଷ୍ଣା ବର୍ତମାନ ଦ୍ୱିତୀୟ ଟେଷ୍ଟ ରୁ ବାଦ୍ ପଡି ପାରନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ରେ କୌଣସି ସ୍ପିନର ଏବଂ ପାର୍ଟ ଟାଇମ୍ ବୋଲର ଙ୍କୁ ବୋଲିଙ୍ଗ କରିବା ପାଇଁ ଦେଇ ନଥିଲେ।
ମାତ୍ର ଭାରତୀୟ ଦଳ ରେ ରବି ଚନ୍ଦ୍ର ଅଶ୍ଵିନୀ ସ୍ପିନର ଭାବରେ ଖେଳିଥିଲେ।ଆଉ ପ୍ଲେଈଂ ଏକାଦଶ ରେ ସ୍ଥାନ ପାଇବା ପରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଥିଲେ।ଯାହାଫଳରେ ବର୍ତମାନ ଦ୍ୱିତୀୟ ଟେଷ୍ଟ ରେ ଟିମ୍ ଇଣ୍ଡିଆ ର ଟାଇଗର ଖେଳାଳି ରବୀନ୍ଦ୍ର ଜାଡେଯା ଙ୍କୁ ଭାରତୀୟ ପ୍ଲେଈଂ ଏକାଦଶ ରେ ଦେଖି ପାରନ୍ତି।