ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।କିଛି କାରଣ ରୁ ଆଇପିଏଲ ଖେଳି ପାରୁ ନାହାଁନ୍ତି ଓଡ଼ିଆ କ୍ରିକେଟର।ଆଇପିଏଲ ୨୦୨୪ ନିଲାମ ରେ ନିରାଶ ହୋଇଛନ୍ତି ଓଡ଼ିଆ କ୍ରିକେଟର। ଶୁଭାଂଶୁ ସେନାପତି ଙ୍କୁ କେହି କିଣି ନାହାଁନ୍ତି। ଆଇପିଏଲ ୨୦୨୪ ର ମିନି ଅକ୍ସନ ସରିଯାଇଛି। ଆକ୍ସନ ରେ ୩୩୩ ଜଣ ଖେଳାଳି ଙ୍କ ମଧ୍ୟରୁ ୭୨ ଜଣ ଖେଳାଳି ଙ୍କୁ ସୁଯୋଗ ମିଳିଛି।
ହେଲେ ସବୁଠାରୁ ବଡ଼ କଥା ହେଉଛି ଯେ ଏଥିରେ ପୁଣିଥରେ ନିରାଶ ହୋଇଛନ୍ତି ଓଡ଼ିଆ କ୍ରିକେଟର।କୋଟି କୋଟି ଟଙ୍କା ରେ ଅନ୍ୟ ଦେଶ ତଥା ଅନ୍ୟ ରାଜ୍ୟ ର ଖେଳାଳି ଙ୍କୁ କିଣା ଯାଇଥିବା ବେଳେ ହେଲେ କୌଣସି ବି ଓଡ଼ିଆ ଖେଳାଳି ଙ୍କୁ ଫ୍ରାଞ୍ଚାଇଜ କିଣି ନାହାଁନ୍ତି।ଏପରିକି ଏକମାତ୍ର ଓଡ଼ିଆ କ୍ରିକେଟର ଭାବରେ ଗତ ଦୁଇ ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗ ଦଳ ରେ ଥିବା ଶୁଭାଂଶୁ ସେନାପତି ବି ଏଥର ଆଇପିଏଲ ଖେଳିବାରେ ସୁଯୋଗ ପାଇ ନାହାଁନ୍ତି।
ଓଡ଼ିଶା ର କୋଟି କୋଟି ପ୍ରଶଂସକ ଙ୍କୁ ଲାଗିଛି ବଡ଼ ଝଟକା।ଆଇପିଏଲ ୨୦୨୪ ପାଇଁ ଓଡ଼ିଶା ରୁ ଶୁଭାଂଶୁ ସେନାପତି ଙ୍କ ସମେତ ଅନେକ ଓଡ଼ିଆ କ୍ରିକେଟର ସାମିଲ ହୋଇଥିଲେ।ସେମାନଙ୍କ ମଧ୍ୟରେ ଶୁଭାଂଶୁ ସେନାପତି,ଗୋବିନ୍ଦ,ସୁନିଲ ରାଉଳ, ରାକେଶ ପଟ୍ଟନାୟକ ପ୍ରଭୃତି ଖେଳାଳି ଓ ସୀ ଏ ତରଫ ରୁ ଦିଆଯାଇଥିଲା।ହେଲେ କୌଣସି ବି ଫ୍ରାଞ୍ଚାଇଜ ଏହି ଖେଳାଳି ଙ୍କୁ ନିଜ ଦଳ ରେ ସାମିଲ କରି ନାହାଁନ୍ତି।
ବର୍ତମାନ ଆଇପିଏଲ ରେ ଓଡ଼ିଆ କ୍ରିକେଟର ଙ୍କ ସାମିଲ ନ ହେବାର କାରଣ ସାଜିଛି ପ୍ରତିଭାଶାଳୀ ଖେଳାଳି ଙ୍କ ଉଦୟମାନ ନ ହେବା ଯାହାକି ଷ୍ଟାଡିୟମ ର ଅଭାବ, ଦକ୍ଷତା ର ଅଭାବ ଏବଂ ପଲିଟିକ୍ସ ହୋଇପାରେ।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।