ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଗୋଟିଏ ପଟେ ଭାରତୀୟ କ୍ରିକେଟର ମାନେ ୱେଷ୍ଟ ଇଣ୍ଡିଜ୍ ବିପକ୍ଷ କ୍ରିକେଟ୍ ଶୀରିଯ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଅନ୍ୟ ପଟେ ହାର୍ଦିକ ପାଣ୍ଡିଆ ସୋସିଆଲ ମିଡିଆରେ ତାଙ୍କ ପତ୍ନୀ ନତାସାଙ୍କ ସହ ଚର୍ଚ୍ଚାରେ ଆସିଛନ୍ତି।
ଇଣ୍ଡିଆନ୍ ପ୍ରିମିୟମ ଲିଗ୍ ରେ ଗୁଜୁରାଟ ଟାଇଟନସ୍ ର ଅଧିନାୟକ ହାର୍ଦିକ ପାଣ୍ଡିଆ ବର୍ତ୍ତମାନ ତାଙ୍କ ପରିବାର ସହ ସମୟ ବିତାଉଛନ୍ତି ଏବଂ ଏହାର ଅନେକ ଚିତ୍ର ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ହାର୍ଦିକ ପାଣ୍ଡିଆ ଙ୍କ ପତ୍ନୀ ନତାସା ଇନଷ୍ଟାଗ୍ରାମ ରେ ଅନେକ ଫଟୋ ସେୟାର କରିଛନ୍ତି। ଏହି ଚିତ୍ର ଗୁଡିକରେ ନତାସା ଏବଂ ହାର୍ଦିକ ରୋମାଣ୍ଟିକ ମୁଡ ରେ ଥିବା ଦେଖିବାକୁ ମିଳିଛି।ଗୋଟିଏ ଚିତ୍ର ରେ ନତାସା ଏବଂ ହାର୍ଦ୍ଧିକ ପରସ୍ପର କୁ କିସ କରୁଥିବାର ଦେଖିବାକୁ ମିଳୁଛି।
ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ଏବଂ ପ୍ରଶଂସକ ମାନେ ଏହା ଉପରେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ପ୍ରଶଂସକ ମାନେ ଏହି ଫଟୋ ଦେଖିବା ପରେ ଗୋଟିଏ ପରେ ଗୋଟିଏ ମଜାଳିଆ କମେଣ୍ଟ କରୁଥିବାର ଦେଖିବାକୁ ମିଳିଛି।ହାର୍ଦ୍ଧିକ ପାଣ୍ଡିଆ ଏବଂ ତାଙ୍କ ପତ୍ନୀ ନତାସା ଙ୍କ ଏହି ଫଟୋ ଜଣେ ପ୍ରଶଂସକ ଦେଖି କହିଛନ୍ତି ଯେ ଏମିତି ଯଦି ହାର୍ଦ୍ଧିକ ପାଣ୍ଡିଆ କରିବେ ତାହେଲେ ସେ କିପରି ଅଭ୍ୟାସ କରିବେ।
ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ ବିଶ୍ଵ କପ୍ ଆଗକୁ ଆସୁଥିବାରୁ ସେଥିରେ ଧ୍ୟାନ ଦେବା ଉଚିତ।ଚଳିତ ବର୍ଷ ବିଶ୍ଵ କପ୍ ଭାରତ ଦ୍ଵାରା ଆୟୋଜିତ ହେବ।ଯାହାକି ଅକ୍ଟୋବର ୫ ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଖେଳାଯିବ।ଅକ୍ଟୋବର ୧୫ ରେ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।