Picsart 24 01 03 19 22 17 125

ଗିଲ୍ ଲେଖିଥିଲେ ଯାହା ତାହା କରିଦେଲେ,କହିଲେ ମୋ ଔକାତ୍ କଣ ସବୁ ଦେଖିବ!

ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଟିମ୍ ଇଣ୍ଡିଆ ର ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ ଶୁଭ ମାନ ଗିଲ ଙ୍କ ପ୍ରଦର୍ଶନ ନିକଟ ରେ ସେପରି ଆଖି ଦୁର୍ଶିଆ ହୋଇ ପାରି ନାହିଁ।ମାତ୍ର ୪୪ ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଶୁଭ ମାନ ଗିଲ ୬ ଟି ଶତକ ସହିତ ୧୩ ଟି ଅର୍ଦ୍ଧ ଶତକ ହାସଲ କରି ସଭିଙ୍କ ପ୍ରିୟ ପାତ୍ର ପାଲଟିଛନ୍ତି।ମାତ୍ର ବିଶ୍ଵ କପ୍ ରେ ଶୁଭ ମାନ ଗିଲ ଉଚ୍ଚ କୋଟି ର ପ୍ରଦର୍ଶନ କରି ପାରି ନଥିଲେ।

images 2024 01 03T191559.887

ତେବେ ଏହା ମଧ୍ୟରେ ଶୁଭ ମାନ ଗିଲ ଙ୍କ ର ଏକ ହାତ ଲେଖା ପେପର ସୋସିଆଲ ମିଡ଼ିଆ ରେ ବେଶ ଭାଇରାଲ ହେବାରେ ଲାଗିଛି।୨୦୨୩ ବର୍ଷ ପାଇଁ ଶୁଭ ମାନ ଗିଲ କଣ ସବୁ ଲକ୍ଷ୍ୟ ରଖିଥିଲେ ସେନେଇ ସେ ଏକ ପୋଷ୍ଟ ସେୟାର କରିଛନ୍ତି ।ଶୁଭ ମାନ ଗିଲ ନ୍ୟୁଜ ଲ୍ୟାଣ୍ଡ ବିପକ୍ଷ ରେ ଶତକ ହାସଲ କରିବା ସହିତ ଅନେକ ଅନୁଭବ ବିଷୟରେ ସେୟାର କରିଛନ୍ତି।

images 2024 01 03T191609.810

୨୦୨୩ ବର୍ଷ ତାଙ୍କ ପାଇଁ କେତେ ସଫଳ ରହିଛି ସେନେଇ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।୨୦୨୩ ବର୍ଷ ପାଇଁ ଶୁଭ ମାନ ଗିଲ ପାଞ୍ଚୋଟି ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।ସେଥି ମଧ୍ୟରୁ ପ୍ରଥମ ଲକ୍ଷ୍ୟ ହେଉଛି ଭାରତ ପାଇଁ ସର୍ବାଧିକ ଶତକ ହାସଲ କରିବା।ଦ୍ୱିତୀୟ ଟି ହେଉଛି ଆଇପିଏଲ ରେ ଅନେକ ମ୍ୟାଚ୍ ଜିତିବା।ତୃତୀୟ ହେଉଛି ବିଶ୍ଵ କପ୍ ଟ୍ରଫି ଜିତିବା।ଚତୁର୍ଥ ହେଉଛି ପରିବାର ଲୋକଙ୍କୁ ଖୁସି ଦେବା ଏବଂ ପଞ୍ଚମ ହେଉଛି ନିଜର ଧ୍ୟାନ ରଖିବା।

images 2024 01 03T191552.327

ସୂଚନା ଯୋଗ୍ୟ ଯେ ଶୁଭ ମାନ ଗିଲ ୨୦୨୩ ରେ ସାନ୍ଦାର ପ୍ରଦର୍ଶନ କରିବା ସହିତ ୬୦ ରୁ ଅଧିକ ଆଭରେଜ ରେ ୧୫୮୪ ରନ ସଂଗ୍ରହ କରିଥିଲେ।ସେ ଆଇପିଏଲ ରେ ତିନୋଟି ଶତକ ହାସଲ କରିବା ସହିତ ୮୯୦ ରନ ସଂଗ୍ରହ କରିଥିଲେ।ଏବଂ ଦର୍ଶକ ମାନେ ଶୁଭ ମାନ ଗିଲ ଙ୍କ ପ୍ରଶଂସା ମଧ୍ୟ କରୁଛନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *