ଫାଷ୍ଟ ମ୍ୟାଚ୍ ର ଲଜ୍ୟାଜନକ ପରାଜୟ ପରେ ଟିମ୍ ଇଣ୍ଡିଆ ସ୍କ୍ୱାର୍ଡରେ ସାମିଲ୍ ହେଲେ ତିନୋଟି ଘାଇଲା ବାଘ । ଆଜ୍ଞା ହଁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାସ୍ତ ହୋଇଛି ଭାରତ । ଦମଦାର ଆରମ୍ଭ ପରେ ମଧ୍ୟ ଭାରତ ଏହି ମ୍ୟାଚକୁ ହାତଛଡ଼ା କରିଛି । ତେବେ ଏହି ପରାଜୟ ପରେ ଟିମ ଇଣ୍ଡିଆକୁ ଆହୁରି ଏକ ବଡ଼ ଝଟକା ଲାଗିଛି । ଆହତ ସମସ୍ୟା ଯୋଗୁଁ ଷ୍ଟାର ପ୍ଲେୟର କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଆଗାମୀ ସିରିଜରୁ ବାଦ୍ ପଡ଼ିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଫେବ୍ରୁଆରି ୨ରୁ ବିଶାଖାପାଟଣାରେ ଏହି ମ୍ୟାଚ୍ ଖେଳାଯିବ ।
ହାଇଦ୍ରାବାଦ ଟେଷ୍ଟର ଚତୁର୍ଥ ଦିନରେ ରବୀନ୍ଦ୍ର ଜାଡେଜା ହାମଷ୍ଟ୍ରିଙ୍ଗରେ ଆଘାତ ପାଇଥିବା ବେଳେ କେଏଲ୍ ରାହୁଲ ମଧ୍ୟ ଡାହାଣ ଗୋଡ଼ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଉଭୟ ଖେଳାଳିଙ୍କ ଉପରେ ବିସିସିଆଇ ଡାକ୍ତରୀ ଦଳ ନଜର ରଖିଛନ୍ତି । ଏହି ୨ ଖେଳାଳିଙ୍କ ସ୍ଥାନରେ ଚୟନ କମିଟି ଭାରତ ୱାଶିଂଟନ୍ ସୁନ୍ଦର ଏବଂ ସରଫରାଜ ଖାନଙ୍କ ସହ ସୌରଭ କୁମାରଙ୍କୁ ଦଳରେ ସାମିଲ କରିଛି । ତେବେ କହି ରଖିବୁ ସିରିଜ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି ମଧ୍ୟ ଦଳରୁ ବାଦ୍ ପଡ଼ିଥିଲେ ।
ତେଣୁ ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଅଧିନାୟକ ରୋହିତ । କ’ଣ ରହିବ ଭାରତର ପ୍ଲେଇଙ୍ଗ ୧୧? ପ୍ରଥମ ମ୍ୟାଚରେ ପରାଜୟ ମିଳିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଷ୍ଟାର କ୍ରିକେଟରଙ୍କ ଅନୁପସ୍ଥିତି ରୋହିତଙ୍କୁ ଚିନ୍ତାରେ ପକାଇ ଦେଇଛି । ପ୍ରଥମ ମ୍ୟାଚ ହାରିବା ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ କରିବା ଲକ୍ଷରେ ରହିବ ଟିମ ଇଣ୍ଡିଆ । ଏଥିପାଇଁ କୋଚ୍ ଦ୍ରାବିଡଙ୍କ ସହ ଅଧିନାୟକ ରୋହିତ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ଏହା ମଧ୍ୟରେ ରବିନ୍ଦ୍ର ଜାଡେଜା ଏବଂ କେ.ଏଲ ରାହୁଲ ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି ।
ତେଣୁ ଦ୍ୱିତୀୟ ମ୍ୟାଚ ପାଇଁ ଦଳରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ସମ୍ଭାବ୍ୟ ଭାରତୀୟ ଦଳ ହେଉଛି ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ, ଶ୍ରେୟସ ଆୟର, କେଏସ୍ ଭରତ (ୱିକେଟ୍ ରକ୍ଷକ), ଧ୍ରୁବ ଜୁରେଲ (ୱିକେଟ୍ ରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ ବୁମ୍ରା (ଉପ-ଅଧିନାୟକ), ଆବେଶ ଖାନ୍, ରଜତ ପଟିଦାର, ସରଫରାଜ ଖାନ୍, ୱାଶିଂଟନ ସୁନ୍ଦର, ସୌରଭ କୁମାର ।