Picsart 23 12 21 09 24 40 860

ଆଇପିଏଲରେ ଖେଳି ପାରିବେନି ମିଚେଲ ଷ୍ଟାର୍କ, କାନ୍ଦି କାନ୍ଦି KKR କହିଲା ନ ଖେଳିବ ଯଦି ଆମ ଟଙ୍କା ଆମକୁ ଫେରାଇ ଦିଅ

ଖବର ଅନୁଯାୟୀ, ଆଇପିଏଲ୍‌ ୨୦୨୪ ପାଇଁ ୧୯ ତାରିଖ ମଙ୍ଗଳବାର ଦୁବାଇରେ ଚାଲିଥିଲା ନିଲାମ ପ୍ରକ୍ରିୟା । ମୋଟ ୭୭ଟି ସ୍ଲଟ୍‌ ପାଇଁ ତାଲିକାରେ ୩୩୩ ଖେଳାଳି ରହିଥିଲେ । ତେବେ ବର୍ତ୍ତମାନ ଯାଏଁ ସବୁଠୁ ଦାମୀ ଖେଳାଳି କିଏ ବୋଲି ଜଣା ପଡ଼ିଛି । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ପାଇଁ ଖେଳାଳିଙ୍କ ନିଲାମ ଚାଲିଛି । ଦୁବାଇରେ ଚାଲିଥିବା ଏହି ନିଲାମରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହେଉଛି । ଏହି ସମୟରେ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲା ।

images 2023 12 21T091456.139

ଏଥିସହ ପାଟ୍ ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ । କିନ୍ତୁ ତାଙ୍କର ଏହି ରେକର୍ଡ କେଇ ସମୟ ମଧ୍ୟରେ ଭାଙ୍ଗି ଯାଇଛି । ଆଉ ତାଙ୍କର ଏହି ରେକର୍ଡ ଭାଙ୍ଗିଛନ୍ତି ତାଙ୍କ ଦେଶର ଖେଳାଳି ମିଚେଲ୍ ଷ୍ଟାର୍କ । ଆଉ ଆଇପିଏଲ୍ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି ମିଚେଲ୍ ଷ୍ଟାର୍କ । ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୨୪ କୋଟି ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ୍ କରିଛି ।

images 2023 12 21T091411.627

ମୂଳ ମୂଲ୍ୟ ୨ କୋଟି ଟଙ୍କା ଥିବା ମିଚେଲ୍‌ଙ୍କ ଉପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଡାକରା ଦେଇଥିଲା । ଏହା ପରେ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଛକାପଞ୍ଝା ୯ କୋଟି ୬୦ ଲକ୍ଷ ଯାଏ ଚାଲିଥିଲା । ଏହା ପରେ ଗୁଜରାଟ୍ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହୋଇଥିଲା । ଗୁଜରାଟ ଶେଷ ଡାକରା ୨୪ କୋଟି ୫୦ ଲକ୍ଷ ରହିଥିଲା । ମାତ୍ର କୋଲକାତା ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କିଣିବାରେ ସଫଳ ହୋଇଛି ।

images 2023 12 21T091434.924

ଏହା ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ପାଟ୍ କମିନ୍ସଙ୍କ ପାଇଁ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଛକାପଞ୍ଝା ଜାରି ରହିଥିଲା । କମିନ୍ସଙ୍କ ମୂଳ ମୂଲ୍ୟ ୨ କୋଟି ଟଙ୍କା ରହିଥିଲା । ଶେଷରେ ହାଇଦ୍ରାବାଦ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷରେ ନିଜ ଦଳରେ ସାମିଲ୍ କରିବାରେ ସଫଳ ହୋଇଛି ।

About Prabhat mohapatra

Check Also

Picsart 24 02 02 10 24 10 921

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ କାହାକୁ ମିଳିବ ସ୍ଥାନ ? ସର୍ଫରାଜ ନା ପାଟିଦାର!

ସରଫରାଜ ନା ପାଟିଦାର? ଭାରତର ପ୍ଲେଇଙ୍ଗ୍ ୧୧ରେ କିଏ ହେବ ସାମିଲ, ସଙ୍କେତ ଦେଲା ବିସିସିଆଇ । ବନ୍ଧୁଗଣ ଫେବୃଆରୀ …

Leave a Reply

Your email address will not be published. Required fields are marked *