ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।କ୍ରିକେଟ ରେ କିଙ୍ଗ କୋହଲି ଙ୍କ ଜଲ୍ୱା ଜାରି ରହିଛି।ତିନୋଟି ଫର୍ମାଟ ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ବିରାଟ କୋହଲି।ରନ ରେ ରେକର୍ଡ,ପୁରସ୍କାର ରେ ମଧ୍ୟ ରେକର୍ଡ ସୃଷ୍ଟି କରିଛନ୍ତି।ଆଇସିସି ପୁରସ୍କାର ପାଇବାର ନମ୍ବର ୱାନ କ୍ରିକେଟର ହେଉଛନ୍ତି ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି।ଆଇସିସି ପୁରସ୍କାର ଜିତିବା ରେ ବିରାଟ କୋହଲି ଙ୍କ ର କୌଣସି ଜବାବ ନାହିଁ।ସେ ଏକ ମାତ୍ର କ୍ରିକେଟର ଯିଏ ସର୍ବାଧିକ ବ୍ୟକ୍ତିଗତ ଆଇସିସି ପୁରସ୍କାର ଜିତିଛନ୍ତି।
ଗୁରୁବାର ଦିନ ତାଙ୍କୁ ୨୦୨୩ ପାଇଁ ଆଇସିସି ୱାନ ଡେ କ୍ରିକେଟର ଅଫ ଦି ଇୟର ପୁରସ୍କାର ଦିଆଯାଇଛି।ଏହି ପୁରସ୍କାର କୁ ମିଶାଇଲେ ବିରାଟ କୋହଲି ଙ୍କ ପାଖରେ ମୋଟ ୧୦ ଟି ବ୍ୟକ୍ତିଗତ ଆଇସିସି ପୁରସ୍କାର ରହିଛି।ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଙ୍କ ପରେ ଦ୍ୱିତୀୟ ନମ୍ବର ରେ ରହିଛନ୍ତି ଟିମ୍ ଇଣ୍ଡିଆ ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି।ଓ ଶ୍ରୀଲଙ୍କା ର ପୂର୍ବତନ ଖେଳାଳି Kumar Sangakkara।
ଉଭୟଙ୍କ ପାଖରେ ବ୍ୟକ୍ତିଗତ ଚାରୋଟି ଲେଖାଏଁ ଆଇସିସି ପୁରସ୍କାର ରହିଛି।ହେଲେ ଆଇସିସି ପୁରସ୍କାର ଜିତିବା ରେ ବିରାଟ କୋହଲି ଙ୍କ ଆଖପାଖ ରେ ମଧ୍ୟ କୌଣସି କ୍ରିକେଟର ନାହାନ୍ତି।ବିରାଟ କୋହଲି ଙ୍କୁ ଚତୁର୍ଥ ଥର ପାଇଁ ଆଇସିସି ୱାନ ଡେ କ୍ରିକେଟର ଅଫ ଦି ଇୟର୍ ପୁରସ୍କାର ଦିଆଯାଇଛି।ଏହା ହେଉଛି ଏକ ବଡ଼ ରେକର୍ଡ।
ଏହା ପୂର୍ବରୁ କୌଣସି ଖେଳାଳି ଙ୍କୁ ଏତେ ଥର ଏହି ପୁରସ୍କାର ମିଳି ନଥିଲା।୨୦୧୨ ରେ ମାତ୍ର ୨୪ ବର୍ଷ ବୟସରେ ବିରାଟ କୋହଲି ଙ୍କୁ ୱାନ ଡେ କ୍ରିକେଟର ଅଫ ଦି ଇୟର ପୁରସ୍କାର ମିଳିଥିଲା।ଏହାପରେ ଲଗାତାର ୨୦୧୭ ଏବଂ ୨୦୧୮ ରେ ତାଙ୍କୁ ଏହି ପୁରସ୍କାର ମିଳିଥିଲା।ଆଉ ଏବେ ୩୫ ବର୍ଷ ପରେ ତାଙ୍କୁ ଚତୁର୍ଥ ଥର ପାଇଁ ୱାନ ଡେ କ୍ରିକେଟର ଅଫ ଦି ଇୟର ପୁରସ୍କାର ମିଳିଛି।