ବର୍ତମାନ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବର୍ତମାନ ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ ଆୟରଲ୍ୟାଣ୍ଡ ମାଟିରେ ଖେଳା ଯାଇଥିବା ବେଳେ ଗତକାଲି ଏହି ର ଦ୍ୱିତୀୟ ଟି -୨୦ ମ୍ୟାଚ୍ ଖେଳା ଯାଇଥିଲା।ଏହି ସିରିଜ କୁ ଭାରତ ୨-୦ ରେ ଜିତି ନେଇଥିବା ବେଳେ ସିରିଜ ର ଅନ୍ତିମ ତଥା ତୃତୀୟ ଟି -୨୦ ମ୍ୟାଚ୍ ଅଗଷ୍ଟ ୨୩ ତାରିଖ ରେ ଭାରତୀୟ ସମୟ ଅନୁସାରେ ୭ ଟା ୩୦ ମିନିଟ ରେ ଏକ ରୋମାଞ୍ଚକର ଟି -୨୦ ମ୍ୟାଚ୍ ଖେଳାଯିବ।
ଟି -୨୦ ବିଶ୍ଵ କପ୍ ଟୁର୍ଣ୍ଣାମେଣ୍ଟ ପାଖେଇ ଆସୁଥିବା କାରଣରୁ ଏହି ମ୍ୟାଚ୍ ଜିତିବା ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ତୃତୀୟ ଟି -୨୦ ମ୍ୟାଚ୍ ରେ ଭାରତୀୟ ଦଳର ଅନେକ ପରିବର୍ତ୍ତନ ହେବାକୁ ଥିବା ବେଳେ ସିରିଜ କୁ ଜିତିବା ଲକ୍ଷ ରେ ଭାରତୀୟ ଦଳ ମଇଦାନ କୁ ଓହ୍ଲାଇବେ।ଆୟରଲ୍ୟାଣ୍ଡ ବିପକ୍ଷ ଟି -୨୦ ସିରିଜ ରେ ଇଣ୍ଡିଆନ୍ ପ୍ରିମିୟମ ଲିଗ୍ ତଥା ଆଇପିଏଲ ରେ ଚମତ୍କାର ପ୍ରଦର୍ଶନ କରିଥିବା ଷ୍ଟାର୍ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ,ତିଲକ ବର୍ମା ଓ ଋତୁରାଜ ଗାଇ କ୍ୱାଡ ଙ୍କ ଭଳି ଅନେକ ଯୁବ ଖେଳାଳି ମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ।
ଅନ୍ୟ ପଟରେ ଦୀର୍ଘ ଦୁଇ ବର୍ଷ ଧରି ଆହତ ହୋଇ ଦଳରୁ ବାହାରେ ରହିଥିବା ଷ୍ଟାର୍ ବୋଲର ଯଶ ପ୍ରୀତ ବୁମ୍ରା ମଧ୍ୟ ଚମତ୍କାର ବୋଲିଂ କରୁଛନ୍ତି।ବିଶ୍ଵ କପ୍ ପୂର୍ବରୁ ଭାରତୀୟ ଦଳର ଚମତ୍କାର ଖେଳ ଦେଖି ମହେନ୍ଦ୍ର ସିଂହ ଧୋନି ଓ ସଚିନ ତେନ୍ଦୁଲକର ଙ୍କ ଭଳି ଅନେକ ବରିଷ୍ଠ କ୍ରିକେଟର ଭାରତୀୟ ଦଳ କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।
ଆୟରଲ୍ୟାଣ୍ଡ ବିପକ୍ଷ ଟି -୨୦ ସିରିଜ ରେ ଭାରତୀୟ ଦଳର ରୋହିତ ଶର୍ମା,ଷ୍ଟାର୍ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ହାର୍ଦ୍ଧିକ ପାଣ୍ଡିଆ ଙ୍କ ଭଳି ଅନେକ ବରିଷ୍ଠ ଖେଳାଳି ଙ୍କ ଅନୁପସ୍ଥିତି ରେ ନୂଆ ଅଧିନାୟକ ଯଶ ପ୍ରୀତ ବୁମ୍ରା ଙ୍କ ନେତୃତ୍ୱ ରେ ଆୟରଲ୍ୟାଣ୍ଡ ଗସ୍ତ ରେ ପହଞ୍ଚି ଆୟରଲ୍ୟାଣ୍ଡ କୁ ୨-୦ ରେ ସିରିଜ ରେ ପରାସ୍ତ କରିଥିବା ବେଳେ ତୃତୀୟ ଟି -୨୦ ମ୍ୟାଚ୍ ରେ ମଧ୍ୟ ଭାରତ ମ୍ୟାଚ୍ ଜିତିବା ଲକ୍ଷ ରେ ମଇଦାନ କୁ ଓହ୍ଲାଇବେ।