ଆଇସିସି ୱାର୍ଲ୍ଡକପ୍ ୨୦୨୩ ମହାକୁମ୍ଭ ଆରମ୍ଭ ହୋଇଯାଇଛି । ଏହି ୱାର୍ଲ୍ଡକପ୍‌ରେ ୧୦ ଟିମ୍‌ଙ୍କ ମଧ୍ୟରେ ମୋଟ ୪୮ ମ୍ୟାଚ୍ ଖେଳାଯିବ । ତେବେ ଏଥିମଧ୍ୟରୁ ୪ ଟିମ୍ ସେମି-ଫାଇନାଲରେ ପହଞ୍ଚିବେ । ଆଉ ବର୍ତ୍ତମାନ୍ ସମୟରେ ବିଶେଷଜ୍ଞ ମାନେ ଏହାକୁ ନେଇ ନିଜ ନିଜର ରାୟ ରଖିବାରେ ଲାଗିଛନ୍ତି । ଏହାରି ମଧ୍ୟରେ କାଶୀର ଜ୍ୟୋତିଷାଚାର୍ଯ୍ୟ ଗ୍ରହର ଚାଲ ଓ ନକ୍ଷତ୍ର ଆଧାରରେ ସେମି-ଫାଇନାଲରେ କେଉଁ ୪ ଟିମ୍ ପହଞ୍ଚିବେ ସେ ନେଇ ଭବିଷ୍ୟବାଣୀ କରିଛନ୍ତି ।

images 2023 10 07T084950.323

ଜ୍ୟୋତିଷ ଆଚାର୍ଯ୍ୟ ପଣ୍ଡିତ ସଞ୍ଜୟ ଉପାଧ୍ୟାୟ କହିଛନ୍ତି, ଭାରତ ସହିତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ପାକିସ୍ତାନ ଏହି ୱାର୍ଲ୍ଡକପ୍ ଟପ୍ ୪ ଟିମ୍‌ରେ ରହିବେ । ଏହି ୪ ଦେଶ ମଧ୍ୟରେ ସେମି-ଫାଇନାଲ ମ୍ୟାଚ୍ ହେବ । କାଶୀ ପଣ୍ଡିତ ୱାର୍ଲ୍ଡକପ୍ ବିଶ୍ୱ ବିଜେତା କିଏ ହେବ ସେ ସଂପର୍କରେ ମଧ୍ୟ ଏକ ବଡ ଭବିଷ୍ୟବାଣୀ କରିଛନ୍ତି । ସଞ୍ଜୟ ଉପାଧ୍ୟାୟ କହିଛନ୍ତି ଯେ, ଏଥର ବୃହସ୍ପତି ମଙ୍ଗଳ ରାଶି ମେଷରେ ଅବସ୍ଥାନ କରିଛନ୍ତି ଓ ଶନି ତାଙ୍କ ମୂଳ ତ୍ରିକୋଣ କୁମ୍ଭ ରାଶିରେ ଅବସ୍ଥାନ କରିଛନ୍ତି । ଏପରି ସ୍ଥିତିରେ ଭାରତ କେବଳ ସେମି-ଫାଇନାଲ ନୁହେଁ ଏଥିରେ ଜିତି ଫାଇନାଲରେ ପ୍ରବେଶ କରିବ ।

images 2023 10 05T205544.296 1

ସେ ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ୨୦୧୯ରେ ଇଂଲଣ୍ଡ ୱାର୍ଲ୍ଡକପ୍ ଟ୍ରଫି ନିଜ ନାମରେ କରିଥିଲା ସେତେବେଳେ ବୃହସ୍ପତି ମଙ୍ଗଳରେ ଅବସ୍ଥାନ କରିଥିଲେ । ମଙ୍ଗଳ ଖେଳ ଦେଖାଉ ଥିବା ଗ୍ରହ । ଏଣୁ ଯେତେବେଳେ ବୃହସ୍ପତି ମଙ୍ଗଳରେ ଅବସ୍ଥାନ କରିଥାନ୍ତି ସେତେବେଳେ ବିଜୟ ସୁନିଶ୍ଚିତ । ତେଣୁ ଏଥର ଇଂଲଣ୍ଡକୁ ନେଇ ମଧ୍ୟ ଏପରି ସ୍ଥିତି ରହିଛି । ତେଣୁ ଇଂଲଣ୍ଡ ବି ସେମି-ଫାଇନାଲରେ ପହଞ୍ଚିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୫ ଥର ବିଶ୍ୱକପ୍ ବିଜେତା ହୋଇଛି ।

images 2023 09 29T210114.919

ଏଥର ବି ଗ୍ରହ ଓ ନକ୍ଷତ୍ର ଚଳନ ଦୃଷ୍ଟିରୁ ଅଷ୍ଟ୍ରେଲିଆର ସେମି-ଫାଇନାଲରେ ପହଞ୍ଚିବାର ରାସ୍ତା ପ୍ରଶସ୍ତ ରହିଛି । ଏହା ସହିତ ପାକିସ୍ତାନ ବି ସେମି-ଫାଇନାଲରେ ପହଞ୍ଚିବ ବୋଲି ଜ୍ୟୋତିଷ ଗଣନା ସୂଚନା ଦେଇଛି । ତେବେ ଏଠାରେ ଆମେ କହି ରଖିବାକୁ ଚାହିଁବୁ ଯେ ଆଇସିସି କ୍ରିକେଟ୍ ବିଶ୍ଵକପ୍ ୨୦୨୩ର ଉଦଘାଟନୀ ମ୍ୟାଚ୍ ଅକ୍ଟୋବର ୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ବେଳେ ଅକ୍ଟୋବର ୮ରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ତାର ପ୍ରଥମ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ।

Scroll to Top